Odisha news

କାହିଁକି ପୁରୁଷ ମାନଙ୍କ ନିକଟରେ ଇରିଟେବୁଲ ସିଣ୍ଡ୍ରୋମ୍ ସମସ୍ୟା ଦେଖାଯାଏ , କିପରି ରକ୍ଷା ପାଇବେ ଆସନ୍ତୁ ଜାଣିବା

0

ମହିଳା ମାନଙ୍କ ର ଋତୁସ୍ରାବ ପରେ ସାଧାରଣତଃ ମୁଡ଼ ସୁଇଙ୍ଗ ହୋଇଥାଏ, କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ମୁଡ଼ ସୁଇଙ୍ଗ ସମସ୍ୟା କେବଳ ମହିଳା ମାନଙ୍କ ନିକଟରେ ନୁହେଁ , ପୁରୁଷ ମାନଙ୍କ ନିକଟରେ ମଧ୍ୟ ଦେଖା ଯାଇଥାଏ l ହଁ ଆଜ୍ଞା ପୁରୁଷ ମାନେ ମଧ୍ୟ ଇରିଟେବୁଲ ସିଣ୍ଡ୍ରୋମ୍ ର ସମୁଖୀନ ହୋଇ ଥାଆନ୍ତି l ଇରିଟେବୁଲ ମେଲ ସିଣ୍ଡ୍ରୋମ୍ ଗୋଟିଏ ଏଭଳି କଣ୍ଡିସନ ଯେଉଁଥିରେ ପୁରୁଷ ମାନଙ୍କ ନିକଟରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ l ଯେପରିକି :-
– ପୁରୁଷ ମାନେ ଚିଡ଼ିଚିଡା ସ୍ଵଭାଵ ର ହୋଇ ଥାଆନ୍ତି l
– ପୁରୁଷ ମାନଙ୍କ ନିକଟରେ ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l
– ଅଳସୁଆ ଲାଗିବା ସହିତ କାର୍ଯ୍ୟ କରିବା ରେ ଇଛା ହୋଇ ନଥାଏ ଏବଂ ଥକା ଲାଗିଥାଏ l
– ଆହୁରି ମଧ୍ୟ ଚିନ୍ତା , କ୍ରୋଧ ଓ ନିରାଶା ଭଳି ସମସ୍ୟା ଦେଖା ଯାଇଥାଏ l

କାହିଁକି ପୁରୁଷ ମାନଙ୍କ ନିକଟରେ ଇରିଟେବୁଲ ସିଣ୍ଡ୍ରୋମ୍ ସମସ୍ୟା ଦେଖାଯାଏ -:
* ପୁରୁଷ ମାନଙ୍କ ନିକଟରେ ଟେଷ୍ଟୋଷ୍ଟେରୋନ ସ୍ତର କମିବା ଦ୍ୱାରା ଇରିଟେବୁଲ ସିଣ୍ଡ୍ରୋମ୍ ସମସ୍ୟା ହୋଇଥାଏ l

* ପୁରୁଷ ମାନଙ୍କ ନିକଟରେ ଦେଖା ଯାଉଥିବା ଟେଷ୍ଟୋଷ୍ଟେରାନ ହର୍ମନ ଗୋଟିଏ ସେକ୍ସ ହର୍ମନ ଅଟେ l ୩୦ ବର୍ଷ ପରେ ଏହି ଟେଷ୍ଟଷ୍ଟେରାନ୍ ହର୍ମନ ର ସ୍ତର ପୁରୁଷ ମାନଙ୍କ ନିକଟରେ କମିବାକୁ ଲାଗିଥାଏ l ଏହି ହର୍ମନ ର ସମ୍ବନ୍ଧ ଫିଟ ନେସ , ଏନର୍ଜି ଓ ସେକ୍ସ ଡ୍ରାଇଭ ପାଇଁ ଆବଶ୍ୟକ l ଟେଷ୍ଟଷ୍ଟେରାନ ହର୍ମନ କମିବା ଦ୍ୱାରା ମୁଡ଼ ସୁଇଙ୍ଗ ସମସ୍ୟା ଦେଖାଯାଏ l ଏହି ସିଣ୍ଡ୍ରୋମ୍ ରେ ପୀଡିତ ହେବା ଦ୍ୱାରା ପର୍ଶନଲ ଲାଇଫ ଓ ପ୍ରେଫେସନାଲ ଲାଇଫ ପ୍ରଭାବିତ ହୋଇଥାଏ l

କିପରି ରକ୍ଷା ପାଇବେ ଇରିଟେବୁଲ ସିଣ୍ଡ୍ରୋମ୍ ଠାରୁ :-
* ମୁଡ଼ ଓ ବ୍ୟବହାର ରେ ପରିବର୍ତନ ପ୍ରତି ଧ୍ୟାନ ଦେବା ଜରୁରୀ l ଏହାଛଡା ଯଦି ପାରୁଛନ୍ତି ମନୋ ଚିକିତ୍ସକ ଙ୍କୁ ପରାମର୍ଶ କରନ୍ତୁ l

* ନିଜ ବ୍ୟବହାର ଓ ପ୍ରକୃତି ରେ ପରିବର୍ତନ କରିବା ପାଇଁ ବ୍ୟାୟାମ , ଯୋଗାସନ ସହିତ ମାଇଣ୍ଡ ଫୁଲ ନେସ ମେଡିଟେସନ ସାମିଲ ରହିଛି l

* ପୁରୁଷ ମାନେ ନିଜ ପସନ୍ଦ ଯୋଗ୍ୟ କୌଣସି ଆକ୍ଟିଭିଟି କରନ୍ତୁ l ଯେପରିକି କିଛି ଗୋଟିଏ ଖେଳ ରେ ରୁଚି ରଖନ୍ତୁ l

* ସବୁ କାର୍ଯ୍ୟ ସହିତ ବାଲାନ୍ସ ଡାଏଟ ନିହାତି ଜରୁରୀ l ଯାହାକି ଆମ ମନକୁ ପ୍ରଫୁଲ୍ଲୀତ ରଖିବା ସହ ଆମକୁ ଫିଟ ରଖିଥାଏ l

Nalco

Leave A Reply