Odisha news

ଗବେଷଣା ର ନୁଆ ଖୁଲାସା : ଟମାଟୋ ସେବନ ଦ୍ୱାରା ପୁରୁଷ ମାନଙ୍କ ନିକଟରେ ହ୍ରାସ ହୋଇଥାଏ ପ୍ରୋଷ୍ଟେଟ କ୍ୟାନସର

0

ଟମାଟୋ କୁ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ବୋଲି କୁହାଯାଇ ଥାଏ l ନିକଟ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଟମାଟୋ ପୁରୁଷ ମାନେ ନିୟମିତ ସେବନ କରିବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନ୍ସର ପାଇଁ ରାମ ବାଣ ଅଟେ l ପୁରୁଷ ମାନଙ୍କ ନିକଟରେ ହେଉଥିବା ପ୍ରୋଷ୍ଟେଟ କ୍ୟାନସର ପ୍ରୋଷ୍ଟେଟ ଗ୍ରନ୍ଥୀ ରେ ହେଉଥିବା କ୍ୟାନ୍ସର ଅଟେ l ଏବଂ ଏହା ସେତେବେଳେ ହୋଇଥାଏ ଯେତେବେଳେ ଏହି ଗ୍ରନ୍ଥୀ କଣ୍ଟ୍ରୋଲ ଠାରୁ ଅଧିକ ବଢିଥାଏ l ଏହି ଅଧ୍ୟୟନ ରେ ଗବେଷକ ମାନେ ମତ ଦେଇଛନ୍ତି ଯେ ଜଣେ ପୁରୁଷ ବ୍ୟକ୍ତି ଗୋଟିଏ ସପ୍ତାହ ରେ ୧୦ ଟି ଟମାଟୋ ନିହାତି ଖାଇବା ଜରୁରୀ l

* ଏହି ଅଧ୍ୟୟନ ରେ ପୁରୁଷ ମାନଙ୍କୁ ଟମାଟୋ ସାଲାଡ଼ ଆକାରରେ ହେଉ କିମ୍ବା ଜୁସ କରି ହେଉ କିମ୍ବା ସୁପ କରି ହେଉ ଖାଇବା ପାଇଁ କୁହାଯାଇ ଥିଲା l ଏହି ଅଧ୍ୟୟନ ରେ ଟମାଟୋ ନିୟମିତ ସେବନ କରୁଥିବା ଲୋକ ଙ୍କ ମଧ୍ୟରେ ପ୍ରୋଷ୍ଟେଟ କ୍ୟାନ୍ସର କମ ରହି ଥିବାର ଦେଖବାକୁ ମିଳିଥିଲା l ଏବଂ ଦେଖିବାକୁ ମିଳିଥିଲା ଯେ ଟମାଟୋ ରେ ଥିବା ଲାଇକପିନ ନାମକ ଇଞ୍ଜାଇମ ପ୍ରୋଷ୍ଟେଟ କ୍ୟାନସର ସମସ୍ୟା କୁ କମ କରିଥାଏ l

* ଲାଇକୋପିନ କ୍ୟାନ୍ସର ସମସ୍ୟା କୁ ଠିକ କରିବା ସହିତ ଡିଏନଏ କୁ ସୁରକ୍ଷିତ ରଖଥାଏ l ଏବଂ ସେଲ କୁ ମଧ୍ୟ ନଷ୍ଟ ହେବାରୁ ରକ୍ଷା କରେ l କେବଳ ଏତିକି ନୁହେଁ ଲାଇକୋପିନ ପ୍ରୋଷ୍ଟେଟ ଗ୍ରନ୍ଥୀ ରେ ବଢୁଥିବା କ୍ୟାନ୍ସର ସେଲ କୁ ମଧ୍ୟ ରିଭର୍ସ କରିଥାଏ l

* ଏହି ଅଧ୍ୟୟନ ଅନୁସାରେ ବିଶ୍ୱରେ ବର୍ତମାନ ପ୍ରୋଷ୍ଟେଟ କ୍ୟାନ୍ସର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି l ପ୍ରୋଷ୍ଟେଟ ଗ୍ରନ୍ଥୀ କେବଳ ପୁରଷ ମାନଙ୍କ ନିକଟ ରେ ଦେଖିବାକୁ ମିଳିଥାଏ l ଅନ୍ୟ କ୍ୟାନ୍ସର ମାନଙ୍କ ତୁଳନାରେ ପ୍ରୋଷ୍ଟେଟ କ୍ୟାନ୍ସର ଦ୍ଵିତୀୟ ସ୍ଥାନ ରେ ରହିଛି l

* ବିଶେଷ ଭାବେ ପ୍ରୋଷ୍ଟେଟ କ୍ୟାନ୍ସର ରେ ପ୍ରଭାବିତ ହେଉଥିବା ବ୍ୟକ୍ତି ପ୍ରକୃତିକ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରଖୁଛନ୍ତି l ଯାହାକି ପ୍ରୋଷ୍ଟେଟ କ୍ୟାନ୍ସର ର ଗୋଟିଏ ବଡ଼ କାରଣ ଅଟେ l

Nalco

Leave A Reply