Odisha news

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରୁ ଚୋରି : ଫେକ୍ଟ ଫାଇଣ୍ଡିଙ୍ଗ ଟିମ ମନ୍ଦିରରେ ପହଞ୍ଚି ଅଳଙ୍କାର ଚୋରି ନେଇ ସେବାୟତଙ୍କୁ ପଚାରି ବୁଝିଥିଲେ

0

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରେ ଆଜି ଭୋରରୁ ଚୋରି ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡ଼ିର ଫେକ୍ଟ ଫାଇଣ୍ଡିଙ୍ଗ ଟିମ ମନ୍ଦିରରେ ପହଞ୍ଚିଛନ୍ତି । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଖଲ୍ଲିକୋଟର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ ମାଁଙ୍କ ମନ୍ଦିରରେ ପହଞ୍ଚିଥିଲେ । ପ୍ରଥମେ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ମା’ଙ୍କ କଣ ସବୁ ଅଳଙ୍କାର ଚୋରି ହୋଇଛି ସେ ନେଇ ସେବାୟତଙ୍କୁ ପଚାରି ବୁଝିଥିଲେ । ପୂର୍ବ ସରକାର ସମୟରେ ମା’ଙ୍କ ମନ୍ଦିରର ଉନ୍ନତିକରଣ ହୋଇଥିଲା । ଭକ୍ତ ଠାରୁ ଆରମ୍ଭ କରି ସେବାୟତ ମାନଙ୍କ ପାଇଁ ପୂର୍ବ ସରକାର ଅନେକ ସୁବିଧା କରିଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି । ମାଙ୍କ ମନ୍ଦିରରେ ଆଲୋକିକରଣ ନଥିବା ବେଳେ ସିସିଟିଭି କ୍ୟାମେରା ମଧ୍ୟ କାମ କରୁନାହିଁ । ଏପରିକି ସୁରକ୍ଷା ବ୍ୟବସ୍ଥା ଢ଼ିଲା ଯୋଗୁଁ ଚୋର ମାନେ ସାହାସିକତାର ସହ ମା’ଙ୍କ ମନ୍ଦିରରେ ପ୍ରବେଶ କରି ଚୋରି କରିଛନ୍ତି । ତେଣୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ବିଜେଡ଼ି ଫେକ୍ଟ ଫାଇଣ୍ଡିଙ୍ଗ ଟିମ

Leave A Reply