Odisha news

ଏସିଡିଟି ସମୟରେ ଯଦି ପିଉଛନ୍ତି ଡାଇଜିନ୍ ସିରପ ତେବେ ହୋଇ ଯାଆନ୍ତୁ ସତର୍କ

0

ଆଜିକାଲି ଏସିଡିଟି ଗୋଟିଏ ବଡ଼ ସମସ୍ୟା , ସେଥି ପାଇଁ ପ୍ରାୟ ସମସ୍ତେ କିଛି ଚିନ୍ତା ନକରି ଡାଇଜିନ୍ ସିରପ ପିଇ ଦେଉଛନ୍ତି ତ ଟିକେ ସମ୍ଭାଳି ଯାଆନ୍ତୁ l ଡ୍ରଗସ୍ କଣ୍ଟ୍ରୋଲ୍ ଜେନେରାଲ ଅଫ ଇଣ୍ଡିଆ ( 𝙳𝙲𝙶𝙸) ପକ୍ଷରୁ ଡାଇଜିନ ସିରପ କୁ ନେଇ ଆଲାର୍ଟ ଜାରି କରାଯାଇଛି l ଏହି ଆଲାର୍ଟ ଅନୁସାରେ ଡାଇଜିନ ଜେଲ ଉପରେ ରୋକ ଲଗାଇବାକୁ କୁହାଯାଇ ଥିଲା l ଏହି ଆଡ଼ଭାଇଜରୀ ଜରିଆରେ କମ୍ପାନୀ କୁ ବଜାରରୁ ଡାଇଜିନ ସିରପ ଉଠାଇ ନେବା ପାଇଁ କଡା ନିର୍ଦେଶ ଦିଆଯାଇ ଥିଲା l

* ଡ୍ରଗସ୍ କଣ୍ଟ୍ରୋଲ୍ ବୋର୍ଡ ଙ୍କ ନିର୍ଦେଶ ଅନୁସାରେ କୁହାଯାଇଛି ଯେ ଡାକ୍ତର ମାନେ ତାଙ୍କ ରୋଗୀ ଙ୍କୁ ଏହା ବ୍ୟବହାର କରିବା ପାଇଁ ବାରଣ କରନ୍ତୁ l

* କାହିଁକି ନା ଅତ୍ୟଧିକ ଡାଇଜିନ ସିରପ ର ବ୍ୟବହାର ପାଚନ କ୍ରିୟା କୁ ପ୍ରଭାବିତ କରିଥାଏ l ଯାହାଦ୍ୱାରା ପ୍ରକୃତିକ ଉପାୟ ରେ ଖାଦ୍ୟ ହଜମ ହେବାରେ ସମସ୍ୟା ହୋଇଥାଏ l

* ଡ୍ରଗସ୍ କଣ୍ଟ୍ରୋଲ୍ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆଜିକାଲି ଅତ୍ୟଧିକ ଡାଇଜିନ ସିରପ ସେବନ ଲୋକ ମାନଙ୍କ ମଧ୍ୟରେ ଅପେଟାଇଟ ହ୍ରାସ କରୁଛି l ଯେଉଁ କାରଣକରୁ ଲୋକେ ଖାଦ୍ୟ ଭୋକ ନଲାଗିବା ସତ୍ୱେ ମଧ୍ୟ ଖାଉଛନ୍ତି l

* ମିଳିଥିବା ସୂଚନା ଅନୁଯାୟୀ ଏବୋଟ ନାମକ କମ୍ପାନୀ ର ଜଣେ ବ୍ୟକ୍ତି ଡାଇଜିନ ସିରପ ବଜାରରୁ କିଣି ଥିଲେ l ଯାହାକି ସାଧାରଣ ଡାଇଜିନ ସିରପ ଠାରୁ ଅଲଗା ଥିଲା l ବିଶେଷ ଭାବରେ ଏହାର ଗନ୍ଧ ଓ ସ୍ୱାଦ ମଧ୍ୟ ଅଲଗା ରହିଥିଲା l ଗ୍ରାହକ ଜଣଙ୍କ ର ଅଭିଯୋଗ ପରେ କମ୍ପାନୀ ପକ୍ଷରୁ ବଜାରରୁ ସମସ୍ତ ଡାଇଜିନ ଉଠାଇ ନିଆ ଯାଇଛି l

Nalco

Leave A Reply