କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକକୁ ପଟ୍ଟାମୁଣ୍ଡାଇର ଏକ ସଂଗରୋଧ ଶିବିର ରେ ମାତ୍ର ୫ ଦିନ ରଖି ପ୍ରମାଣ ପତ୍ର ସହ ବିଦା କରିବା ପରେ ଏବେ ସଂପୃକ୍ତ ଯୁବକଙ୍କ ଠାରେ ଭୂତାଣୁ ସଂକ୍ରମଣର ଲକ୍ଷ୍ୟଣ ପ୍ରକାଶ ପାଇଛି । ଏହାକୁ ପୈାରାଂଚଳ ମଧ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।
ସୋମବାର ଏହା ଜଣା ପଡିବା ପରେ ସଂପୃକ୍ତ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । କେନ୍ଦ୍ରାପଡା ପୈାରାଂଚଳ ର ୧୦ନଂ ୱାର୍ଡର ଏହି ଯୁବକ କିଛିଦିନ ପୂର୍ବରୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ କିଛିଦିନ ରହି ଗତ ୧୫ ତାରିଖରେ କେନ୍ଦ୍ରାପଡା କୁ ଫେରିବା ପରେ ତାଙ୍କୁ ପଟ୍ଟାମୁଣ୍ଡାଇରେ ଏକ ସଂଗରୋଧ ଶିବିର ରେ ରଖାଯାଇଥିଲା । ସେଠାରେ ତାଙ୍କୁ ୫ ଦିନ ରଖିବା ପରେ ୨୧ ତାରିଖ ଦିନ ହୋମ କ୍ୱାରେନଟାଇନ ରେ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ରହିବା ପାଇଁ ତାଙ୍କୁ ନିଦେ୍ର୍ଦଶ ଦେଇ ଛାଡି ଦିଆଯାଇଥିଲା ।
ତେବେ ଏହି ଯୁବକ ଜଣଙ୍କର ଘର ତଦନ୍ତ ନକରି ପ୍ରଶାସନ କିଭଳି ଖାମଖିଆଲି ଭାବେ ଛାଡିଲା ତାହା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମାତ୍ର ଏହି ଯୁବକ ଙ୍କ ଗୋଟିଏ ବଖରା ଘର ଯେଉଁଥିରେ ତାଙ୍କର ପରିବାର ରହୁଥିବା ବେଳେ କିଭଳି ଯୁବକ ଜଣକ ହୋମ କ୍ୱାରେନଟାଇନ ରେ ରହିବେ ତାହା ତଦନ୍ତ କରା ଯାଇ ନଥିଲା । ଏହି ଯୁବକ ଘରେ ନରହି ଚାରିଆଡେ ବୁଲାବୁଲି କରିବାରୁ ଏବେ ଅବସ୍ଥା ସଂଗୀନ ହେବା ସହ ସ୍ଥାନୀୟ ଲୋକ ଏବଂ ସାହି ପଡିଶା ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।