Odisha news

“ଗାନ୍ଧୀ ଦର୍ଶନ ତତ୍ତ୍ୱ ଓ ସ୍ୱଚ୍ଛ ଭାରତ”

0

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ ରୂପାୟନ କରିବାକୁ ହେଲେ ଆମ ମନରେ ସ୍ୱଚ୍ଛତା ଆଣିବା ଦରକାର । ତେବେ •ଲନ୍ତୁ ଆଜି ଦିନରେ ନିଜର ମୂଲ୍ୟବାନ ସମୟରୁ ଗୋଟିଏ ଘଣ୍ଟା ଶ୍ରମଦାନ କରି, ନିଜ ନିଜ ଘର, ରାସ୍ତା ଘାଟ ସମେତ ଅନ୍ୟାନ୍ୟ ପରିତ୍ୟକ୍ତ ସ୍ଥାନରୁ ଅଳିଆ ଆବର୍ଜନା ସଫା କରି ଦେଶର ମହତ ଉଦେ୍ଦଶ୍ୟରେ ସାମିଲ ହୋଇ ଜଣେ ଜଣେ ଶୃଙ୍ଖଳିତ ନାଗରିକ ଭାବେ ପରିଚୟ ଦେବା ସହିତ ଦେଶର ପ୍ରଗତିରେ ସାମିଲ ହେବା । ଏହାହିଁ ହେବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନର ପ୍ରକୃତ ଶ୍ରଦ୍ଧାଞ୍ଜଳି ।)
ସ୍ୱାଧିନତା ସଂଗ୍ରାମର ମୁଖ୍ୟ ପୁରୋଧା ତଥା ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥିକୁ ପାଳନ କରିବା ସହିତ ସ୍ୱାଧୀନତା ସମୟରେ ଘଟିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଘଟଣାବଳିକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ‘ଗାନ୍ଧୀଜୟନ୍ତୀ’ ରୂପେ ପାଳନ କରୁଛୁ ଯାହା ଆମର ଏକ ଜାତୀୟ ଉତ୍ସବ । ଗାନ୍ଧିଜୀଙ୍କ ଅହିଂସା ବାର୍ତ୍ତାକୁ ତର୍ଜମା କରିବା ସହିତ ଏହାର ଶୁଦ୍ଧତାକୁ ପରୀକ୍ଷା ନିରୀକ୍ଷା କରି ସ୍ୱାଧୀନତାର ୬୦ ବର୍ଷ ପରେ ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ମିଳିତ ଜାତିସଂଘ ୨୦୦୭ ମସିହା ଜୁନ୍ ୧୫ ତାରିଖରେ ଗାନ୍ଧିଜୀଙ୍କ ଜନ୍ମ ଦିବସକୁ ଆନ୍ତର୍ଜାତୀୟ ଅହିଂସା ଦିବସ ରୂପେ ଘୋଷଣା କରିଥିଲେ ।

ସ୍ୱାଧୀନ ଭାରତର ନାଗରିକ ଭାବେ ଉତ୍ତରଦାୟିତ୍ୱ ଭାର ବହନ କରି, ବିଗିଡିଥିବା ପରିବେଶରେ ସନ୍ତୁଳନ ରକ୍ଷା କରିବାର ଏକ ମହତ ଉଦେ୍ଦଶ୍ୟକୁ ଚରିତାର୍ଥ କରିବା ନିମନ୍ତେ ଜଳ, ପରିମଳ, ପରିବେଶରେ ସ୍ୱଚ୍ଛତା ଆଣିବା ପାଇଁ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୨୦୧୪ ଅକ୍ଟୋବର ୨ ତାରିଖରେ ଗାନ୍ଧୀଙ୍କ ସମାଧି ପିଠ, ରାଜଘାଟଠାରେ ଗାନ୍ଧିଜୀଙ୍କ ୧୪୫ତମ ଜନ୍ମ ଦିବସ ଭେଟି ରୂପେ ଏକ ମହାନ ଜନଆନେ୍ଦାଳନ “ସ୍ୱଚ୍ଛ ଭାରତ” ଅଭିଯାନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଥିଲା ୨୦୧୯ ମସିହା ଅକ୍ଟୋବର ୨ ତାରିଖ ଟି ମହାତ୍ମାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ ସାରା ଦେଶରେ ନାଳ, ନର୍ଦ୍ଦମା ସଫାକରିବା, ପରିମଳ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରି ପରିବେଶକୁ କ୍ଷତି ନ ପହଞ୍ଚିବାକୁ ଶପଥ ନେବା ଯାହାଥିଲା ସରକାରଙ୍କ ସବୁଠାରୁ ବଡ଼ ସ୍ୱଚ୍ଛତା ଅଭିଯାନ । ଯୋଜନା ମୁତାବକ ସରକାର ‘ସ୍ୱଚ୍ଛ ପରିମଳ’ ନାମରେ ଗ୍ରାମାଞ୍ଚଳରେ ଘରେ ଘରେ ସୌ•ଳୟ ବସାଇଲେ, କିନ୍ତୁ ଏହାର ମହତ ଉଦେ୍ଦଶ୍ୟକୁ ବୁଝିବାକୁ ସାମାନ୍ୟତମ ପ୍ରଚେଷ୍ଟା କଲେନାହିଁ ବରଂ ଧର୍ମକୁ ଆଖିଠାର ସଦୃଶ, ବର୍ତ୍ତମାନ ଗାଁ ଗହଳିରେ ଲୋକେ ମଧ୍ୟ ଘର ବାହାର ମଳ ତ୍ୟାଗ କରୁଛନ୍ତି । ତେବେ ସେ ଯାହାହେଉ ସହରରେ ପରିମଳ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି, ମୁନିସିପାଲିଟି ସଫେଇ ଗାଡ଼ି ଏବଂ ରାସ୍ତା ଘାଟ ନିୟୋଜିତ ସଫେଇ କର୍ମ•ରୀ ସ୍ୱଚ୍ଛତା ବଜାୟ ରଖିବାକୁ ଅନେକ ପ୍ରେରଣା ଦେଇଛନ୍ତି ।

କିନ୍ତୁ ମାନସିକ ଅଧୋଗତି ଯୋଗୁ ଆମେ ପୂର୍ବ ଭଳି ହାନୀକାରକ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟବହାରରୁ ନିବୃତ ହେଉନାହୁଁ, ଯାହା ଯୋଜନା ରୂପାୟନର ବିଶେଷ ଫଳପ୍ରଦ ହେଉନାହିଁ । ମହାକାଶରେ ପ୍ରତୀୟମାନ ହେଉଥିବା ଅସଂଖ୍ୟ ନକ୍ଷତ୍ରପୁଞ୍ଜ ଭଳି, ଲୋକଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ରାଜନୈତିକ ଦୃଷ୍ଟିକୋଣରୁ ବି•ର କଲେ ବର୍ତ୍ତମାନର ଯୋଜନା ଗୁଡିକ ଲୋକଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବାର ଏକ ପ୍ରମୂଖ ତରିକା, ଯାହା ଗାନ୍ଧିତୀଙ୍କ ପ୍ରକୃତ ଉଦେ୍ଦଶ୍ୟ ଠାରୁ ସମ୍ପୂର୍ଣ୍ଣ ଅଲଗା । ଗଣତାନ୍ତ୍ରିକ ଢଙ୍ଗରେ ନିସ୍ୱାର୍ଥପର ସେବା ମାଧ୍ୟମରେ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରି ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଥିଲା ମହାତ୍ମା ଗାନ୍ଧୀଙ୍କ ଏକ ସ୍ୱପ୍ନ । ପ୍ରତ୍ୟେକ ଜନତା ସ୍ୱାବଲମ୍ବୀ ହେଲେ ଦେଶର ଅର୍ଥନୈତିକ ବିକାଶ ହେବା ସହ ‘ଆତ୍ମ ନିର୍ଭର ଭାରତ ଗଠନ ହୋଇପାରିବ, ଯାହାର ମୂଳମନ୍ତ୍ର ଥିଲା ‘କୁଟି ଖାଆ କାଟି ପିନ୍ଧ’ । ଏହାର ଅର୍ଥ ହେଲା ଆମେ ଖାଦ୍ୟ, ବସ୍ତ୍ର ଅତ୍ୟାବଶ୍ୟକ ଦ୍ରବ୍ୟ ପାଇଁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସୁତରାଂ ସ୍ୱାବଲମ୍ବୀ କରାଇବାର ମାନସିକତା ଓ ଗାନ୍ଧିଜୀଙ୍କ ଆତ୍ମ ନିର୍ଭର ଭାରତ ପରିକଳ୍ପନା ସମଗ୍ର ବିଶ୍ୱ ପାଇଁ ପାଲଟିଛି ଏକ ଆହ୍ୱାନ ।

ସେ ସେବାକୁ ନିଜର ବ୍ରତ ବୋଲି ମାନୁଥିଲା ବେଳେ ଆଜିର ରାଜନେତା ‘ସେବା’ ବଦଳରେ ‘ନେବା’କୁ ବ୍ରତ ବୋଲି ପାଳନ କରୁଛନ୍ତି, ଏପରିସ୍ଥଳେ ସ୍ୱାଧୀନତାର ପ୍ରକୃତ ଉଦେ୍ଦଶ୍ୟ କିପରି ସାଧିତ ହେବ? ଆମ ସମାଜରେ ମଣିଷ ଯେ କୌଣସି ପରିସ୍ଥିତିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନର ଏକମାତ୍ର ଉପାୟ ହେଇଛି ଅହିଂସା, ଅତଏବ ହିଂସାତ୍ମକ ଆଚରଣ କୌଣସି ସମସ୍ୟାର ସମାଧନା ସୂତ୍ର ନୁହେଁ । ଏଭଳି ଏକ କଷ୍ଟସାଧ୍ୟ ରହସ୍ୟକୁ କରାୟତ କରିଥିଲେ ଅମା ଜାତିର ପିତା ମହାତ୍ମା ଗାନ୍ଧି । ଆମ ଦେଶରେ ଦୀର୍ଘଦିନ ଧରି ଶାସନ କରୁଥିବା ବ୍ରିଟିଶ ସରକାରଙ୍କୁ ସେହି ଅସ୍ତ୍ର ଦିନେ ଅଡୁଆରେ ପକାଇଥିଲା, ଶେଷରେ ସେମାନଙ୍କ ସମସ୍ତ ପ୍ରଚେଷ୍ଟା ହାର ମାନିଥିଲା । ଫଳସ୍ୱରୂପ ସେମାନେ ଦେଶ ଛାଡି •ଲିଯିବାକୁ ଶ୍ରେୟ ମନେକଲେ, ସେହି ମହାନ ଶକ୍ତିଟି ହେଉଛି ଅହିଂସା । ସେ ସତ୍ୟ ଏବଂ ଅହିଂସା ମାର୍ଗ ଅନୁସରଣ କରି ସତ୍ୟାଗ୍ରହ ମାଧ୍ୟମରେ ପରାଧୀନ ଭାରତକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ସହିତ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ସେ ଥିଲେ ଦୟା, କ୍ଷମା, ସହନଶୀଳତା ଓ ତ୍ୟାଗର ଜୀବନ୍ତ ପ୍ରତିମା, ତାଙ୍କର କର୍ମ, ଧର୍ମ, ନମ୍ର ଆଚରଣ ଓ ନିସ୍ୱାର୍ଥପର ଭାବନା ପାଇଁ ସେ ଜାତିର ପିତା ଭାବେ ସମସ୍ତଙ୍କ ହୃଦୟରେ ଜୀବିତ କୁହାଯାଏ, ସମାଜର ଯେ କୌଣସି ପରିସ୍ଥିତିକୁ ଉଚିତ୍ ମୁକାବିଲା କରିବାକୁ ହେଲେ ‘ଗାନ୍ଧି ବି•ର” ଲୋଡ଼ା ପଡ଼େ ।

ଗାନ୍ଧୀଙ୍କ ଦର୍ଶନ ତତ୍ତ୍ୱରେ ଥିବା ଦୁଇଟି ପ୍ରଭାବଶାଳୀ ଶବ୍ଦ “ସତ୍ୟ ଓ ଅହିଂସା”, ଯାହା ଈଶ୍ୱର ସତ୍ତା ଖୋଜି ଶାନ୍ତି ପ୍ରତିଷ୍ଠା କରିଥାଏ । ତାଙ୍କ ମତରେ ଅହିଂସା ଆତ୍ମାର ଏକ ବିଶେଷ ଗୁଣ, ଅହିଂସା ହେଉଛି ‘ଅସ୍ତିତ୍ୱ ଓ ସତ୍ୟ’ ଖୋଜିବାର ଏକ ପ୍ରମୁଖ ସୂତ୍ର । ଅପରପକ୍ଷେ ସତ୍ୟ ଓ ଅହିଂସାର ଆଧାର ହେଉଛନ୍ତି ଈଶ୍ୱର । ସେଥିପାଇଁ ଗାନ୍ଧୀଙ୍କ ଅନ୍ୟ ଏକ ପ୍ରିୟ ଭଜନ ଥିଲା ‘ରାମଧୂନ’ “ରଘୁପତି ରାଘବ ରାଜାରାମ, ପତିତପାବନ ସୀତାରାମ, ଈଶ୍ୱର ଆଲ୍ଲା ତେରେ ନାମ, ସବକୋ ସନମତି ଦେ ଭଗବାନ”, ଏହା ଈଶ୍ୱରଙ୍କୁ ସମପିତ ଭାବକୁ ବୁଝାଏ । ଦେଶର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ବାପୁଙ୍କ ପି୍ରୟ ଭଜନ ‘ରାମଧୁନ’ ଗାନ କରି ଦେଶଭକ୍ତିର ସନେ୍ଦଶ ଦେଉଥିଲେ । ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ସ୍ୱାର୍ଥବାଦି ମରିଷ ସ୍ୱାର୍ଥ ହାସଲ ପାଇଁ ସର୍ବଦା ହିଂସାତ୍ମକ ପଥକୁ ଆପଣାଇ ଶାନ୍ତି ବଦଳରେ ଅଶାନ୍ତିକୁ ନିମନ୍ତ୍ରଣ କରିବାକୁ ଆଦୌ ପଛାଉନାହାନ୍ତି, ଯାହାଦ୍ୱାରା ମରିଷ ଜୀବନ କ୍ରମଶ ଦୁର୍ବିସହ ହୋଇପଡୁଛି । ମାନବବାଦୀ ମଣିଷ ମନରେ ଶାନ୍ତି ବିରାଜମାନ ପାଇଁ ଯିଏ ସର୍ବଦା ମାର୍ଗ ଦର୍ଶକ ଥିଲେ, ସେଭଳି ଜଣେ ବିରଳ ବ୍ୟକ୍ତି ହେଉଛନ୍ତି ‘ମୋହନ ଦାସ କମର•ନ୍ଦ ଗାନ୍ଧୀ’ ବା ଆମ ଜାତିର ପିତା ‘ମାହାତ୍ମା ଗାନ୍ଧୀ’ । ତାଙ୍କ ମତରେ ସେବା ହିଁ ପରମ ଧର୍ମ ଅର୍ଥାତ୍ ମାନବ ସେବା ହିଁ ମାଧବ ସେବା, ଯାହା ଆତ୍ମ ତୃପ୍ତି ଦିଏ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ ।

ସେଥିପାଇଁ ତାଙ୍କୁ ‘ମହାତ୍ମା’ ଭଳି ବିଶେଷଣ ପଦରେ ସମ୍ବୋଧିତ କରାଯାଉଥିଲା । ମହାତ୍ମା ଅର୍ଥ ମହାନ ଆତ୍ମା ଯେଉଁ ଶକ୍ତିରେ ସେ ଈଶ୍ୱର ସତ୍ତାକୁ ଭଲଭାବରେ ଉପଲବ୍ଧି କରୁଥିଲେ । ଚିନ୍ତା ଚେତନାର ମହାନାୟକ ଜଣଙ୍କ ସମାଜରେ ଅସ୍ପୃଶ୍ୟତା, ଜାତିଭେଦ, ଗରିବ ଏବଂ ଅସହାୟ ଲୋକଙ୍କୁ ସହାଯ୍ୟ ଓ ସହାନୁଭୂତି କରିବା ଥିଲା ତାଙ୍କର ଅଦ୍ୟମ ପ୍ରଚେଷ୍ଟା । ବର୍ତ୍ତମାନ ସମୟ ବଦଳିବା ସହିତ ବହୁ କଷ୍ଟସାଧ୍ୟ ସ୍ୱାଧୀନତାର ମୂଳ ଲକ୍ଷ୍ୟଠାରୁ ଆମେ ଢେର ପଛରେ ଅଛୁ । ଏବେ ପାଳିତ ହେଉଥିବା ସ୍ୱଚ୍ଛ ଭାରତ ଅଭିଯାନଟି ଗାନ୍ଧୀ ଜୟନ୍ତୀ ପାଇଁ ଏକ ସ୍ୱତନ୍ତ୍ର ଭେଟି ଯାହା ଆମ ମନକୁ ପବିତ୍ରତା ଆଣିବା ସହିତ ପରିବେଶ ସନ୍ତୁଳନ ଢେର ଭାଗୀଦାର, ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ଚଳିତ ବର୍ଷଟି ଏକ ସ୍ୱତନ୍ତ୍ର ବର୍ଷ ହେବାକୁ ଯାଉଛି କାରଣ ସ୍ୱଚ୍ଛ ଭାରତ ଅଭିଯାନର ଏହା ହେଉଛି ୧୦ମ ବର୍ଷ । ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ ରୂପାୟନ କରିବାକୁ ହେଲେ ଆମ ମନରେ ସ୍ୱଚ୍ଛତା ଆଣିବା ଦରକାର । ତେବେ •ଲନ୍ତୁ ଆଜି ଦିନରେ ନିଜର ମୂଲ୍ୟମାନ ସମୟରୁ ଗୋଟିଏ ଘଣ୍ଟା ଶ୍ରମଦାନ କରି, ନିଜ ନିଜ ଘର, ରାସ୍ତାଘାଟ ସମେତ ଅନ୍ୟାନ୍ୟ ପରିତ୍ୟକ୍ତ ସ୍ଥାନରୁ ଅଳିଆ ଆବର୍ଜନା ସଫା କରି ଦେଶର ମହତ ଉଦେ୍ଧଶ୍ୟରେ ସାମିଲ ହୋଇ ଜଣେ ଜଣେ ଶୃଙ୍ଖଳିତ ନାଗରିକ ଭାବେ ପରିଚୟ ଦେବା ସହିତ ଦେଶର ପ୍ରଗତିରେ ସାମିଲ ହେବା । ଏହାହିଁ ହେବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନର ପ୍ରକୃତ ଶ୍ରଦ୍ଧାଞ୍ଜଳି

। ଜୟ ହିନ୍ଦ ।

Leave A Reply