Odisha news

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ 

0
ଠାକୁରମୁଣ୍ଡା,୨୧/୯ :  ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମର ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ଗ୍ରାମବାସୀଙ୍କ ଦ୍ବାରା  ଆଜି ଏକ ଘର ବାହୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଏହି ଗାଆଁର ପାତ୍ରସାହିର ଗଣେଶ୍ୱର ତନ୍ତୀଙ୍କ ସ୍ତ୍ରୀ ସାଇମଣୀ ତନ୍ତୀ (୬୨), ଦୁଇ ପୁଅ ଲକ୍ଷ୍ମଣ ତନ୍ତୀ (୨୨) ଓ ରବି ତନ୍ତୀ (୧୮) ପ୍ରାୟ ଚାରିବର୍ଷ ପୂର୍ବେ ମୂଳ ସତ୍ୟ ସନାତନ ହିନ୍ଦୁ ଧର୍ମ ପରିତ୍ୟାଗ କରି କିଛି ଲୋକଙ୍କ ସଂସ୍ପର୍ଶରେ ଆସି ଖ୍ରୀଷ୍ଟଧର୍ମ ଗ୍ରହଣ ଥିଲେ। ସମୟକ୍ରମେ ସାହି ପଡିଶାରେ ଓ ବନ୍ଧୁବାନ୍ଧବ ମେଳରେ ବିଭିନ୍ନ ସାମାଜିକ ସମସ୍ୟା ଭିତରେ ଚଳିବା କଷ୍ଟକର ହୋଇ ପଡିବାରୁ ଶନିବାର ଦିନ ସ୍ୱଇଛ୍ଛାରେ ଗ୍ରାମବାସୀଙ୍କ ସହଯୋଗରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଗ୍ରାମ ମୁଖିଆ ଓ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଗ୍ରାମ ଦେହୁରୀ ଗୌରାଙ୍ଗ ଗୃହ ଫେରନ୍ତାଙ୍କୁ ଶୌଚ ପରେ ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରି ପଞ୍ଚାମୃତ ଦେଇ ହିନ୍ଦୁ ସମାଜରେ ଗ୍ରହଣ କରାଇଛନ୍ତି। ଏହି ପରାବର୍ତନ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସ୍ଥାନୀୟ ଗ୍ରାମ ମୁଖିଆ ଦୁର୍ମୁ ସାମାଡ, ଗାନ୍ଧୀ ରାମ ମୁଣ୍ଡୁରୀ, ବିରେନ୍ଦ୍ର ସାମାଡ,ବିରଞ୍ଚି ତନ୍ତୀ, ଶ୍ୟାମସୁନ୍ଦର ପାତ୍ର,ଗୁଣ ତନ୍ତୀ ପ୍ରମୁଖ ଙ୍କ ସହଯୋଗରେ ଶେଷ ହୋଇଛି।
Har Ghar Tiranga

Leave A Reply