Odisha news

୩ ବନ୍ଧୁ ଙ୍କ କାହାଣୀ : ଇଞ୍ଜିନିୟରିଂ ପାଠ ପଢ଼ାରୁ SWIGGY କମ୍ପାନୀର ଯାତ୍ରା , ଯାହା ଦେଇଛି ଆଜି ନୂଆ ପରିଚୟ

0

SWIGGY ନାମକ ଫୁଡ ଡେଲିଭରି କମ୍ପାନୀ ସହିତ ଆମେ ସମସ୍ତେ ପରିଚିତ, ଯାହାଦ୍ୱାରା ଆମେ ଅନଲାଇନ ରେ ଖାଦ୍ୟ ଅର୍ଡର କରି ଖାଇବାର ସୁଯୋଗ ପାଇଥାଉ l କିନ୍ତୁ ଏହି କମ୍ପାନୀ ର ସଫଳତା ପଛରେ ରହିଛି ଗୋଟିଏ ସୁନ୍ଦର କାହାଣୀ l ଏହା ହେଉଛି ତିନି ବନ୍ଧୁ ଙ୍କ କାହାଣୀ l

ଦୁଇ ବନ୍ଧୁ ନନ୍ଦନ ରେଡି  ଓ ଶ୍ରୀହର୍ଷ ମଜେଟି ବିଟସ ପିଲାନୀ ରେ ପାଠ ପଢୁଥିଲେ, ଶ୍ରୀହର୍ଷ ଙ୍କ  ର ଲଣ୍ଡନ ର ଗୋଟିଏ ବ୍ୟାଙ୍କ ରେ ଚାକିରୀ ହୋଇଗଲା, ୩ବର୍ଷ ସେଠାରେ ରହିଲେ ମଧ୍ୟ ନିଜର ଷ୍ଟାର୍ଟ ଅପ କରିବାର ଚିନ୍ତା ସବୁବେଳେ ତାଙ୍କ ମନରେ ରହୁଥିଲା  l କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଣ୍ଡନ ରେ ରହିପାରିଲେ ନାହିଁ ଏବଂ ଭାରତ ଫେରି ଆସିଲେ l ଏବଂ ଶ୍ରୀହର୍ଷ ଙ୍କ ସହିତ ମିଶି ବ୍ୟବସାୟ କରିବାକୁ ଚିନ୍ତା କଲେ l ଆରମ୍ଭ ରେ ଉଭୟ ଲଜିସ୍ଟିକ ବ୍ୟବସାୟ ଆରମ୍ଭ କରିଥିଲେ l କିନ୍ତୁ ତାହା ଦୀର୍ଘଦିନ ଚାଲିଲା ନାହିଁ ଏବଂ ସେଥିରେ ଅନେକ ଅର୍ଥ ବ୍ୟୟ ହେଲା l ତେଣୁ ଉଭୟ ଆଉ କିଛି କରିବାକୁ ଚିନ୍ତାରେ ଥିବା ସମୟରେ ତାଙ୍କର ସାକ୍ଷାତ IIT ଗ୍ରାଜୁଏଟ ରାହୁଲ ଯେମିନି ଙ୍କ ସହିତ ହେଲା, ରାହୁଲ ଇ-କମର୍ସ ସାଇଡ Myntra ରେ କାର୍ଯ୍ୟରତ ଥିଲେ l ରାହୁଲ ଙ୍କୁ ଉଭୟ ନିଜର ଷ୍ଟାର୍ଟ ଅଫ ପ୍ଲାନ ବିଷୟରେ କହିଲେ l  ଏହାପରେ ତିନିଜଣ ମିଶି କିଛି ନୂଆ ଆଇଡ଼ିଆ ଖୋଜିଲେ l

ଅନେକ ଚିନ୍ତା କରିବା ପରେ ୩ବନ୍ଧୁ ଭାବିଲେ ଭାରତରେ ଫୁଡ ଡେଲିଭରି ସର୍ଭିସ ଖୁବ ଅନ – ଅର୍ଗାନାଇଜେଡ଼ ଅଟେ l  ସେମାନେ ଏହି ଦିଗରେ କିଛି ଉନ୍ନତ କରିବାର ଚିନ୍ତା କଲେ l ଏହାପରେ ନନ୍ଦନ, ଶ୍ରୀହର୍ଷ , ରାହୁଲ ଙ୍କ ସହିତ ମିଶି ସ୍ବୀଗୀ ଲଞ୍ଚ କଲେ l

SWIGGY ର ଜନ୍ମସ୍ଥାନ –
ସ୍ବୀଗି ର ଆରମ୍ଭ ବେଙ୍ଗାଲୁରୁ ର କୋରାମଙ୍ଗଳl ରୁ ହୋଇଥିଲା, l ଆରମ୍ଭ ରେ କମ୍ପାନୀ ରେ ୫ଜଣ ଡେ଼ଲିଭରୀ ବଏ ଥିଲେ ଏବଂ ସେମାନଙ୍କ ନିକଟରେ ୧୨ ଟି ର୍ରେସ୍ତୁରାଣ୍ଟ ଥିଲା l ସେମାନେ ଏଭଳି ର୍ରେସ୍ତୁରାନ୍ଟ ଙ୍କୁ ବାଛିଥିଲେ  ଯିଏକି ଲୋକ ମାନଙ୍କୁ କ୍ୱାଲିଟି ଖାଦ୍ୟ ଦେଇପାରିବ l ସେତେବେଳେ ସ୍ବୀଗି ଆପ ନଥିଲା, ତେଣୁ ଲୋକେ ତାର ୱେବସାଇଡ କୁ ଯାଇ ମନପସନ୍ଦ ର୍ରେସ୍ତୁରାନ୍ଟ ବାଛି ଖାଦ୍ୟ ଅର୍ଡର କରୁଥିଲେ l SWIGGY ର  ସର୍ଭିସ ଲୋକଙ୍କୁ ଭଲ ଲାଗିଥିଲା, ଏବଂ କମ୍ପାନୀ କୁ ଗୋଟିଏ ନୂଆ ପରିଚୟ ମିଳିଲା l

୨୦୧୫ ର ଆରମ୍ଭରେ କମ୍ପାନୀ ପକ୍ଷରୁ ନିଜର ଆପ ଲଞ୍ଚ ହେଲା, ଏହାପରେ ଆପ ଜରିଆରେ ଖାଇବା ଅର୍ଡର କରିବା ଆହୁରି ସୁବିଧା ହୋଇଗଲା l ଏହି ସମୟ ରେ କମ୍ପାନୀ ନିଜର ସ୍ଥିତି କୁ ମଜବୁତ କରିବା ପାଇଁ କଷ୍ଟମର ଙ୍କୁ ଅନେକ ଅଫର ଦେବାକୁ ଲାଗିଲା l ଯାହାଦ୍ୱାରା ସାଧାରଣ ଲୋକଙ୍କ ନିକଟରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଲା l ଲୋକଙ୍କ ବିଶ୍ୱାସ ଜିତି ୩ବର୍ଷ ମଧ୍ୟରେ ୨୦ ହଜାର ରେଷତୁରଂତ କୁ ନିଜ ସହିତ ଯୋଡିଥିଲା l ଏବଂ ପ୍ରତି ମାସରେ ୪୦ ଲକ୍ଷ ର ବ୍ୟବସାୟ କରୁଛି l ୨୦୧୬ ସୁଧା SWIGGY ଭାରତର  ଗୋଟିଏ ବଡ଼ ଫୁଡ ଷ୍ଟାର୍ଟ ଅପ ହୋଇସାରି ଥିଲା l ୨୦୧୪ ରେ ଆରମ୍ଭ ହୋଇଥିବା ଫୁଡ ଡେଲିଭରି କମ୍ପାନୀ ବର୍ତମାନ ସମସ୍ତ ଭାରତୀୟ ଙ୍କ ନିକଟରେ ପରିଚିତ l

Leave A Reply