Odisha news

ଠାକୁରମୁଣ୍ଡାରେ ପ୍ରସିଦ୍ଧ  ଉଡାପଵ- ପିଠିରେ କଣ୍ଟା ଫୁଡେଇ ୫୩ଜଣ ଭକ୍ତା ଆକାଶ ମାର୍ଗରେ ଉଡିଲେ ୫୩ ଜଣ ଭକ୍ତ

0
ଠାକୁରମୁଣ୍ଡା ତା ୧୫/୪ : ୫୩ ଜଣ ଭକ୍ତା ପିଠିରେ କଣ୍ଟାଫୁଡେଇ ହୋଇ ଆକାଶ ମାର୍ଗରେ ଉଡିଲେ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଓଡିଶା ପ୍ରସିଦ୍ଧ ଉଡାଯାତ୍ରା। କାହିଁ କେଉଁ କାଳରୁ  ପାରମ୍ପରିକ ବିଶ୍ୱାସ ଓ ଧାର୍ମିକ ଭାବନାରେ  ଏହା ପ୍ରତି ବର୍ଷ ପଣାସଂକ୍ରାନ୍ତୀ  ବା ମହାବିଷୁବ ପଣା ସଂକ୍ରାନ୍ତି (ଏପ୍ରିଲ୧୪) ରାତିରେ ସମ୍ପନ୍ନ ହୋଇଥାଏ। ଏହାର ନିଆର ଢ଼ଙ୍ଗ ଓ ସ୍ବତନ୍ତ୍ରତା ପାଇଁ ବହୁ ଦୂରଦୂରାନ୍ତରୁ ହଜାର ହଜାର ଦର୍ଶକ ତଥା ଭକ୍ତଙ୍କ ଭିଡ ଜମିଥାଏ।
ପଣାସଂକ୍ରାନ୍ତୀର ୧୧ଦିନ ପୂର୍ବରୁ ଭକ୍ତାମାନେ ଆସି ମା ବାସୁଳୀଙ୍କ ପୀଠରେ ପହଞ୍ଚି ଥାଆନ୍ତି। ଘରୁ ଆସିବା ପରେ ମନ୍ଦିରରେ ରହିବା ସହ ମନ୍ଦିରର ରିତିନୀତୀ ରେ ପୂଜା ନୀତି ପାଳନ କରିଥାନ୍ତି। ଦିନଯାକ ଉପବାସ କରି ନିଶବ୍ଦ ରାତିରେ ଅରୁଆ ଅନ୍ନ ଭୋଜନ କରନ୍ତି।  ଏଭଳି ନିଷ୍ଠାର ସହ ରହିବାପାଇଁ ପଡିଥାଏ। କେବଳ ଆଦିବାସୀ ଓ ହରିଜନମାନେ ହିଁ ଭକ୍ତା ହୋଇଥାଆନ୍ତି। ମା ବାସୁଳୀଙ୍କର ପ୍ରମୁଖ ଭୋଗ ହେଲା “ଭକ୍ତା”। ଭକ୍ତମାନେ  ମା’ଙ୍କ ଠାରେ ମନସ୍କାମନା କରିଥାନ୍ତି। ମନସ୍କାମନା ପୂରଣ ହେଲେ ଭକ୍ତମାନେ ଭୋଗ ସ୍ବରୂପ ଭକ୍ତା ଭୋଗ ଲଗାଇ ଥାଆନ୍ତି। ଏଥିପାଇଁ ଜଣେ ଭକ୍ତା ପାଇଁ ୩୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡିଥାଏ।
ଚଳିତ ବର୍ଷ ୫୩ଜଣ ଭକ୍ତା ମା ବାସୁଳୀଙ୍କ ପୀଠରେ ଉଡିବାର ଜଣାପଡିଛି। ୧୩ ତାରିଖ ଦିନ ମା ବାସୁଳୀ ମନ୍ଦିର ପରିସରରେ ଠାକୁରମୁଣ୍ଡା ଅଞ୍ଚଳର ଶହଶହ ଶ୍ରଧାଳୁ ଭକ୍ତ ସଂନ୍ଧ୍ୟାରେ ଆସି ଜାଗର ଜାଳିଥାଆନ୍ତି ଏହାକୁ ଜାଗର ଯାତ୍ରା କହିଥାନ୍ତି। ପଣାସଂକ୍ରାନ୍ତୀ ଦିନ ରାତିରେ ଉଡା ପର୍ବର ପୂଜାର୍ଚ୍ଚନା ସରିବା ପରେ ଭକ୍ତାମାନଙ୍କର ପିଠିରେ ଦୁଇଟି ଅଙ୍କୁଶାକୃତି କଣ୍ଟା ଫୋଡା ଯାଇଥାଏ। ସେହି କଣ୍ଟାକୁ ଦଉଡିରେ ବନ୍ଧା ହୋଇ ଏକ ଦଣ୍ଡାରେ ଗୋଟିଏ ପାର୍ଶ୍ଵରେ ବନ୍ଧା ହୁଏ ଏବଂ ଅନ୍ୟ ପାର୍ଶ୍ଵରେ ଏକ ଦୌଡି ବନ୍ଧା ଯାଏ। ମଝିରେ ଥାଏ ୧୮ ଫୁଟ ଉଚ୍ଚର ଖୁଣ୍ଟଟିଏ। ଗୋଟିଏ ପାର୍ଶ୍ୱରେ ଦୌଡ଼ିକୁ ଲୋକମାନେ ବୁଲାଇଥାନ୍ତି, ଅନ୍ୟ ପଟେ ପିଠିରେ ଫୋଡା ହୋଇଥିବା କଣ୍ଟାର ଦୌଡ଼ି ସାହାଯ୍ୟରେ ଭକ୍ତାମାନେ ଆକଶ ମାର୍ଗରେ ଉଡି ପୁଷ୍ପ ବୃଷ୍ଟି କରିଥାଆନ୍ତି। ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଚାତକ ପରି ଚାହିଁ ବସିଥାଆନ୍ତି । ଉଡା କମିଟି ସଭାପତି ତଥା  ଠାକୁରମୁଣ୍ଡା ତହସିଲଦାର ସୁଶ୍ରୀ ସୁପ୍ରିୟା ଓ  ବିଡିଓ ଙ୍କ ତ୍ବାବଧାନରେ ଶାନ୍ତି ଶୃଙ୍ଖଳା ସହିତ ସମ୍ପୂର୍ଣ୍ଣ ହୋଇଥିଲା ।ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର  ଉପସ୍ଥିତ ଥିଲେ। ଠାକୁରମୁଣ୍ଡା ଥାନା ଅଧିକାରୀଣି ସାବିତ୍ରୀ ଦଳେଇ ନେତୃତ୍ବରେ ୧ ପ୍ଲାଟୁନ ପୋଲିସ ସମେତ ମହୁଲଡିହା, କରଞ୍ଜିଆ, ଯଶିପୁର, ରରୁଆଁ ଘାଗରବେଡା ଥାନା ଅଧିକାରୀ ବିଭିନ୍ନ ସ୍ଥାନ ରେ  ରହି ଭିଡ଼ ନିୟନ୍ତ୍ରଣ କରିଥିଲେ।ମେଳା କୁ ଦୃଷ୍ଟିରେ ରଖି ଠାକୁରମୁଣ୍ଡା ଡ୍ରାଇଭର ସଂଘ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Nalco

Leave A Reply