ତିହିଡି,୧୫/୦୩(ଯଦୁମଣି ପାଣିଗ୍ରାହୀ) : ରାଜ୍ୟ ସରକାର ରାଜ୍ୟର ସମସ୍ତ ବର୍ଗର ଲୋକଙ୍କର ଦାବି ପୂରଣ କରୁଥିବା ବେଳେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିଙ୍କ ସ୍ୱାର୍ଥ ଓ ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଶୁକ୍ରବାର ଦିନ ତିହିଡି ବ୍ଲକର ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକ ମାନଙ୍କୁ ପେନସନ, ପ୍ରଚଳିତ ସ୍ୱାସ୍ଥ୍ୟବୀମାରେ ପିତାମାତା ଓ ୨୫ ବର୍ଷରୁ ଉଦ୍ଧ୍ୱର୍ ସନ୍ତାନଙ୍କୁ ସାମିଲ କରିବା, ଅଧିସ୍ୱୀକୃତି କମିଟିର ପୁନର୍ଗଠନ ଆଦି ଦାବି ସମ୍ବଳିତ ସ୍ମାରକ ପତ୍ର ସାମ୍ବାଦିକଙ୍କ ପକ୍ଷରୁ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ବିଡିଓ ଜ୍ୟାତିର୍ମୟ କରଙ୍କ ସମେତ ସାମ୍ବାଦିକ ଅଭୟ ପତି, ଯଦୁମଣି ପାଣିଗ୍ରାହୀ, ପ୍ରଭାତ ରାଉଳ, ନାରାୟଣ କର, ଯଯାତି କେଶରୀ ଦାସ, ସୁବାସ ଦାସ, ରାମ ନାରାୟଣ ନାୟକ, ସଞ୍ଜୟ ଦାସ, ସଞ୍ଜିତ କୁମାର ବଳ ଓ ବିଭୂତିଭୂଷଣ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।