Odisha news

ସୂଈସାଇଡ ଟେଂଡେନ୍ସି ଗୋଟିଏ ରୋଗ ନା ଚିନ୍ତାର କାରଣ : କଣ କହୁଛି ରିସର୍ଚ୍ଚ

0

ଆଜିକାଲି ସୂଈସାଇଡ ବା ଆତ୍ମହତ୍ୟା ଅଧିକରୁ ଅଧିକ ଦେଖିବାକୁ ମିଳୁଛି l କୌଣସି ବ୍ୟକ୍ତି ଖୁବ ଅଧିକ ଷ୍ଟ୍ରେସ ରେ ପହଂଚି ଯାଉଛି ଯେଉଁ କାରଣରୁ ସେ ଆତ୍ମହତ୍ୟା କରିବାର ନିଷ୍ପତି ନେଉଛନ୍ତି l ଯାହାକୁ ନେଇ ଅନେକ ଗୁଡିଏ ଅଧ୍ୟୟନ ହୋଇଯାଇଛି l ଏହି ସମ୍ପୂର୍ଣ ତଥ୍ୟକୁ ଜାଣିବା ପାଇଁ ମନୋବିଜ୍ଞାନୀ ମାନଙ୍କର ଗୋଟିଏ ଅଧ୍ୟୟନ ହୋଇଥିଲା ଯାହାକୁ ନେଇ ସେମାନେ କିଛିଟା ଲକ୍ଷଣ କୁ ଦର୍ଶାଇ ଥିଲେ l

– ଲକ୍ଷଣ –
ଆତ୍ମହତ୍ୟା ର ଚେତାବନୀ ର ସଂକେତ କିମ୍ବା ଆତ୍ମଘାତୀ ବିଚାରରେ ସାମିଲ ରହିଛି l

– ନାକରତ୍ମକ ଟିପ୍ପଣୀ – କିଛି ଲୋକେ ଏହାକୁ ନେଇ ଅନେକ ସମୟରେ କିଛିନା କିଛି ନକାରାତ୍ମକ ଟିପ୍ପଣୀ ଦେଇ ଥାଆନ୍ତି l ଯେପରିକି ମୋ ଜୀବନ ସରିଗଲା ମୁଁ ନିଜକୁ ମାରିବାକୁ ଚାହୁଁଛି ଇତ୍ୟାଦି l ଏଭଳି ଟିପ୍ପଣୀ ବ୍ୟକ୍ତିର ମନୋବଳ କୁ ଭାଙ୍ଗି ଦେଇଥାଏ ଏବଂ ସୂଈସାଇଡ କରିବାକୁ ପ୍ରବର୍ତ୍ତାଇ ଥାଏ l

– ସାମାଜିକ ସମ୍ପର୍କ ରୁ ଦୂରେଇବା – ଯେଉଁ ବ୍ୟକ୍ତିମାନେ ହଠାତ ଭାବରେ ସାମାଜିକ ସମ୍ପର୍କ ଠାରୁ ଦୁରେଇ ଯାଇ ଥାଆନ୍ତି ତାହାକୁ ଠିକ ରେ ନିଅନ୍ତୁ ନାହିଁ l ଏହା ସୂଈସାଇଡ ର ଗୋଟିଏ କାରଣ ବୋଲି ମନୋବିଜ୍ଞାନୀ ଦର୍ଶାଇ ଛନ୍ତି l

– ମୁଡ଼ ସୁଇଙ୍ଗ – କିଛି ଲୋକଙ୍କର ବାରମ୍ବାର ମନୋଭାବ ବଦଳି ଯାଇଥାଏ, ଯାହାକି ସେମାନଙ୍କ ମାନସିକ ଚାପ ଉପରେ ଖରାପ ପ୍ରଭାବ ପକାଇଥାଏ l ଏବଂ ଏହା ମଧ୍ୟ ସୂଈସାଇଡ ର ଗୋଟିଏ କାରଣ l

– କୌଣସି ସ୍ଥିତିକୁ ନେଇ ନିରାଶ ହେବା – କିଛି ବ୍ୟକ୍ତି ଥାଆନ୍ତି ଯିଏକି ନିଜର ବ୍ୟକ୍ତିଗତ ପରିସ୍ଥିତି କୁ ନେଇ ନିରାଶ ଅନୁଭବ କରନ୍ତି, ଯାହା ବାରମ୍ବାର ଘଟିବ ଦ୍ୱାରା ବ୍ୟକ୍ତିର ମନୋବଳ ଭାଙ୍ଗି ଯାଇଥାଏ ଏବଂ ସେ ସୂଈସାଇଡ କରିବାକୁ ବାଧ୍ୟ ହୋଇଥାଏ l

– ମନୋବିଜ୍ଞାନୀ ଙ୍କ ମତରେ ଏହିସବୁ ସଂକେତ ଦ୍ୱାରା ବ୍ୟକ୍ତି ସୂଈସାଇଡ କରିବାର ନିଷ୍ପତି ନେଇଥାଏ ଏବଂ ଜୀବନ ପ୍ରତି ବିତୃଷ୍ନା ଭାବି ଆସିଥାଏ l

କଣ କରିବା ଜରୁରୀ –
– ଏହିସବୁ ସ୍ଥିତିରେ ବ୍ୟକ୍ତି ସହିତ ଅଧିକ ରୁ ଅଧିକ ସମୟ ବିତାନ୍ତୁ l
– ମନୋବଳ ବଢ଼ାନ୍ତୁ l
– ଆଧ୍ୟାତ୍ମିକ ବାଦ ହେବାକୁ ପ୍ରବର୍ତାନ୍ତୁ l
– ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରିବାକୁ କୁହନ୍ତୁ l

Har Ghar Tiranga

Leave A Reply