Odisha news

ତିହିଡିରେ ଚୋରି ଓ ନିଶାଦ୍ରବ୍ୟର ଚୋରା କାରବାର ବୃଦ୍ଧି ପାଉଛି

0

ତିହିଡି :ତିହିଡି ଥାନା ଇଲାକାରେ ଦିନକୁ ଦିନ ଚୋରି ଓ ଛିନତାଇ ବଢି ବଢି ଚାଲିଛି । ଚୋରା କୋଇଲା ଚାଲାଣ ସହିତ ଚୋରା ମଦ କାରବାର ଯୋଗୁଁ ତିହିଡି ବଜାର ସମେତ ବିଭିନ୍ନ ଛକ ବଜାର ଓ ଗାଁ ଗଣ୍ଡାରେ ଚୋରି ବୃଦ୍ଧି ପାଉଛି । ଅନ୍ୟପଟେ କରୋନା ପାଇଁ କମ୍ପାନୀ ଓ ଶିଳ୍ପ ସଂସ୍ଥା ସବୁ ବନ୍ଦ ହୋଇଯାଇ ଥିବାରୁ ପ୍ରବାସୀ ଓଡିଆ ମାନେ ଏବେ ଘରେ ରହୁଛନ୍ତି । ତେବେ ଗାଁରେ କାମଧନ୍ଦାର ଅଭାବ ଯୋଗୁଁ ସେମାନେ ବାଧ୍ୟ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେଉଥିବା ଜଣାଯାଇଛି । ଫଳରେ ଚୋରି, ରାହାଜାନି ଆଦି ବୃଦ୍ଧି ପାଉଥିବା ଦେଖାଯାଉଛି । ନିକଟରେ ତିହିଡି ସଦର ବଜାରରେ ଜଣେ ଔଷଧ ଦୋକାନୀ ଦୋକାନ ଖୋଲୁଥିବା ବେଳେ ତାଙ୍କ ଟଙ୍କା ବ୍ୟାଗ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ଜଣାଯାଇଛି ।

ସେହିପରି କମାରିଆ ବଜାରରେ ଗତ ୦୩.୫.୨୦ରିଖ ରାତିରେ ଶତୃଘ୍ନ ସାହୁଙ୍କ ଦୋକାନ ତାଲା ଭାଙ୍ଗି ନଗଦ୍‍ ଟଙ୍କା ସହ ବହୁ ନାମୀଦାମୀ ଔଷଧ ଚୋରି ହୋଇଯାଇଥିଲା । ନିଜ ସୁରକ୍ଷା ନିଜେ କରିବା ଭଳି ସେ ଦୋକାନର କବାଟ ସହିତ ଗେଟ୍‍ ମଧ୍ୟ ଲଗାଇଛନ୍ତି । ପୁଲିସ ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ ପାଇନଥିବା ବେଳେ ପୂନଶ୍ଚ ଗତ ତା ୨୭.୭.୨୦ରିଖ ସକାଳେ ଶ୍ରୀ ସାହୁ ଦୋକାନ ଖୋଲୁଥିବା ବେଳେ ତାଙ୍କ ଟଙ୍କା ବ୍ୟାଗକୁ କେହି ଦୁର୍ବୁର୍ତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ସେଦିନ ହୋଲସେଲରଙ୍କ ପେମେଣ୍ଟ କରିବା ପାଇଁ ତାଙ୍କ ବ୍ୟାଗରେ ୪୮ ହଜାର ଟଙ୍କା ଓ ମୋବାଇଲ୍‍ ଥିବା ବେଳେ ଏହା ମଧ୍ୟ ଚୋରି ହୋଇଯାଇଛି । ବିଶେଷକରି ଚୋରା କୋଇଲା ଓ ଚୋରା ମଦ କାରବାର ବନ୍ଦ ନହେବା ପଯର୍‍ୟନ୍ତ ଅସାମାଜିକ କାଯର୍‍ୟକଳାପ ନିୟନ୍ତ୍ରଣ ହେବା ସମ୍ଭବନୁହେଁ । ଗତ କିଛି ଦିନ ତଳେ ବାସୁଦେବପୁର ଅଞ୍ଚଳରୁ ଦେଶୀ ମଦ ଆଣୁଥିବା ବେଳେ ବାଇକ ଆରୋହୀ କମାରିଆ ବଜାରରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।

ତେବେ ବାଇକ୍‍ ଆରୋହୀ କୌଶଳ କ୍ରମେ ଉଭୟ ମଦ ଓ ବାଇକ୍‍କୁ ଛାଡି ଖସି ପଳେଇ ଯାଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲେ ମଧ୍ୟ ଏଯାବତ ଏହାର ଖୁଲାସା ହୋଇପାରିଲା ନାହିଁ । କେବଳ ସେଦିନ ନୁହେଂ ବରଂ ଦୈନିକ େ‘ାରା ମଦ ଓ ବିଭିନ୍ନ ନିଶା ଦ୍ରବ୍ୟ କାରବାର ହେଉଥିବା ଜଣାଯାଇଛି । ଦିନକୁଦିନ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କାରଣରୁ ପୁଲିସ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

Nalco

Leave A Reply