Odisha news

ମା’ଦପା ନାୟକାଣୀଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଧାୟକ ପ୍ରାର୍ଥୀ ସଞ୍ଜୟ : ନବୀନ ବାବୁଙ୍କୁ ଦେଲେ ଧନ୍ୟବାଦ

0

ତିହିଡି, ୩୧/୦୩ (ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନମଣ୍ଡଳୀ ଲାଗି ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ଡା. ସଞ୍ଜୟ ଦାସଙ୍କ ନାମ ଘୋଷଣା କରାଯିବା ପରେ ବିଜେଡି କର୍ମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ ଶ୍ରୀ ଦାସ ରବିବାର ଦିନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁରସ୍ଥିତ ଆରାଧ୍ୟ ଦେବୀ ମା’ଦପାନାୟକାଣୀଙ୍କ ପୀଠରେ ଉପସ୍ଥିତ ହୋଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି । ବିଜେଡି ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏଠାରେ ପ୍ରଥମ ଥର ଲାଗି ଲଢିବାର ସୁଯୋଗ ଦେଇଥିବାରୁ ସେ ତାଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଧାମନଗରବାସୀ ତାଙ୍କୁ ଆଶୀର୍ବାଦ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ରବିିବାର ପୂର୍ବାହ୍ଣରେ ବିଜେଡି କର୍ମୀ ମାନେ ଏକ ବାଇକ ଶୋଭାଯାତ୍ରାରେ ଦୋଳସାହି ଗେଟ ବଜାରରୁ ପାଛୋଟି ଆଣିଥିଲେ । ଏହି ବାଇକ ଶୋଭାଯାତ୍ରା ବାଟରେ ଗୁଆମାଳ, କୁବେରା, ବିଲଣା ଓ ବୋଡକ ଦେଇ ଈଶ୍ୱରପୁର ଠାରେ ପହଞ୍ଚି ଥିଲା । ବାଟରେ ବିଜେଡି କର୍ମୀ ମାନେ ଶ୍ରୀ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସଙ୍କ ସହିତ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବରିଷ୍ଠ ନେତା ହରେକୃଷ୍ଣ ଜେନା, ଲକ୍ଷ୍ମୀକାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ, ସଭ୍ୟା ବିଦୁ୍ୟତଲତା ନାୟକ ପ୍ରାକ୍ତନ ସରପଞ୍ଚ ପ୍ରଦୀପ ପଣ୍ଡା, ଶିଶିର ମିଶ୍ର, ମଧୁସୂଦନ ଜେନା, ପ୍ରଶାନ୍ତ ଜେନା, ଆଦିତ୍ୟ ଜେନା, ଭାଗିରଥି ଜେନା, ଜୀବନଜ୍ୟୋତି ପଲେଇ, ଭୀମସେନ ବାରିକ, ଲିଟୁ ମହାପାତ୍ର ଶରତ ମଲ୍ଲିକ, ଜୟପ୍ରକାଶ ମଲିକ, ପ୍ରଫୁଲ୍ଲ ଦାସ, ସରପଞ୍ଚ ପବିତ୍ରମୋହନ ଦାସ, ଧନଞ୍ଜୟ ଦାସ, ବିଷ୍ଣୁମୋହନ ଜେନା, ବିଷ୍ଣୁମୋହନ ପଲେଇ, ରତିକାନ୍ତ ମଳିକ, ଜଗବନ୍ଧୁ ବାରିକ, ନାରାୟଣ ପାତ୍ର, ଯଶୋବନ୍ତ ମଳିକ, ଦୀନବନ୍ଧୁ ବାରିକ, ଭୀମସେନ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟ ଦଳ ପରିତ୍ୟାଗ କରି କେତେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

Har Ghar Tiranga

Leave A Reply