Odisha news

ଦୁଷ୍କର୍ମ ଅଭିଯୋଗରେ ଆସାମୀ କୋର୍ଟ ଚାଲାଣ

0
ଠାକୁରମୁଣ୍ଡା :  ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କାଶିବେଡା ଗ୍ରାମରେ ଗତ 15 ତାରିଖ ରାତିରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଆସାମୀ ଖଜୁରୀ ବାଙ୍କିରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l
ଘଟଣାରୁ ପ୍ରକାଶଯେ ସାଲେଇବେଡା ଗ୍ରାମପଞ୍ଚାୟତ କାଶିବେଡା ଗ୍ରାମରେ ଜନୈକ ମହିଳା ଶୋଇଥିବାବେଳେ ସାଲେଇବେଡା ଗ୍ରାମର ଖଜୁରୀ ରାତି 11 ରେ ଘରେ ପଶିଥିଲା l ସ୍ୱାମୀ ନଥିବାର ସୁଯୋଗ ନେଇ ଖଜୁରୀ ମହିଳାଙ୍କୁ ବଳାତ୍କାର କରିଥିଲା l ରାତିରେ ବର୍ଷା ହେଉଥିବାରୁ ମହିଳାଙ୍କ ଚିତ୍କାର କେହି ଶୁଣିପାରିନଥିଲେ l ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡି ଖଜୁରୀ ଚାଲିଯାଇଥିଲା l ଖଜୁରୀ ମହିଳାଙ୍କ ସମ୍ପର୍କୀୟ ଦିଅର l ସ୍ୱାମୀ ଆସିବା ପରେ ମହିଳା ଘଟଣା ଜଣାଇ 18 ତାରିଖ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଠାକୁରମୁଣ୍ଡା ଥାନା ଓ଼ଆଇସି ସାବିତ୍ରୀ ଦଳେଇ ଘଟଣାର ତଦନ୍ତ କରି କେଶ ନଂ 88 ଦଫା 64(i) 351ଭାରତୀୟ ନ୍ୟାୟ ସଂହିତା ବଳରେ ଖଜୁରୀକୁ ଗିରଫ କରି କୋର୍ଟରେ ହାଜର କରିଥିଲେ l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l
Har Ghar Tiranga

Leave A Reply