Odisha news

ବିଧାୟକଙ୍କ ଦ୍ୱାରା ବିଏସକେୱାଇ ନବୀନ କାର୍ଡ ବଣ୍ଟନ

0

ତିହିଡି, ୧୧/୦୩(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ପରିସରରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ବିଏସକେୱାଇ ନବୀନ କାର୍ଡ ବଣ୍ଟନ କରାଯାଇଛି । ଗାଁକୁ କାମ ଆଉ ମାଆକୁ ସମ୍ମାନ ଲାଗି ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ କରିଥିବା ବେଳେ ସ୍ୱାସ୍ଥ୍ୟ ସେବାରେ ପୂର୍ବାପେକ୍ଷା ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛି ଏବଂ ନୂଆକରି ପ୍ରଣୟନ ହୋଇଥିବା ବିଏସକେୱାଇ ନବୀନ କାର୍ଡ ସମସ୍ତଙ୍କ ଆବଶ୍ୟକଲଳ ମେଣ୍ଟାଇବ ବୋଲି କାର୍ଡ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଶ୍ରୀ ରାଉତରାୟ କହିଥିଲେ । ଏହି ବ୍ଲକର ମୋଟ୍ ୩ ହଜାର ପରିବାର ଲାଗି କାର୍ଡ ମଞ୍ଜୁର ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ପୂର୍ବାହ୍ନରେ ୪୯୯ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀନବନ୍ଧୁ ମହାନ୍ତିଙ୍କ ସଂଯୋଜନାରେ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିର୍ମୟ କର, ଅତିରିକ୍ତ ବିଡିଓ ମାନସ କୁମାର ଜେନା, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସୁମତୀ ସେଠୀ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ଯଶୋଦା ମଲ୍ଲିକ, ଲକ୍ଷ୍ମୀପ୍ରିୟା ସାମଲ ଓ ତାପସ ବେହେରା, ସମିତି ସଭ୍ୟ ଚିନ୍ତାମଣୀ ଦାସ, ପ୍ରିୟବନ୍ଧୁ ମାଝୀ, ଧର୍ମାନନ୍ଦ ବେହେରା, ବାପୁଜୀ ନାୟକ, କମଳାକାନ୍ତ ଲେଙ୍କା, ପ୍ରଫୁଲ ଦାସ, କିର୍ତ୍ତନ ରାଉତ, ବୈକୁଣ୍ଠ ନାଥ ପାଣି, ପ୍ରବୀର ନାୟକ, ଗଣେଶ ବିଶ୍ୱାଳ, ସୁରେନ୍ଦ୍ର ନାୟକ, ଅଭୟ ବିଶ୍ୱାଳ, ଉମାକାନ୍ତ ସେଠୀ, ଅରୁଣ ବାରିକ ଓ ଟିକୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଏସକେୱାଇ ନବୀନ କାର୍ଡ ଦ୍ୱାରା ପୂର୍ବ କାର୍ଡ ଅପେକ୍ଷା ଅଧିକ ସେବା ମିଳିପାରିବ ବୋଲି ପତପ୍ରକାଶ ପାଇଥିଲା । ବିଏସଏସଓ ନିହାର ରଞ୍ଜନ ରାଉତ ଓ ମନରେଗା ସହକାରୀ ସୁଧାଂଶୁ ଶେଖର ନାୟକଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।

Nalco

Leave A Reply