Odisha news

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୂପଣ ରିପୋର୍ଟ ପ୍ରଦାନରେ ଟାଳଟୁଳ ନୀତି : ଅନଶନ କରିବେ ସରପଞ୍ଚ ଓ ନାଏବ ସରପଞ୍ଚ

0

ତିହିଡି,୨୩/୦୧: ତିହିଡି ବ୍ଲକ ଅଧିନ ଫତେପୁର ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ରିପୋର୍ଟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ଏହାକୁ ନେଇ ପଞ୍ଚାୟତର ସରପଞ୍ଚ ଝରଣା ଯେନା ଓ ନାଏବ ସରପଞ୍ଚ ପ୍ରଫୁଲ୍ଲ ମହାପାତ୍ରଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଏ ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆସନ୍ତା ସପ୍ତାହକ ମଧ୍ୟରେ ଏଥିନେଇ ପଦକ୍ଷେପ ନିଆ ନଗଲେ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ, ଉପ ଜିଲ୍ଲାପାଳ ଓ ତିହିଡି ବିଡିଓଙ୍କୁ ଏ ସଂପର୍କରେ ଅବଗତ କରାଇଛନ୍ତି । ନୂତନ ପଞ୍ଚାୟତ ଫତେପୁରରୁ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଝରଣା ଗତ ୧୫-୧୨-୧୭ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ କରିବାକୁ ବିଡିଓଙ୍କୁ ଜଣାଇଥିଲେ । ତକ୍ରାଳୀନ ବିଡିଓ ୧୭-୦୨-୧୮ ତାରିଖରେ ସ୍ଥାନ ଚିହ୍ନଟ ଲାଗି ତହସିଲଦାରଙ୍କୁ ଚିଠି ଲେଖିଥିଲେ ।

ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ କୋହ୍ଲ ରାଜସ୍ୱ ନିରୀକ୍ଷକ ସ୍ଥାନ ନିରୂପଣ କରି ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ । ତହସିଲଦାର ଏହାର ଜନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରି ନୋଟିସ ଜାରି କରିଥିଲେ । ତହସିଲ କାର୍ଯ୍ୟାଳୟରେ ଏହି ଜନ ଶୁଣାଣି ହେବା ସହ ଏହାର ସମୀକ୍ଷା ମଧ୍ୟ କରାଯାଇଥିଲା । ଫତେପୁର ରାଜସ୍ୱ ଗ୍ରାମର ଖାତା ନଂ-୯୮୨, ପ୍ଲଟ ନଂ-୯୦୪ରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଲାଗି ସ୍ଥିର ହୋଇଥିଲା । ଏ ନେଇ ପଞ୍ଚାୟତରେ ମଧ୍ୟ ରିଜୁ୍ୟଲିସନ୍ ପାସ ହୋଇଥିଲା । ତେବେ ଗତ ୧୧-୦୧-୨୧ ତାରିଖରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ରାଜସ୍ୱ ନିରୀକ୍ଷକ ଓ ତିହିଡି ପୋଲିସ ଉପସ୍ଥିତିରେ ସରକାରୀ ଅମିନଙ୍କ ଦ୍ୱାରା ମାପଚୁପ କରାଯାଇ ଜାଗା ଚିହ୍ନଟ କରାଯାଇଥିଲା । ମାତ୍ର ତହସିଲଦାର ଦେଢ ମାସରୁ ଉଦ୍ଧ୍ୱର୍ କୌଣସି ରିପୋର୍ଟ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଳମ୍ବନ କରୁଥିବାରୁ ପଞ୍ଚାୟତ ଗୃହ କରାଇ ନଦେବା ଲାଗି ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସରପଞ୍ଚ ଝରଣା ଯେନା ଅଭିଯୋଗରେ ଦର୍ଶାଇଛନ୍ତି ।

Leave A Reply