Odisha news

ଟାଇଟ ଜିନ୍ସ ଫେସନ ମହିଳାଙ୍କୁ କରିପାରେ ପାରାଲାଇଜଡ଼ ପ୍ରଭାବିତ , ହୋଇ ଯାଆନ୍ତୁ ସତର୍କ  : ରିସର୍ଚ୍ଚ

0

ଆଜିର ପିଢ଼ିରେ ଟାଇଟ ଫିଟିଙ୍ଗ ପୋଷାକ ପିନ୍ଧିବା ଗୋଟିଏ ଟ୍ରେଣ୍ଡ ହୋଇ ଯାଇଛି l ବିଶେଷ ଭାବରେ ଜିନ୍ସ ପ୍ୟାଣ୍ଟ l ବିଶେଷ ଭାବରେ ଯୁବା ମହିଳା ମାନେ ନିଜର ଫିଗର ଶୋ -ଅପ କରିବା ପାଇଁ ଓ ଲୋକଙ୍କୁ ଆକର୍ଷିତ କରିବା ଟାଇଟ ଜିନ୍ସ ପିନ୍ଧି ଥାଆନ୍ତି l ଯାହାଦ୍ୱାରା ଗୋଟିଏ ଷ୍ଟାଇଲିଷ୍ଟ ଓ ଫେସନେବୁଲ ଲୁକ ମିଳିଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି କି ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧିବା ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ ହୋଇଥାଏ l

ବିଶେଷଜ୍ଞ ଙ୍କ ଅନୁସାରେ ଖୁବ ଅଧିକ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ମହିଳା ମାନଙ୍କର ଅନେକ ପ୍ରକାରରର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ l ଏପରିକି ୟୁରିନ ଟ୍ରାକ ଇନଫେକ୍ସନ ମଧ୍ୟ ହୋଇଥାଏ l ପାଚନ ସମସ୍ୟା , ଏପରିକି ନର୍ଭ ମଧ୍ୟ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ l ଆସନ୍ତୁ ଜାଣିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା କଣ ହୋଇଥାଏ l

– ଟାଇଟ ଜିନ୍ସ ମହିଳା ମାନେ ପିନ୍ଧିବା ଦ୍ୱାରା ମହିଳାଙ୍କ ଯୋନୀ ରେ ସଂକ୍ରମଣ ହୋଇଥାଏ, ଯାହାକି ବିଭିନ୍ନ ଯୌନ ରୋଗରେ ପୀଡିତ କରିଥାଏ l ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଯୋନି ରେ ସଂକ୍ରମଣ ମହିଳା ଙ୍କୁ ଅନେକ ରୋଗରେ ପୀଡିତ କରାଇଥାଏ l

– ମହିଳା ମାନେ ୟୁରିନାରୀ ଟ୍ରାକ ରେ ସଂକ୍ରମଣ ହୋଇଥାଏ, ଏହି କାରଣରୁ ଯୋନି ର ତଳ ପାର୍ଶ୍ୱରେ ରକ୍ତ ସଂଚାଳନ ବାଧିତ ହୋଇଥାଏ ଏବଂ ଝାଳ ଜମା ହୋଇଥାଏ l ଯାହାଦ୍ୱାରା ବ୍ୟାକ୍ଟେରିଆଲ ଇନଫେକ୍ସନ ଅଧିକ ବୃଦ୍ଧି ପାଇଥାଏ l

– ଅତ୍ୟଧିକ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ପେଟ ର ତଳ ପାର୍ଶ୍ୱରେ ଚାପ ପଡିଥାଏ, ଯାହାଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ମଧ୍ୟ ହୋଇଥାଏ l ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ପେଟ ରେ ଗ୍ୟାସ , ଏସିଡ଼ିଟି, ସମସ୍ୟା ଦେଖିବାକୁ ମିଳିଥାଏ l

– ମହିଳା ମାନେ ଅତ୍ୟଧିକ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ସେମାନଙ୍କ ମସଲସ ଉପରେ ଚାପ ପଡିଥାଏ, ଅନେକ ସମୟ ରେ ଏହି ଚାପ ଦ୍ୱାରା ନର୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ l ଏବଂ ଯେଉଁ କାରଣରୁ ମହିଳା ମାନେ ପାରାଲାଇଜଡ଼ ହେବାର ଆଶଙ୍କା ଦେଖା ଦେଇଥାଏ l

Leave A Reply