Odisha news

ଆଜି ହେଉଛି ପୌଷ ମାସର ରବିବାର :  ସୂର୍ଯ୍ୟନାରାୟଣଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ମନ୍ତ୍ର ପାଠ ,  ଦୂରହେବ ସମସ୍ତ କଷ୍ଟ ଯନ୍ତ୍ରଣା 

0
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶିର ମାସର ପରଦିନ ଠାରୁ ପୌଷ ମାସ ଆରମ୍ଭ ହୋଇଥାଏ, ଏହି ମାସରେ ଶୁଭ କାର୍ଯ୍ୟ କରାଯାଇ ନଥାଏ l ଚଳିତ ବର୍ଷ ପୌଷ ମାସ ଡିସେମ୍ବର ୨୭ ତାରିଖ ରୁ ଆରମ୍ଭ ହୋଇ ଜାନୁଆରୀ ୨୫ ତାରିଖ ରେ ସମ୍ପୂର୍ଣ ହେବ l ହିନ୍ଦୁ ଧର୍ମରେ ପୌଷ ମାସ ରବିବାର ଦିନ ସୂର୍ଯ୍ୟ ପୂଜନର ବିଶେଷ ମହତ୍ୱ ରହିଛି l ଏହି ମାସରେ ଭକ୍ତିପୂତ ଭାବରେ ସୂର୍ଯ୍ୟ ପୂଜନ କରିବା ଦ୍ୱାରା ଜୀବନ ର ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
* ଆଜିର ଦିନରେ ଗୋଟିଏ ତମ୍ବା ପାତ୍ରରେ ଶୁଦ୍ଧ ଜଳ, ରକ୍ତ ଚନ୍ଦନ, ନାଲି ରଙ୍ଗର ଫୁଲ ସହିତ ‘ଓଂ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ରୋଗ, ଦୁଃଖ, କଷ୍ଟ ରୁ ମୁକ୍ତି ମିଳିଥାଏ ଓ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l
* ପୌଷ ମାସର ଅମାବାସ୍ୟା ଦିନ କିମ୍ବା ପୂର୍ଣିମା ଦିନ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରନ୍ତୁ l  ଏହାଦ୍ୱାରା ପିତୃ ଦୋଷ ଓ କାଳସର୍ପ ଦୋଷ ରୁ ମୁକ୍ତି ମିଳିଥାଏ l
* ପୌଷ ମାସ ରବିବାର ଦିନ ନାଲି କିମ୍ବା ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ l ଏହା ଭାଗ୍ୟରେ ବୃଦ୍ଧି ଆଣିଥାଏ l ଏହାଛଡା ପୌଷ ରବିବାର ଦିନ କର୍ପୁର ଓ ହଳଦୀ ଗୁଣ୍ଡରେ ସୂର୍ଯ୍ୟ ଦେବଙ୍କ ନିକଟରେ ଆଳତୀ କରିବା ଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l
* ପୌଷ ମାସ ରବିବାର ରେ ବ୍ରତ ରଖି ରାଶି, ଚାଉଳ ରେ ଖେଚୁଡ଼ି ପ୍ରସ୍ତୁତ କରି ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ସମସ୍ୟା ରେ ଉନ୍ନତି ହୋଇଥାଏ l
* ପୌଷ ମାସର ଦାନର ଅନେକ ମହତ୍ୱ ରହିଥାଏ ଏହି ମାସରେ ଦରିଦ୍ର ନାରାୟଣ ଙ୍କୁ କମ୍ବଳ ଓ ଗରମ ପୋଷାକ ଦାନ କରିବା ଆବଶ୍ୟକ l  ଏହାଦ୍ୱାରା ଅଟକି ରହିଥିବା କାର୍ଯ୍ୟ ରେ ସଫଳତା ମିଳିଥାଏ l
* ପୌଷ ମାସରେ ନାଲି ରଙ୍ଗର ବ୍ୟବହାର କରିବା ଖୁବ ଶୁଭ ଅଟେ l ଏହାଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ ଓ ସ୍ୱାମୀଙ୍କ ଜୀବନ ରେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
* ପୌଷ ମାସରେ ଶ୍ରୀହରି ବିଷ୍ଣୁ ଙ୍କ ପୂଜା କରିବାର ପରମ୍ପରା ରହିଛି l ଏହାଛଡା ବିଷ୍ଣୁ ସହସ୍ର ନାମ ମଧ୍ୟ ପାଠ କରିବା ଶୁଭ ହୋଇଥାଏ l ଏପରି କରିବା ଦ୍ୱାରା ସୁଖ ସମୃହିର ଆଗମନ ହୋଇଥାଏ l

Leave A Reply