Odisha news

ସୁଗୃହିଣୀ ଓ ଧର୍ମପ୍ରାଣା ମହିଳାଙ୍କ ପରଲୋକ

0

ତିହିଡି,୨୦/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ତଥା ପୀରହାଟ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ମହାନ୍ତିଙ୍କ ଧର୍ମପତ୍ନୀ ପୂର୍ଣ୍ଣଶଶୀ ମହାନ୍ତିଙ୍କ ଗତ ୧୯ ତାରିଖରେ ପରଲୋକ ଘଟିଛି । ସ୍ୱର୍ଗତା ପୂର୍ଣ୍ଣଶଶୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଝିଆରୀ ଏବ କବିଙ୍କ ଶେଷ ଜୀବନରେ ସେବିକା ସାଜି ତାଙ୍କର ସେବା କରିଥିଲେ । ସେ ଜଣେ ସ୍ନେହୀ, ମିଷ୍ଟଭାଷୀ, ଶ୍ରଦ୍ଧାଶୀଳ ଓ ଧର୍ମ ପରାୟଣା ମହିଳା ଭାବେ ସମସ୍ତଙ୍କର ବେଶ ପ୍ରିୟ ଥିଲେ । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ସେ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ଦିଲ୍ଲୀପ ମହାନ୍ତି, ପୁତ୍ରବଧୂ ଓ ନାତୁଣୀ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ୟ ପୁତ୍ର/କନ୍ୟା ଯଥା-ଉକ୍ରଳ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ପରିବେଶବିତ୍ କଲ୍ୟାଣୀ ମହାନ୍ତି, ଓଡିଶା ସରକାରଙ୍କ ଅବସରପ୍ରାପ୍ତ ଯୁଗ୍ମ ସଚିବ କଳ୍ନନା ମହାନ୍ତି ଏବଂ ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Har Ghar Tiranga

Leave A Reply