Odisha news

ଜେସିବି ଓଲଟି ପଡ଼ିବାରୁ ଯୁବକ ମୃତ

0

ତିହିଡି, ୨୮-୦୧(ଯଦୁମଣି ପାଣିଗ୍ରାହୀ) ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତାଳପଦା ପଞ୍ଚାୟତରେ କାମ କରୁଥିବା ବେଳେ ଏକ ଜେସିବି ଓଲଟି ପଡ଼ିବାରୁ ଜଣେ ଯୁବକଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ତାଳପଦା ଗ୍ରାମର କୈଳାଶ ଜେନାଙ୍କ ପୁଅ ସୁବୋଧ (୨୭) ରବିବାର ଅପରାହ୍ନରେ ନିଜ ଗ୍ରାମରେ ପୋଖରୀ ଖୋଳୁଥିବା ଏକ ଜେସିବିରେ ଡ୍ରାଇଭର ପାଖରେ ବସିଥିଲେ । ତେବେ କୌଣସି କାରଣରୁ ଜେସିବିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସୁବୋଧ ମେସିନ ତଳେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ୫-ଟିର ଜିଲା ସଂଯୋଜକ ଡାକ୍ତର ସଞ୍ଜୟ କୁମାର ଦାସ, ତାଳପଦା ସମିତି ସଭ୍ୟ ଆଇନ୍ଜୀବି ଚିନ୍ତାମଣି ଦାସ, ପୂର୍ବତନ ମୁକୁନ୍ଦପୁର ସମିତି ସଭ୍ୟ ଉମାକାନ୍ତ ଦାସ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚô ଶୋକାକୁଳ ପରିବାରଙ୍କୁ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।

Nalco

Leave A Reply