Odisha news

କରଞ୍ଜିଆ ନିର୍ବାଚନ ମଣ୍ଡଳୀ ରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ର ଶୁଭାରମ୍ଭ

0
ଠାକୁରମୁଣ୍ଡା ତା ୪/୧୧ :  ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ୪ ତାରିଖ ଶନିବାର ଦିନ ମୟୁରଭଞ୍ଜ ଜିଲ୍ଲାର ଯଶିପୁର,କରଞ୍ଜିଆ, ସାରସକଣା, ରାଇରଙ୍ଗପୁର ଆଦି ୪ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ୯୦ କୋଟି୫୦ ଲକ୍ଷ ଟଙ୍କା ବ୍ୟୟ ରେ ୨ ହଜାର ୪୨୩ ଗୋଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କୋନଫେରସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।
                 ଏହି ଅବଦର ରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜିଆ ହାଇସ୍କୁଲ ପଡିଆ ଓ ଠାକୁରମୁଣ୍ଡା ମିନି ଷ୍ଟାଡିୟମ ପରିସର ରେ ଅୟୋଜିତ ଭିଡିଓ କନଫେରସିଂ ସଭାରେ ଉପସ୍ଥିତ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ଓଡ଼ିଶା ନବୀନ ଓଡିଶା ଗାଁ ଗୁଡିକର ବିକାଶ ଶିଖର ରେ ପହଞ୍ଚାଇବା।ଗ୍ରାମ ଗୁଡିକରେ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକ ର ସଂରକ୍ଷଣ କରାଯିବ।ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଉପସ୍ଥିତ ଥିବା ୫ ଟି ତଥା ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିୟାନ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର କେତେ ଗୁଡିଏ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।ସେଥିମଧ୍ୟରୁ ଠାକୁରମୁଣ୍ଡା-ଡ଼ଙ୍ଗାଡ଼ିହା- ପୋଡା ଡ଼ିହା-ମାଣିତ୍ରୀ ରାସ୍ତା ପାଇଁ ୩୧ କୋଟି ଟଙ୍କା,ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ର ରୂପାନ୍ତିକରଣ ପାଇଁ ୭ କୋଟି ୩୧ ଲକ୍ଷ ଟଙ୍କା, କରଞ୍ଜିଆ- ଖିଚିଂ ରାସ୍ତା ପାଇଁ ୩୮ କୋଟି ଟଙ୍କା, ଠାକୁରମୁଣ୍ଡା ବ୍ଲକ ର ଚମକପୁର-ଖଣ୍ଡବନ୍ଧ ରାସ୍ତା ପାଇଁ ୧୫ କୋଟି ଟଙ୍କା,କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା,ଠାକୁରମୁଣ୍ଡା ମା ବସୁଳି କଲେଜ ପାଇଁ ୫୦ ଲକ୍ଷ ଟଙ୍କା,ପଞ୍ଚପିଢ ମହିଳା ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଈ ଥିବାର ଘୋଷଣା କରିବା ସହ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ରେ ୨୦୫ ଗୋଟି ପ୍ରାଥମିକ ବିଦ୍ୟାଳୟ ୫ ଟି ଯୋଜନା ରେ ରୂପାନ୍ତିକରଣ ପ୍ରସ୍ତାବ କୁ ଘୋଷଣା କରିଥିଲେ।ଏହି ଅବସର ରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ପରିସର ରେ ଅୟୋଜିତ ସଭାରେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରହି ଭିଡିଓ କୋ ନଫେରସିଂ ସଭାରେ ସାମିଲ ହୋଈ ପ୍ରତି ଗ୍ରାମପଞ୍ଚାୟତ ରେ ୫୦ ଲକ୍ଷ ଟଙ୍କା ଲେଖାଏଁ ଏହି ଯୋଜନା ମଧ୍ୟମ ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଥିଲେ।ସେହିପରି ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ମଢେଇ,ଜିଲ୍ଲା ପରିଷଦ ଉପାଧକ୍ଷ ବିପିନ ସିଂ ବଦ୍ରା ଭାଗ ନେଇଥିଲେ।ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ଠାକୁରମୁଣ୍ଡା ବିଡ଼ିଓ ତଥା ପ୍ରବେଶନର ଆଇଏସ ଅକ୍ଷୟ ପିଲେ,କରଞ୍ଜିଆ ପିଏ ଆଇଟି ଡିଏ ଦେବଯାନୀ ଭୂୟାଁ,ବିଡ଼ିଓ ମନୋଜ କାର୍ଜି,ତହସିଲଦାର ସୁଶ୍ରୀ ସୁପ୍ରିୟା, ସମେତ ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା,ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣିମା ବାଗସିଂ,ସମିତି ସଭ୍ୟ,୨ ଜଣ ସରପଞ୍ଚ ଉପସ୍ଥିତ ଥିବା ବେଳେ କରଞ୍ଜିଆ ଓ ଠାକୁରମୁଣ୍ଡା ରେ ଅୟୋଜିତ ସଭାରେ ବିଭିନ୍ନ ବିଭାଗ ର କର୍ମଚାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
Nalco

Leave A Reply