ଠାକୁରମୁଣ୍ଡା : ଓଡିଶା ପ୍ରଶାସନିକ ସେବାରେ ପ୍ରଥମ ପଦାର୍ପଣରେ ସଫଳତା ପାଇଥିବା ଠାକୁରମୁଣ୍ଡାର ପିଙ୍କି ନାଏକଙ୍କୁ 10 ତାରିଖରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଠାକୁରମୁଣ୍ଡା ପ୍ରେସ କ୍ଳବ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଗରିକ, ସଫଳ ଠିକାଦାର ତଥା ସମାଜସେବୀ ବସନ୍ତ କୁମାର ପଇବର୍ତ୍ତି ଯୋଗଦେଇ ପିଙ୍କି ଆମ ଅଞ୍ଚଳ ପାଇଁ ଗର୍ବ, ଗୌରବ ଏବଂ ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ ବୋଲି ଅଭିହିତ କରିଥିଲେ l ଆଗାମୀ ପିଢ଼ି ପିଙ୍କିର ପଦାଙ୍କ ଅନୁସରଣ କରିବେ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ବୋଲି ସେ କହିଥିଲେ l ଏଥି ସହିତ ଆଗାମୀ ଦିନରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଇବାକୁ ପ୍ରୟାସ କରି ଆମ ଅଞ୍ଚଳ ପାଇଁ ସୁନାମ ଆଣିବାକୁ ଆହ୍ୱାନ ଦେଇଥିଲେ l
ଏହି ଅବସରରେ ବିଶିଷ୍ଟ ଗୀତିକାର ପଦ୍ମଲୋଚନ ନନ୍ଦ ବକ୍ତବ୍ୟ ରଖି ସଫଳତା ସହିତ ଶୁଦ୍ଧ ବିଚାର ଏବଂ ସଂସ୍କାରୀ ହେବା ଈଶ୍ୱରଙ୍କ ଆଶୀର୍ବାଦ ବିନା ସମ୍ଭବ ନୁହେଁ l ପିଙ୍କି ନିକଟରେ ଏସବୁ ଗୁଣ ଥିବାରୁ ଆଗାମୀ ଦିନରେ ସେ ଜଣେ ସଫଳ ପ୍ରଶାସନିକ ଅଧିକାରୀ ହୋଇ ରାଜ୍ୟର ମଙ୍ଗଳ ଦିଗରେ କାମ କରିପାରିବେ ବୋଲି ମତ ରଖିଥିଲେ l ପ୍ରେସ କ୍ଳବର ଉପସଭାପତି ଚକ୍ରଧର ଦାସ ସମ୍ବର୍ଦ୍ଧନା ଅବସରରେ ଭବିଷ୍ୟତ ଜୀବନରେ ସମସ୍ତ ପ୍ରକାର ସଫଳତା କାମନା କରିଥିଲେ l ସମ୍ବାଦ ସାହିତ୍ୟ ଘର ସଦସ୍ୟ ଦେବେନ୍ଦ୍ର ନାୟକ କହିଲେଯେ ପିଙ୍କି ସଫଳତାରେ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଆମ ପିଲାମାନଙ୍କୁ ପିଙ୍କି ଭଳି ସଫଳ ହେବାକୁ ପରାମର୍ଶ ଦେଉଛୁ l
ସମ୍ବର୍ଦ୍ଧନା ସମୟରେ ପିଙ୍କିଙ୍କ ବାପା ଶଶିକାନ୍ତ ନାଏକ ନିଜ ବକ୍ତବ୍ୟରେ ପ୍ରଚେଷ୍ଟା ଏବଂ କିପରି ପିଲାଙ୍କୁ ସମୟ ଦେଇ ପଢିବାରେ ସାଥୀ ହୋଇଥିଲେ ସେ ଅନୁଭୂତି କହିଥିଲେ l ଝିଅକୁ ସମୟ ଦେବାକୁ, ସାହସ ଦେବାକୁ ୭ ବର୍ଷ ଆଗରୁ ନିଜେ ସ୍ବେଛାକୃତ ଅବସର ନେଇଥିଲେ ବୋଲି କହିଥିଲେ l ପିଙ୍କିଙ୍କ ମା ଧନେଶ୍ୱରୀ ସ୍ୱୀକାର କରିଥିଲେଯେ ତାଙ୍କ ଅପେକ୍ଷା ଝିଅକୁ ଗଢିବାରେ ସ୍ୱାମୀଙ୍କ ଭୂମିକା ଖୁବ ଅଧିକ l ସେ ମା ଭାବରେ କେବଳ ମାର୍ଗଦର୍ଶନ କରିଛନ୍ତି l ଝିଅକୁ ନିଜ ଅଞ୍ଚଳରେ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଉଥିବାରୁ ଏହା ଆମ ପାଇଁ ଅତ୍ୟନ୍ତ ଆନନ୍ଦର ଦିନ ବୋଲି କହିଥିଲେ l ଶରତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଶେଷରେ ସାମ୍ବାଦିକ ଯୋଗେନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ବାପି ପଣ୍ଡା, ଆଡ଼ଭୋକେଟ କଳ୍ପନା ନାୟକ, ମହିଳା ମହାସଂଘ ସଭାନେତ୍ରୀ ସୁଶୀଳା ସାହୁ, ସମାଜସେବୀ ଜ୍ୟୋସ୍ନା ପାଣିଗ୍ରାହୀ, ଶିକ୍ଷକ ତରଣୀସେନ ନାୟକ, ସାମ୍ବାଦିକ ହରେକୃଷ୍ଣ ତ୍ରିପାଠୀ, ଶେଖ ରାଜୁ,ରମେଶ ମହାନ୍ତ, ଏସଏଚଜି ମହିଳା, ଛାତ୍ର ଛାତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l