ତାଳଚେର ତା ୦୭/୦୬ ତାଳଚେର ଜିଲ୍ଳା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପୂର୍ବ ନିଷ୍ପତିକ୍ରମେ ଆଜି ସକାଳ ୬ଘଟିା ଠାରୁ ସନ୍ଧ୍ୟା ୬ଘଂଟିକା ପର୍ଯ୍ୟନ୍ତ ୧୨ଘଂଟିଆ ତାଳଚେର ବନ୍ଦ ସପୂର୍ଣର୍ଭାବେ ସଫଳ ହୋଇଛି । ସକାଳୁ ତାଳଚେର ଅଂଚଳରେ ରହିଥିବା ସମସ୍ତ କୋଇଲା ଖଣି ଗୁଡ଼ିକ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । କମିଟିର ସଦସ୍ୟମାନେ ଭରତପୁର, ବଳରାମ, ହିଙ୍ଗୁଳା, ଅନନ୍ତ, ଭୂବନେଶ୍ୱରୀ, ଲିଙ୍ଗରାଜ, ଡ଼େରା, ହାଣ୍ଡିଧୂଆଁ ନନ୍ଦିରା ଖଣି ଗୁଡ଼ିକରେ ପିକେଟିଙ୍ଗ କରିବା ସହ ହାଟତୋଟା, ବାଇପାସ୍, ବଡ଼ବଜାର ଇତ୍ୟାଦି ବାଇକ ସାହାଯ୍ୟରେ ବୁଲି ନାରାବାଜି ଦେଇ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ବହ୍ଲରଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ତାଳଚେର ବନ୍ଦକୁ ସ୍ଥାନୀୟ ଶାସକ ବିରୋଧିଦଳ ସମର୍ଥନ କରିନଥିଲେ ଯାହା ଦ୍ୱାରା ମାଟିର ପୁଅ ଶାସକ ଦଳର ବିଧାୟକ ଓ ସାଂସଦ ଥାଉଥାଉ ସ୍ଥାନୀୟ ପୋଲିସ୍ ପ୍ରଶାସନ ତାଳଚେରର ସମୂହ ସ୍ୱାର୍ଥପାଇଁ ନ୍ୟାର୍ଯ୍ୟ ଅଧିକାର ମାଗୁଥିବା ଆନ୍ଦୋଳନକାରୀ ମାନଙ୍କୁ ଦିନଦ୍ୱିପ୍ରହରରେ ଜାତୀୟ ରାଜପଥ ଅବରୋଧ ନ୍ୟାୟ ସଙ୍ଗତ ନୁହଁ କହି ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଉଠାଇନେଇଥିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଖବର ପ୍ରଚାରିତ ହେବାପରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ / ସଦସ୍ୟାଙ୍କ ସହ ସନ୍ତୋଷ ମହାପାତ୍ର ଉପସ୍ଥିତ ଥିଲେ ଏବଂ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଳା କ୍ରିୟାନୁଷ୍ଠାନ କମିଟି ସଦସ୍ୟ / ସଦସ୍ୟା ଓ ତାଳଚେର ଅଂଚଳବସୀ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ତେବେ ସରକାର ଶିଳ୍ପନଗରୀ ତାଳଚେରକୁ କେବେ ଜିଲ୍ଳା ଘୋଷଣା ହେବ ତାହା ଦେଖିବାକୁ କେବଳ ବାକି ରହିଲା ।