Odisha news

ଘରେ କେହିନଥିବା ବେଳେ କଳାକନା ବୁଲାଇଲେ ଚୋର

0

ତିହିଡି, ୧୩/୦୪(ଯଦୁମଣି ପାଣିଗ୍ରାହୀ): ଘରେ କେହିନଥିବା ବେଳେ ସବୁକିଛି ଲୁଟି ନେଇଛନ୍ତି ଚୋର । ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ ନିକଟସ୍ଥ ଶରତ କୁମାର ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଚୋର ମାନେ ଆସବାବପତ୍ର ସମେତ ଅଳଙ୍କାର, ନଗଦ ଟଙ୍କା ଏପରିକି ପିଲାଙ୍କ ଖେଳନା ପର୍ଯ୍ୟନ୍ତ ଲୁଟି ନେଇଛନ୍ତି । ଚୋର ମାନେ ଘରେ ଥିବା ୬ଟି ଆଲମିରା ଭାଙ୍ଗିବା ସହିତ ୮ଟି ତାଲା ଭାଙ୍ଗିଛନ୍ତିି । ସେମାନେ ଘରର ମୁଖ୍ୟ ଫାଟକ ନଭାଙ୍ଗି ବାଡ ଡେଇଁବା ପରେ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଓ ପ୍ରାୟ ୪ଟି ଗୃହର ତାଲା ଭାଙ୍ଗି ଚୋରି କରିଛନ୍ତି । ସେହିପରି ଚୋରିର ପ୍ରମାଣ ନଷ୍ଟ କରିବା ଲାଗି ସିସିଟିଭି ଫୁଟେଜ୍ ମେସିନକୁ ଭାଙ୍ଗି ନେଇଯାଇଛନ୍ତି ଚୋର ମାନେ । ଶରତ ତାଙ୍କ ପରିବାର ସହ କୋଲକାତାରେ ରୁହଁନ୍ତି । ୧୩ ତାରିଖ ସକାଳେ ଆସି ଦେଖନ୍ତିତ ଏପରି ଚୋରି ହୋଇଛି । ଏନେଇ ସେ ପୀରହାଟ ଥାନାରେ ଏତଲା ଦେବା ସହିତ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଦାବି କରିଛନ୍ତି । ପ୍ରାଥମିକ ସ୍ତରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଧାନୀ କୁକୁର ଜରିଆରେ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

Nalco

Leave A Reply