ଶୀତଋତୁ ଆସିବା ମାତ୍ରକେ ବଜାରରେ ବିଭିନ୍ନ ପ୍ରକାରର ପରିବାର ସମ୍ଭାର ଦେଖିବାକୁ ମିଳିଥାଏ l ଏବଂ ସେହି ପ୍ରତ୍ୟେକ ପରିବା ପୋଷକତତ୍ୱ ରେ ଭରପୁର ହୋଇଥାଏ l ସେହି ପରିବା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କନ୍ଦମୂଳ l ଆଳୁ ଭଳି କନ୍ଦମୂଳ ମଧ୍ୟ ମାଟି ତଳୁ ଉତ୍ପତି ହୋଇଥାଏ l ଏହା ସ୍ଵାଦରେ ମିଠା ହେବା ସହ ଶରୀର ପାଇଁ ମଧ୍ୟ ଖୁବ ହିତକର l ଆଜି ଆସନ୍ତୁ ଜାଣିବା କାହିଁକି କନ୍ଦମୂଳ କୁ ଶୀତଋତୁରେ ପାୱାର ବୁଷ୍ଟର କୁହାଯାଇ ଥାଏ l
– ମଧୁମେହ ଗୋଟିଏ ଘାତକ ରୋଗ ଭାବରେ ସମସ୍ତଙ୍କ ନିକଟରେ ପରିଚିତ ଅଟେ l ଆଜିର ସମୟରେ କୋଟି କୋଟି ଲୋକ ଏହି ରୋଗଟି ଦ୍ୱାରା ଆକ୍ରାନ୍ତ l ଏହାର ମୁଖ୍ୟ କାରଣ ହେଉଛି ଖରାପ ଲାଇଫ ଷ୍ଟାଇଲ l କନ୍ଦମୂଳ ଭିଟାମିନ ଏ, ବି, ସି, ଡି ଭରପୁର ମାତ୍ରାରେ ରହିଥାଏ l ଏହାଛଡା କାର୍ବୋହାଇଡ୍ରେଟ, ପ୍ରୋଟିନ, କ୍ୟାଲୋରୀ, ଓ ଫାଇବର ଭରପୁର ମାତ୍ରାରେ ରହିଥାଏ l ଯଦି ଆପଣ ଜଣେ ମଧୁମେହ ରୋଗୀ ଓ କିଛି ମିଠା ଜିନିଷ ଖାଇବାକୁ ଚାହୁଁଛନ୍ତି, ତେବେ ଶୀତ ଋତୁରେ କନ୍ଦମୂଳ ଖାଇବା ଖୁବ ଲାଭଦାୟକ l କାହିଁକି ନା କନ୍ଦମୂଳ ବ୍ଲଡ଼ ଶୁଗର ଉପରେ କୌଣସି ଖରାପ ପ୍ରଭାବ ପକାଇ ନଥାଏ l
– ଶୀତଋତୁ ରେ କନ୍ଦମୂଳ ସେବନ କରିବା ଦ୍ୱାରା କେବଳ ମଧୁମେହ ନୁହେଁ, ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l କନ୍ଦମୂଳ ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ଖୁବ ହିତକର l ଏଥିରେ ଥିବା ତତ୍ୱ ରକ୍ତ ସଂଚାଳନ ଠିକ ଭାବରେ କରି ରକ୍ତଚାପ କୁ ସନ୍ତୁଳନ ରଖିଥାଏ l
– ଯଦି ଆପଣ ମୋଟାପା କୁ ନେଇ ଚିନ୍ତାରେ ଅଛନ୍ତି ତେବେ କନ୍ଦମୂଳ ଖାଇବା ଆରମ୍ଭ କରିଦିଅନ୍ତୁ l ଏଥିରେ ଥିବା ଫାଇବର ମୋଟାପା ହ୍ରାସ କରିବା ସହିତ ଶରୀରର ଫୁଲା କୁ କମାଇଥାଏ l
– କନ୍ଦମୂଳ ରେ ଆଇରନ, ଫୋଲେଟ, ମଗ୍ନେଶୀୟମ ଓ ଭିଟାମିନ ସି ଭଳି ପୋଷାକ ତତ୍ୱ ରହିଥାଏ l ଯାହାକି ଇମ୍ୟୁନିଟି କୁ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ ଓ ରୋଗ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରେ l