ଆଜି ହେଉଛି ବିଛା ସଂକ୍ରାନ୍ତୀ : ଆଜିର ଦିନର ରହିଛି ଅନେକ ମହତ୍ୱ , ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ କରନ୍ତୁ ଏହି ମନ୍ତ୍ର ପାଠ, ଦୂର ହେବ ୭ଜନ୍ମ ପର୍ଯ୍ୟନ୍ତ ନିର୍ଧନତା
ସୂର୍ଯ୍ୟଙ୍କ ରାଶି ପରିବର୍ତନ ର ଦିନକୁ କୁହାଯାଇଥାଏ ସଂକ୍ରାନ୍ତୀ l ସଂକ୍ରାନ୍ତୀ ର ସମ୍ବନ୍ଧ କୃଷି, ପ୍ରକୃତି ଓ ଋତୁ ପରିବର୍ତନ ସହିତ ଜଡିତ l କାର୍ତିକ ମାସର ସଂକ୍ରାନ୍ତୀ କୁ ବିଛା ସଂକ୍ରାନ୍ତୀ କୁହାଯାଇଥାଏ l ଚଳିତ ଥର ନଭେମ୍ବର ମାସ ୧୭ ତାରିଖ ଦିନ ସୂର୍ଯ୍ୟ ତୁଳା ରାଶିରୁ ବିଛାରାଶି ରେ ପ୍ରବେଶ କରିବେ l
ବ୍ରୁଛିଙ୍କ ସଂକ୍ରାନ୍ତି ର ମହତ୍ୱ –
ବିଛା ରାଶି ହେଉଛି ସବୁଠୁ ଅଧିକ ସମ୍ବେଦନଶୀଳ ରାଶି ଅଟେ, ଯାହାକି ଶରୀରରେ ତାମସିକ ଉର୍ଜା, ଘଟଣା-ଦୁର୍ଘଟଣା, ସର୍ଜରୀ, ଜୀବନର ଉତଥାନ ପତନ କୁ ପ୍ରଭାବିତ ଓ ନିୟନ୍ତ୍ରିତ କରିଥାଏ l ଏହା ଜୀବନରେ ଲୁଚି ରହିଥିବା ରହସ୍ୟକୁ ପ୍ରତିନିଧିତ୍ଵ କରିଥାଏ l ବିଛା ରାଶି ଖଣିଜ ଓ ଭୂମି ସଂସାଧନ ଭଳି ପେଟ୍ରୋଲିୟମ ତୈଳ, ଗ୍ୟାସ ଓ ରତ୍ନ ଆଦି ପାଇଁ କାରକ ଅଟେ l ବ୍ରୁଛିଙ୍କ ରାଶିରେ ସୂର୍ଯ୍ୟ ଅନିଶ୍ଚିତ ପରିଣାମ ଦେଇ ଥାଆନ୍ତି ଏହିଦିନ ଶ୍ରାଦ୍ଧ ଓ ଦାନର ବିଶେଷ ମହତ୍ୱ ରହିଥାଏ l
* ପ୍ରତ୍ୟେକ ସଂକ୍ରାନ୍ତୀ ରେ ଭଗବାନ ସୂର୍ଯ୍ୟଦେବ ଙ୍କୁ ବିଧିବଦ୍ଧ ଭାବରେ ଅର୍ଘ୍ୟ ଦେଇ ପୂଜାର୍ଚନା କରାଯାଇଥାଏ l ଯାହାଦ୍ୱାରା ସୂର୍ଯ୍ୟଦୋଷ ଓ ପିତୃ ଦୋଷରୁ ମୁକ୍ତି ମିଳିଥାଏ l
* ବିଛା ସଂକ୍ରାନ୍ତୀ ‘ଓଂ ଘୃଣି ସୂର୍ଯ୍ୟାୟ ଆଦିତ୍ୟ , ଓଂ ହିଲିଂ ହିଲିଂ ସୂର୍ଯ୍ୟାୟ ସହସ୍ରକିରାଣାୟ ମନୋବାୱଁଛିତଂଗ ଫଳମ ଦେହି ଦେହି ସ୍ୱାହା ‘ମନ୍ତ୍ରକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ପାଠ କରିବା ଦ୍ୱାରା ଜୀବନରୁ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ଓ ପିତୃ ଦୋଷ ରୁ ମୁକ୍ତି ମିଳିଥାଏ l
* ବିଛା ସଂକ୍ରାନ୍ତୀ ରେ ଦାନର ମହତ୍ୱ –
– ଦେବୀ ପୁରାଣ ଅନୁସାରେ ବିଛା ସଂକ୍ରାନ୍ତୀ ରେ ଦାନର ବିଶେଷ ମହତ୍ୱ ରହିଛି l କାର୍ତିକ ମାସ ବିଛା ସଂକ୍ରାନ୍ତୀ ରେ ଦାନ ଧର୍ମର ବିଶେଷ ମହତ୍ୱ ରହିଛି l
– ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସଂକ୍ରାନ୍ତୀ ଦିନ ସ୍ନାନ କରି ନଥାଏ, ଦାନ କରି ନଥାଏ, ଅର୍ଘ୍ୟ ଦେଇ ନଥାଏ ସେ ୭ଜନ୍ମ ପର୍ଯ୍ୟନ୍ତ ରୋଗ ଓ ନିର୍ଧନତା ର ସମ୍ମୁଖୀନ ହୋଇଥାଏ l
– ଆଜିର ଦିନରେ ଅନ୍ନ, ଗାଈ ଓ ବସ୍ତ୍ର ଦାନର ଅନେକ ମହତ୍ୱ ରହିଛି l ଯାହାଦ୍ୱାରା ଜିବନର ଅନେକ ବାଧାବିଘ୍ନ ଦୂର ହୋଇଥାଏ l