Odisha news

ଖାଙ୍କିହାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

0

ତିହିଡି,୦୧/୦୩(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଖାଙ୍କିହାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ତିହିଡି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଦାମୋଦର ଜେନା ଏବଂ ରତ୍ନାକର ସାହୁ, ଚରସ ହାଇସ୍କୁଲର ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଜାରମଣ ଜେନା, ସରକାରୀ ବାଳିକା ହାଇସ୍କୁଲର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବକିଶୋର ଦାସ, ଭାଟପଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶିକ୍ଷାବିତ୍ ଯଦୁମଣି ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ଜୀବନକୁ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ହେଉଛି ପ୍ରକୃଷ୍ଟ କ୍ଷେତ୍ର ବୋଲି କହିବା ସହ ଛାତ୍ରଛାତ୍ରୀ ମାନେ ଶିକ୍ଷାର୍ଜନ ସହିତ ଭଲ ମଣିଷ ହେବାର ସଙ୍କଳ୍ପ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ଖେଳ, ନୃତ୍ୟ ଓ ସଙ୍ଗୀତ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସହାକାରୀ ଶିକ୍ଷକ ଦିଲ୍ଲୀପ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ସତ୍ୟବତୀ ମହାପାତ୍ର, ଜୟଶ୍ରୀ ଦାସ, ସଂଯୁକ୍ତା ପାଢୀ ଓ ଅନୁପମା ପାଣ୍ଡବଙ୍କ ସମେତ ପରିଚାଳନା କିମଟିର ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Har Ghar Tiranga

Leave A Reply