Odisha news

ବ୍ଲକ ସ୍ତରୀୟ ମେଗା ମିଶନ ଶକ୍ତି ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ। 

0
ଠାକୁରମୁଣ୍ଡା-୨୭୨ : ମିଶନ ଶକ୍ତି ତରଫରୁ ମେଗା ମିଶନ ଶକ୍ତି ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଭୂବନେଶ୍ବର ଲୋକ ସେବା ଭବନ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଓଡ଼ିଶାର ୨.୬୫ ଲକ୍ଷ ସ୍ବୟଂସହାୟକ ଗୋଷ୍ଠୀକୁ ମୋଟ ୧୪୫ କୋଟି ଟଙ୍କାର ସୁଧ  ଫେରସ୍ତ,0% ସୁଧରେ ୧୦ଲକ୍ଷ ଟଙ୍କାର ମିଶନ ଶକ୍ତି ଋଣ ଏବଂ ୟୂନିଫର୍ମ ଓ ବ୍ଲଜର ବାବଦକୁ ୭୩୦ କୋଟି ଟଙ୍କାର ସହାୟତା ଏହି କାର୍ଯ୍ୟକ୍ରମ ରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଠାକୁରମୁଣ୍ଡା ବ୍ଲକ ମହାସଂଘ ର ସଭାନେତ୍ରି କୁନ୍ତିଲତା ମହାନ୍ତ ଓ ସମ୍ପାଦିକା ଶୁସିଳା ସାହୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ମହାସଂଘ ରଇସି,ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ସମେତ ୬୦୦ଶହରୁ ଅଧିକ ମହିଳା ଜନସାଧାରଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ଏହି ଅବସରରେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ମୁଣ୍ଡା,ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ, ୧୯ନଂ ଜୋନ ଜିଲ୍ଲାପରିଷଦ ସଭ୍ଯ ପ୍ରହଲ୍ଲାଦ ମଢେଇ, ସିଡ଼ିପିଓ ପ୍ରେମ ଲତା ସେଠୀ, ସୁପରଭାଇଜର ଗୀତାରାଣୀ ମହାପାତ୍ର, ବିପିଏ ସୁଧାଂଶୁ ଶେଖର ସାହୁ,କେନ୍ଦୁଜିଆଣୀ ଓଡ଼ିଶା ଗ୍ରାମ୍ଯ ବ୍ଯାଙ୍କ ମେନେଜର ମନୋଜ କୁମାର ବିନ୍ଧାଣୀ,ଠାକୁରମୁଣ୍ଡା ଓଡ଼ିଶା ଗ୍ରାମ୍ଯ ମେନେଜର ରମାନ ସୋରେଙ୍ଗ ,କେନ୍ଦୁମୁଣ୍ତି ଓଡ଼ିଶା ଗ୍ରାମ୍ଯ ବ୍ଯାଙ୍କ ମେନେଜର ଅରୁଣ ନାଏକ, ଠାକୁରମୁଣ୍ଡା ଷ୍ଟେଟ ବ୍ୟାଙ୍କ  ମେନେଜର ଅଶ୍ବନୀ ଆର୍ ମୁର୍ମୁ,ଠାକୁରମୁଣ୍ଡା ବ୍ଯାଙ୍କ ଅଫ୍ ଇଣ୍ଡିଆ ମେନେଜର ସ୍ମୃତିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ସଂମ୍ପର୍କ ରେ ନିଜ ନିଜର ବକ୍ତବ୍ଯ ରଖିଥିଲେ ।ବିଡ଼ିଓ ମନୋଜ କୁମାର କାର୍ଜି ସଭାପତିତ୍ବ ରେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ବିପିଏମ ରାମଣିରଞ୍ଜନ ଓଝା ସ୍ବାଗତ ଭାଷଣ ରଖିବା ସହ ଅତିଥି ପରିଚୟ କରିଥିବା ବେଳେ ବିପିସି ରତିକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Nalco

Leave A Reply