Odisha news

ମଙ୍ଗଳପୁର ପଞ୍ଚାୟତରେ ବିଜେଡିର ମହା ମିଶ୍ରଣ ପର୍ବ

0

ତିହିଡି, ୨୪/୦୩(ଯଦୁମଣି ପାଣିଗ୍ରାହୀ) : ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତର ୩ଟି ଗାଁରେ ବିଜେଡି ପକ୍ଷରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସନ୍ଥପୁରା ଛକ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣ, କମାରିଆ ଓ ମଙ୍ଗଳପୁରସ୍ଥିତ ମା’ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ପୃଥକ୍ ପୃଥକଭାବେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନୀତି ଆଦର୍ଶ ଓ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦଙ୍କ ଉପରେ ଭରସା କରି ଉଭୟ ବିଜେପି ଓ କଂଗ୍ରେସ ଦଳ ତ୍ୟାଗକରି ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀ ରାଉତରାୟ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହିତ ଆଗାମୀ ନିର୍ବାଚନ ଲାଗି ତୃଣମୂଳ ସ୍ତରରୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ସିନେ୍ଦାଳ ପଞ୍ଚାୟତ ଭାଗ ହେବାପରେ ମଙ୍ଗଳପୁର ପଞ୍ଚାୟତରେ ବ୍ୟାପକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି କୃଷି ଓ କୃଷକମାନଙ୍କ ସୁବିଧା ଲାଗି ବହୁ ଯୋଜନା କାର୍ଯ୍ୟକାରୀ କରାଯାଇଛି । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ଲାଗି ବାକିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ରାଉତରାୟ କହିାବ ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପଞ୍ଚାୟତ ବିରୋଧି ଶୂନ୍ୟ ହୋଇଯିବ ବୋଲି ଶ୍ରୀ ରାଉତରାୟ କହିଥିଲେ । ସନ୍ଥପୁରାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ଦାଶ, ପୂର୍ବତନ ସରପଞ୍ଚଗୋପବନ୍ଧୁ ପଣ୍ଡାଙ୍କ ପୁଅ ଜିତେନ ପଣ୍ଡା, ସୁଶାନ୍ତ ନନ୍ଦ, କୈଳାସ ବଳ, ବାବୁଲୀ ବାରିକ, ମଦନ ନାୟକ, ହରେକୃଷ୍ଣ ପଣ୍ଡା, ସେକ୍ ମୁସ୍ତାଫା, ସେକ୍ ମୁର୍ତୁଜା, ନିରଞ୍ଜନ ନାୟକ, ଗୌରାଙ୍ଗ ଦାଶ, ବୈଲୋଚନ ପଣ୍ଡା, ସଞ୍ଜିବ ସ୍ୱାଇଁ ଓ ଶଙ୍କର୍ଷଣ ନାୟକଙ୍କ ସମେତ ବହୁ ପୁରୁଷ ଓ ମହିଳା ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । କମାରିଆରେ ବରିଷ୍ଠ ନେତା ବିଷ୍ଣୁ ଚରଣ ମହାନ୍ତିଙ୍କ ଘର ବାହୁଡା ସହିତ ମାନସ ବେହେରା, ନରହରି କାଣ୍ଡି, ବସନ୍ତ ବାରିକ, ଗଦାଧର ବେହେରା, ସନ୍ତୋଷ ବେହେରା, ଜଗବନ୍ଧୁ ବେହେରା, ନିତ୍ୟାନନ୍ଦ ବେହେରା, ମନୋରମା ସେଠୀ, ଭାଗବତ ମହାନ୍ତି, ଝୁନୁ ସେଠୀ, ବାସନ୍ତୀ ସେଠୀ, ଅନ୍ନପୂର୍ଣ୍ଣା ସାହୁ, ଫୁଲ ସେଠୀ, ତୁଳସୀ ବେହେରା, ସରସ୍ୱତୀ ବେହେରା, ସୁମିତ୍ରା ସାହୁ, ଦୁର୍ଯେ୍ୟାଧନ ସାହୁ, ଉର୍ବଶୀ ବେହେରା, ବୀଣାପାଣି ସାହୁ, କାଞ୍ଚନବାଳା ବେହେରା, କାଶିନାଥ ମହାନ୍ତି ଓ ପତାମ୍ବର ସାହୁ ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ମଙ୍ଗଳପୁରରେ ରାମଚନ୍ଦ୍ର ପାତ୍ର, ଯୋଗେନ୍ଦ୍ର ସେଠୀ, ରାମଚନ୍ଦ୍ର ସେଠୀ, ଗଙ୍ଗାଧର ସାହୁ, ସୁବାଶ ମଲ୍ଲିକ, ଚନ୍ଦ୍ରଶେଖର ମଲ୍ଲିକ, ବିଜୟ ମହାଳିକ, ସଞ୍ଜୟ ମହାଳିକ, ତପନ ମହାଳିକ, ବାବୁଲୀ ମଳିକ, ରଞ୍ଜନ ମଳିକ ଓ ତନ୍ମୟ ନାୟକ ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ ବଡଭାଇ ଦେବୀଦତ୍ତ ରାଉତରାୟ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ବ୍ଲକ ସଭାପତି ରଘୁନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକ, ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ମଙ୍ଗଳପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ପ୍ରବୀର ନାୟକ, ପଞ୍ଚାୟତ ସଭାପତି ମହେଶ୍ୱର ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ନବାଗତମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାସ ଦାସ, ରାଜେନ୍ଦ୍ର ବଳ, ରବିନ୍ଦ୍ର ପାଣି, ଦିବାକର ମହାଳିକ, ଅନାମ କୁଅଁର, ଦେବେନ୍ଦ୍ର ମହାଳିକ, ଦୀନବନ୍ଧୁ ମଳିକ, ବୁଦ୍ଧିରାମ ନାୟକ, ଶଶଧର ମଲ୍ଲିକ, ସୁଲୋଚନା ରାଉଳ, ସଦାନନ୍ଦ ବଳ, ବିନୋଦ ସେଠୀ, ରବି ମାନ୍ନା, ସଞ୍ଜୟ ମହାଳିକ, ହରିହର ମଳିକ, ରଘୁନାଥ ମଳିକ ପ୍ରମୁଖ ଶତାଧିକ ଛାମୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ କମାରିଆ ବଜାର ଠାରୁ ବିଧାୟକଙ୍କ ଏକ ବାଇକ୍ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା ।

Har Ghar Tiranga

Leave A Reply