Odisha news

ଚୋରା କୋଇଲା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ : ୫ ଟନ୍ କୋଇଲା ଜବତ, ଚାଳକ ଗିରଫ(ଫଟୋ ଯାଇଛି)

0

ତିହିଡି, ୧୦/୦୪(ଯଦୁମଣି ପାଣିଗ୍ରାହୀ): ଦୁର୍ଘଟଣାଗ୍ରସ୍ତ ହେଲା ଚୋରା କୋଇଲା ବୋଝେଇ ଗାଡି । ପୋଲିସ ପେଟ୍ରୋଲିଂ ଗାଡିକୁ ଦେଖି ଗାଡି ·ଳକ ଛାନିଆ ଆଉ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା । ଅତି ଚତୁରତାର ସହିତ ·ଳକ ଖସି ପଳେଇ ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ହାତରେ ଧରା ପଡିଛି । ତିହିଡି ବ୍ଲକ ପୀରହାଟ ଥାନାଧିନ ସନ୍ଥପୁରା ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଘଟିଛି ଏପରି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଚୋରା କୋଇଲା ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ରେଳ ଧାରଣା ଦେଇ ପୋଲିସ ଗାଡି ସେମାନଙ୍କୁ ଖୋଜୁଥିବା ବେଳେ ଗୁଆଲତି ପଦାରେ ଉକ୍ତ ଗାଡିଟି ଓଡିଶା ଆଦର୍ଶ ବିଦ୍ୟାଳୟ ଆଡକୁ ମାଡି ଚାଲିଥିଲା । ପୋଲିସ ପିଛା କରୁଥିବା ଦେଖି ·ଳକ ଜଣକ ଭାରସାମ୍ୟ ହରାଇ ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ ପୂର୍ବରୁ ରାସ୍ତା ତଳକୁ ଖସି ପଡିଲା । ମେସିନ୍ ଲଗାଇ ଗାଡିକୁ ଉଦ୍ଧାର କରିବା ପରେ ଥାନାକୁ ନେଇ ଯାଇଥିଲେ ପୋଲିସ । ଗାଡିରେ ପ୍ରାୟ ୫ ନନ୍ ଓଜନର ଚୋରା କୋଇଲା ଜବତ୍ ହୋଇଥିଲା । ଏନେଇ ପୋଲିସ ଗାଡି ଓଡି-୨୧-ଏଚ୍-୪୦୩୧ ବିରୋଧରେ ଏକ ମାମଲା ୮୬/୨୪, ଦଫା ୩୭୯, ୪୧୧ ଓ ୩୪ ଆଇପିସି ରୁଜୁ କରିଛି । ·ଳକ କଟକ ଜିଲ୍ଲା ଗୋବିନ୍ଦପୁର ଥାନାଧିନ ଆଲିଙ୍ଗ ଗାଁର ଭଗବାନ ମଳିକଙ୍କ ପୁଅ ନିରଞ୍ଜନ ମଳିକକୁ ପୋଲିସ ଗିରଫ୍ କରିଛି । ତେବେ ଚୋରା କୋଇଲା ·ଲାଣ ଉପରେ ଅଙ୍କୁଶ ଲଗାଇବାକୁ ପୀରହାଟ ପୋଲିସ ଉଦ୍ୟମ ଜାରି ରଖିଛି । ଏଠାରେ ସୂଚନା ଥାଉକି, ରେଳପଥ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଚଳନ୍ତା ରେଳରୁ ଅଙ୍କୁଡା ଲଗାଇ କୋଇଲା କାଢୁଛନ୍ତି ଏବଂ ୩ ରୁ ୪ ଟଙ୍କା ଦରରେ ମାଫିଆମାନଙ୍କୁ ବିକ୍ରି କରୁଛନ୍ତି । ଆଉ ମାଫିଆମାନେ ୪୦ରୁ ୫୦ ଟଙ୍କା ଦରରେ ବାହାରକୁ ·ଲାଣ କରୁଛନ୍ତି । ଲାଭ ହାର ଅଧିକ ଥିବାନେଇ ମାଫିଆମାନେ ରାତିଅଧିଆ ·ଲାଣ କରୁଛନ୍ତି । ଅଧିକାଂଶ ସ୍ଥଳରେ ଖସି ପଳେଇ ଯାଉଥିବା ବେଳେ କାଁଭାଁ ପୋଲିସ ହାତରେ ଧରା ପଡୁଛନ୍ତି ।

Nalco

Leave A Reply