Odisha news

ନିୟମିତ ସକାଳୁ ଖାଲି ପେଟରେ ପିଅନ୍ତୁ ମାତ୍ର ଏହି ଗୋଟିଏ ପାନୀୟ , ବ୍ରେନ ଷ୍ଟ୍ରୋକ ଓ ହାର୍ଟ ଷ୍ଟ୍ରୋକ ସମସ୍ୟା ଦୂର ହେବା ସହିତ କୋଲେଷ୍ଟ୍ରଲ ରୁ ମଧ୍ୟ ମୁକ୍ତି ମିଳିଥାଏ

0

ଆମେ ସମସ୍ତେ ତେଜପତ୍ର ର ଉପଯୋଗ ବିଷୟରେ ଜାଣିଛୁ l କିନ୍ତୁ ଏହି ତେଜପତ୍ର ଅନେକ ଗୁଡିଏ ଔଷଧୀୟ ଗୁଣରେ ଭରପୁର ଅଟେ l ଯାହାକି ସ୍ୱାସ୍ଥ୍ୟ ପକ୍ଷରୁ ଖୁବ ହିତକର ଅଟେ l ଏହା ଆମର ଶାରୀରିକ କ୍ଷମତାକୁ ବଢାଇବା ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଖୁବ ଉପଯୋଗୀ ଅଟେ l କିନ୍ତୁ ଅନେକ ଲୋକ ଏହି କଥାରେ ଅସାମଞ୍ଜସ୍ୟ ହୋଇ ଥାଆନ୍ତିକି ଏହାକୁ କିପରି ଭାବରେ ସାଥି ଉପାୟରେ ବ୍ୟବହାର କରିହେବ l ସ୍ୱାସ୍ଥ୍ୟ ବିଶେଷଜ୍ଞ ନକମତରେ ସକାଳୁ ତେଜପତ୍ର କୁ ପାଣିରେ ଫୁଟାଇ ପିଇବା ଦ୍ୱାରା ୫ଟି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇଥାଏ l

* ଇମ୍ୟୁନିଟି ବୁଷ୍ଟ – ନିୟମିତ ସକାଳୁ ତେଜ ପତ୍ର ଫୁଟାଇ ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ପାଇଁ ଲାଭକାରୀ ହୋଇଥାଏ l ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ l ଯାହାକି ସଂକ୍ରମଣ ଦୂର କରିଥାଏ ଏବଂ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l

* ଓଜନ ହ୍ରାସ ହୋଇଥାଏ – ତେଜ ପତ୍ର ର ଚା ରେ ଡ଼ାଲିଚୀନୀ ଗୁଣ ରହିଥାଏ ଯାହାକି ମେଟାବୋଲିଯିମ ସ୍ତର କୁ ବୃଦ୍ଧି କରିଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଏହା ଆମର ମାନସିକ ଚାପ ହ୍ରାସ କରିଥାଏ l ନିୟମିତ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l

* ହେଲଦି ହାର୍ଟ – ତେଜପତ୍ର ପାଣି ହାର୍ଟ ପାଇଁ ଖୁବ ଉପଯୋଗୀ l ଏଥିରେ ଥିବା ପୋଟାସିୟମ୍ , ଆଣ୍ଟିଅକ୍ସିଡାଣ୍ଟ ଓ ଆଇରନ ରହିଥାଏ l ଏହି ପାଣି ହୃଦ ଗତି ସହିତ ରକ୍ତଚାପ କୁ ମଧ୍ୟ ସନ୍ତୁଳିତ ରଖିଥାଏ l

* ଉନ୍ନତ ପାଚନ – ତେଜପତ୍ର ପାଚନ ରେ ସୁଧାର ଆଣିଥାଏ l ଯେଉଁ ଲୋକମାନେ ଗ୍ୟାସ ଏସିଡ଼ିଟି ଇତ୍ୟାଦିର ସମୁଖୀନ ହେଉଛନ୍ତି ସେମାନେ ନିୟମିତ ଉଷୁମ ଉଷୁମ ତେଜପତ୍ର ପାଣି ସକାଳୁ ଖାଲି ପେଟରେ ସେବନ କରନ୍ତୁ l

* କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ – ତେଜ ପତ୍ରରେ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଥାଏ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମଧ୍ୟ ରହିଥାଏ l ଯାହାକି ବ୍ୟାଡ଼ କୋଲେଷ୍ଟ୍ରଲ ର ମାତ୍ରା କୁ ହ୍ରାସ କରିଥାଏ l ଏବଂ ବ୍ରେନ ଷ୍ଟ୍ରୋକ ଓ ହାର୍ଟ ଷ୍ଟ୍ରୋକ ରୁ ମଧ୍ୟ ମୁକ୍ତି ମିଳିଥାଏ l

Leave A Reply