ବାଲିପାଟଣା : ଶିକ୍ଷା ଅଧିକାରୀଙ୍କ ଉଦ୍ୟମ ପାଇଁ ସଠିକ ସମୟରେ ମିଳିଲା ଦରମା । ସେଥିପାଇଁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରାଥମିକ ଶିକ୍ଷକ ସଂଘ।ଏଠାରେ ଉଲ୍ଲେଖଯୋଗ୍ୟ ମାର୍ଚ୍ଚ ମାସର ଦରମା ଓ ବର୍ଦ୍ଧିତ ଏରିଅର ସଠିକ ସମୟରେ ନମିଳିବା ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଗତ ମାସ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଅଭିଯୋଗ ପରେ ତୁରନ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଶୈଳେଧୁ ରାଜ ତନୟା ଶତପଥୀ କିପରି ପ୍ରାଥମିକ ଶିକ୍ଷକ ମାନେ ସଠିକ ସମୟରେ ବେତନ ପାଇ ପାରିବେ ସେ ଦିଗରେ ବିହିତ ପଦକ୍ଷେପ ନେଇଥିଲେ।ଯାହାର ଫଳ ସ୍ୱରୂପ ପୂର୍ବ ବେତନ ସହିତ ଚଳିତ ମାସ ର ବେତନ ମଧ୍ୟ ଶିକ୍ଷକ ମାନଙ୍କୁ ସଠିକ ସମୟରେ ମିଲିପାରିଛି।ସେଥିପାଇଁ ସେମାନେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ସାଧୁବାଦ ଦେବା ସହିତ ଶିକ୍ଷାର ବିକାଶ ଦିଗରେ ସଂଘ ସର୍ବଦା ତାଙ୍କ ସହିତ ରହିଛି ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଆଲୋକ ରଞ୍ଜନ ସାହୁ,ସମ୍ପାଦକ ରଶ୍ମି ରଞ୍ଜନ ପଣ୍ଡା,ଉପ ସଭାପତି ଜମ୍ବେଶ୍ୱର ମଲ୍ଲିକ,ଝୁନିଲତା ସାହୁ,ପ୍ରଫୁଲ୍ଲ କୁମାର ମହାନ୍ତି, ଛବିନାଥ ସାଥୁଆ, ରମାରଞ୍ଜନ ଦାସ,ଦୀନବନ୍ଧୁ ମହାନ୍ତି, ମିର ଆରିଫ ଅଲ୍ଲୀ,ଅରୁଣ କୁମାର ପାତ୍ର ପ୍ରମୁଖ ବ୍ଲକ ଶିକ୍ଷା ଅଧିକାରୀ ଶୈଳେଧୁ ରାଜ ତନୟା ଶତପଥୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।