Odisha news

ଟାଟା କମ୍ପାନିରେ ଚାକିରି ବାହାନାରେ ଠକେଇ ମାମଲା : ଏମପି ଏମ୍ଏଲଏକୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକଙ୍କ ସହ ଅଭୟ ଏବଂ ଆକାଶ ପାଠକ

0
ବ୍ରହ୍ମପୁର, ୪।୧୧ଟାଟା କମ୍ପାନିରେ ନିଯୁକ୍ତି ବାହାନାରେ ଲକ୍ଷାଧିକ ଟଙ୍କା ଠକେଇ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକ, ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଗୋଳନ୍ଥରା ଥାନାରେ ତିନିଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମୋଟ ୪ଟି ମାମଲା ରୁଜୁ ହୋଇଥିଲା। ସେଥିରୁ ଗୋଳନ୍ଥରା ଥାନାରେ ରୁଜୁ ଗୋଟିଏ ମାମଲା(ଜିଆର୍ କେସ୍ନଂ୨୨୨୫/୨୦)ରେ ଆଜି ତିନି ଅଭିଯୁକ୍ତ ଜେଏମ୍ଏଫ୍ସି ଶିବାନୀ ମିଶ୍ରଙ୍କ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କ ବିରୋଧରେ ଆଜି କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା। ତେବେ ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ କୋର୍ଟରେ ଡିସ୍ଚାର୍ଜ ପିଟିସନ୍ ଫାଇଲ୍ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ଉକ୍ତ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା। ଅନ୍ୟ ତିନିଟି ମାମଲାରେ ମଧ୍ୟ ଅଭିଯୁକ୍ତମାନଙ୍କ ପକ୍ଷରୁ କୋର୍ଟରେ ଡିସଚାର୍ଜ ପିଟିସନ୍ ପାଇଲ୍ ହୋଇଛି। ଏହା ୁପରେ ଶୁଣାଣି ପାଇଁ ଆସନ୍ତା ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ନେଇ ତିନି ଅଭିଯୁକ୍ତଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଲକ୍ଷ୍ମୀ ନାୟକ ନାମକ ଜଣେ ବ୍ୟକ୍ତି ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଅକୁ ଟାଟା କମ୍ପାନିରେ ଚାକିରି କରାଇ ଦେବାକୁ କହି ବିଧାୟକ କୁଆଡ଼େ ତାଙ୍କ ଠାରୁ ୬ଲକ୍ଷ ଟଙ୍କା ନେଇଥିବା ଏତଲାରେ ଦର୍ଶାଇଥଲେ। ପୁଲିସ ଏକ ମାମଲା (କେସ୍ନଂ ୩୭୪/୨୦୨୦) ରୁଜୁ କରି ଏଥିରେ ବିଧାୟକଙ୍କ ସହ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଅାକାଶ ପାଠକଙ୍କୁ ଅଭିଯୁକ୍ତ କରିଥିଲା।
Nalco

Leave A Reply