Odisha news

ଶୀତ ଋତୁରେ ରାତିରେ ସୋଇଥିବା ସମୟରେ ଯଦି ଝାଳ ବାହାରୁଛି ତେବେ ରୁହନ୍ତୁ ସତର୍କ

0

ଶରୀର ର ତାପମାତ୍ରା କୁ ସାମାନ୍ୟ ରଖିବା ପାଇଁ ଝାଳ ବାହାରିବା ଖୁବ ଜରୁରୀ l କିନ୍ତୁ ବିନା ଶାରୀରିକ ପରିଶ୍ରମ ରେ ଯଦି ଶୀତ ଋତୁରେ ଝାଳ ବାହାରୁଚି ତେବେ ଏହାକୁ ସହଜ ରେ ନେବା ଉଚିତ ନୁହେଁ l ଏହା ଆପଣଙ୍କ ପାଇଁ ଗୋଟିଏ ହେଲଥ ଆଲାର୍ଟ ଅଟେ l ଯଦି ଆପଣଙ୍କ ସହିତ ଏଭଳି କିଛି ଘଟୁଛି ତେବେ ଏହାର କାରଣ ଆପଣ ନିହାତି ଜାଣିବା ଜରୁରୀ l ଆସନ୍ତୁ ଜାଣିବା କଣ ରହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ l

* ଯଦି ରାତିରେ ସୋଇଥିବା ସମୟରେ ଝାଳ ବାହାରୁଚି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ l ଯଦି ରାତିରେ ଶୋଇଥିବା ସମୟରେ ଅଚାନକ ଝାଳ ବାହାରି ଛାତି ଥରୁଛି ତେବେ ଏହା ହାର୍ଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ l ଏପରି ସ୍ଥିତି ରେ ଆପଣ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l

* ରାତିରେ ଅଚାନକ ଝାଳ ବାହାରିବା କ୍ୟାନ୍ସର ଭଳି ବ୍ୟାଧି ର ମଧ୍ୟ କାରଣ ହୋଇପାରେ l ତେଣୁ ଏହାକୁ ହାଲୁକା ରେ ନନେଇ ଡାକ୍ତର ଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ l

* କୌଣସି ରୋଗ ର ସଂକ୍ରମଣ ସମୟରେ ମଧ୍ୟ ଶରୀର ରୁ ଅଧିକ ଝାଳ ବାହାରି ଥାଏ l କାହିଁକି ନା ଏହି ସମୟରେ ଶରୀର ର ତାପମାତ୍ରା ବଢି ଯାଇଥାଏ, ଯେଉଁ କାରଣରୁ ଝାଳ ବାହାରି ଥାଏ l ତେଣୁ ଶରୀର କେଉଁ ସଂକ୍ରମଣ ରେ ପ୍ରଭାବିତ ହେଉଛି ଜାଣିବା ନିହାତି ଜରୁରୀ l

* ଲୋ ବ୍ଲଡ଼ ସୁଗାର ସ୍ଥିତି ରେ ମଧ୍ୟ ଅଧିକ ଝାଳ ବାହାରି ଥାଏ l ତେଣୁ ଯଦି ରାତିରେ ଶୋଇଥିବା ସମୟରେ ବିନା କାରଣ ରେ ଅଚାନକ ଝାଳ ବାହାରୁଚି ତେବେ ନିଜ ସୁଗାର ଲେବୁଲ ଚେକ କରାନ୍ତୁ l

* ବିଶେଷ ଭାବରେ ମହିଳା ମାନଙ୍କ ନିକଟରେ ମେନୋପଜ ସମୟରେ ଅଧିକ ଝାଳ ବାହାରି ଥାଏ l କାହିଁକି ନା ମେନୋପଜ ସମୟ ରେ ଶରୀର ଅନେକ ଗୁଡିଏ ହର୍ମୋନାଲ ପରିବର୍ତ୍ତନ ଦେଇ ଗତି କରିଥାଏ l ଯେଉଁ କାରଣରୁ ଶରୀର ରେ ଅସାମାନ୍ୟ ଭାବରେ ଝାଳ ବାହାରି ଥାଏ l

Nalco

Leave A Reply