Odisha news

ଜୀବନରେ ଯେଉଁ ସମୟରେ ନିଜକୁ ଅସହାୟ ମନେକରିବେ ସେତେବେଳେ ନିହାତି ଏହି କିଛିଟା କଥା ମନେ ପକାଇବେ

0

ଅନେକ ସମୟ ରେ ଜୀବନ ଆମକୁ କିଛି ଏଭଳି ସ୍ଥିତିରେ ଠିଆ କରିଦେଇଥାଏ, ଯେତେବେଲେକି ଆମେ ସମ୍ପୂର୍ଣ ଅସହାୟ ହୋଇଯାଇ ଥାଉ l ନିଜକୁ ଭିତରୁ ଏଭଳି ଭାଙ୍ଗିବା ଅନୁଭବ କରୁ ଯାହାକି ବଂଚିବାକୁ ଇଛା ହୋଇ ନଥାଏ l ଯେତେବେଳେ ଏଭଳି ସ୍ଥିତିକୁ ସମ୍ମୁଖୀନ କରୁଛନ୍ତି ସେତେବେଳେ କିଛିଟା କଥାକୁ ସାମାନ୍ୟ ଗୁରୁତ୍ୱ ଦେବା ନିହାତି ଜରୁରୀ l ଆସନ୍ତୁ ଜାଣିବା ସେହି କଥା ଗୁଇଁଙ୍କ କଣ ?

– ଏଭଳି ସ୍ଥିତିରେ ଯେବେବି ପଡୁଛନ୍ତି କିମ୍ବା ନିଜକୁ ଅସହାୟ ମନେକରୁଛନ୍ତି ତେବେ କିଛିଟା ସମୟ ନିହାତି ନିଜକୁ ଦେବା ଜରୁରୀ l ଏବଂ ନିଜକୁ ଶାନ୍ତ ରଖିବା ପାଇଁ ନିହାତି ମେଡ଼ିଟେସନ କରନ୍ତୁ l

– ଏମିତି ସ୍ଥିତିରେ ନିଜକୁ ଆରାମ ଦେବା ନିହାତି ଜରୁରୀ , ଯାହାକୁ ନେଇ ଆପଣ ଖୁସି ଅନୁଭବ କରିବେ l  ହଁ ଆଉ ଗୋଟିଏ କଥା ହେଲା ମନ ଓ ମସ୍ତିଷ୍କ କୁ ରିଲାକ୍ସ ନିହାତି କରିବା ଆବଶ୍ୟକ l

– ନିଜର ଅତି ପ୍ରିୟ ମଣିଷ ଯେପରିକି ମା, ସାନଭଉଣୀ, କିମ୍ବା ଭାଇ ସେମାନଙ୍କ ସହିତ ସମୟ ବିତାନ୍ତୁ l ଏବଂ ନିଜର ମନକଷ୍ଟ ସେୟାର କରନ୍ତୁ l ମନେରଖନ୍ତୁ ନିଜ ଲୋକଙ୍କ ଛଡା ଆଉ କେହି ଏତେ ହିତକର ବନ୍ଧୁ ହୋଇପାରେ ନାହିଁ l

– ଯଦି ଆର୍ଥିକ ଦୃଷ୍ଟିରୁ କିଛି ଅସଫଳ ହୋଇଛନ୍ତି, ତେବେ ଅତୀତକୁ ତ ଭୁଲି ହେବନାହିଁ କିନ୍ତୁ ନୂଆ ଭାବରେ ଆଉଥରେ ଜୀବନ କୁ ଆରମ୍ଭ କରି ଜିରୋ ରୁ ହୀରୋ ହେବାକୁ ଚେଷ୍ଟା କରନ୍ତୁ l

– ଅନେକ ସମୟରେ ଆମେ ନିଜ ଅସଫଳତା ର କାହାଣୀ ମନେପକାଇ ଭିତରୁ ଭାଙ୍ଗି ପଡୁ, କିନ୍ତୁ ମନେରଖନ୍ତୁ ଏହାକୁ ଭାଙ୍ଗି ପଡିବା ଉଚିତ ନୁହେଁ , ବରଂ ଏହି ଅସଫଳତା ଆମକୁ ଜୀବନ ରେ ଅଧିକ ସଫଳତା ଦେଇଥାଏ l

– ସବୁବେଳେ ଆଗକୁ ବଢିବାର ହେଲେ ଭଲ କଥାକୁ ମନେପକାଇ ଭଲ ଦିନକୁ ମନେପକାଇ ଆଗକୁ ବଢନ୍ତୁ l ଦେଖିବେ କଦାପି ହାରାଶ ଲାଗିବ ନାହିଁ l

Leave A Reply