ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ରବିବାର ଦିନ ଗିରଫ ହୋଇଥିବା ଅଳକାଇଦା ଆତଙ୍କବାଦୀ ମିନହଜ ଅହମଦ ଓ ମସିରୁଧିନ କୁ ATS ୧୪ ଦିନ ପାଇଁ ରିମାଣ୍ଡ ରେ ନେଇଛି । ଦୁଇ ଜଣଙ୍କୁ ପଚରା ଉଚୁରା ପରେ ଅନେକ ତଥ୍ୟ ବାହାରକୁ ଆସିଛି ।
IB ର ସୂଚନା ଅନୁସାରେ ରାମ ମନ୍ଦିର କୁ ନେଇ ନିଷ୍ପତି ଜାରୀ ହେବାପରେ ଆତଙ୍କବାଦୀ ମାନେ ସିରିଏଲ୍ ବ୍ଲାଷ୍ଟ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ସେଥି ପାଇଁ ଅଳକାୟଦ ର ଏହି ମୋଡୁଲ ପ୍ରସ୍ତୁତ କରା ଯାଇଥିଲା । ସେଥି ପାଇଁ ପ୍ରଥମେ ନୂଆ ନୂଆ ପିଲା ଭର୍ତି କରାଯାଇଥିଲା , ଏହାପରେ ସେମାନଙ୍କୁ ଟ୍ରେଣ୍ଡ କରାଗଲା । ସେମାନଙ୍କୁ କମ୍ ଖର୍ଚ୍ଚ ରେ ମଧ୍ୟ ବମ୍ ତିଆରି କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା । ପଚରା ଉଚୁରା ରୁ ଏହା ମଧ୍ୟ ଜଣାପଡିଛି ଯେ ୨ ବର୍ଷ ପୂର୍ବରୁ ୭ ଜଣ ପିଲା ବାଇକ୍ ରେ ବୁଲି ରାମ୍ ମନ୍ଦିର ର ରେକୀ କରିଥିଲେ ।
ATS ପକ୍ଷରୁ ସୋମବାର ଦିନ ୨ ଜଣଙ୍କୁ ଲକ୍ଷ୍ନୌ ର ସ୍ପେଶାଲ କୋର୍ଟ ରେ ହାଜର କରାଯାଇଥିଲା । ସେଠାରେ ATS ପକ୍ଷରୁ ରିମାଣ୍ଡ ଅର୍ଜି ଦାଖଲ କରାଗଲା । ଯାହା କୋର୍ଟ ଦ୍ଵାରା ସ୍ବୀକାର କରାଯାଇଥିଲା ।
ATS ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀ ମାନେ ଅଗଷ୍ଟ ୧୫ ତାରିଖ ଦିନ ବଡ଼ ଧରଣର ବମ୍ ବ୍ଲାଷ୍ଟ କରିବାର ଯୋଜନା କରିଥିଲେ , ଯାହା ମାନବ ବମ୍ ପ୍ରସ୍ତୁତ କରିବାର ଯୋଜନା ରହିଥିଲା । ଯାହା ଭାରତର ମାଟିକୁ ଥରାଇ ଦେଇଥାନ୍ତା । ଏହି ଦୁଇ ଆତଙ୍କବାଦୀଙ୍କୁ AGH ର ୟୁପି କମାଣ୍ଡର ଶକିଲ ଅପରେଟ କରୁ ଥିଲା । କିନ୍ତୁ ଅପରେସନ ପୂର୍ବରୁ ସକିଲ ସେଠାରୁ ଖସି ଯାଇଥିଲା । ATS ପକ୍ଷରୁ ସକିଲ୍ ର ଖାନ୍ ତଲାସ ଜାରି ରହିଛି ।
Comments are closed.