୨୦୨୪ ସରିଯାଇଛି, ଏବଂ ନୂତନ ବର୍ଷ ୨୦୨୫ ରେ ପ୍ରଥମ ଦିନରେ ପହଂଚି ଯାଇଛୁ, ଚାରିଆଡେ ନୂଆବର୍ଷ କୁ ସ୍ୱାଗତ କରିବାର ମାହୋଲ ଛାଇ ଯାଇଛି, ଏପରି ସ୍ଥିତିରେ ଅନ୍ତରୀକ୍ଷ ଯାତ୍ରୀ ବା କିପରୀ ବାଦ ପଡି ଥାଆନ୍ତେ, ଭାରତୀୟ-ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ଉଇଲିୟମ ଏବଂ ତାଙ୍କ ସାଥି ମାନେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ରେ ନୂଆ ବର୍ଷକୁ ସ୍ୱାଗତ କରି ଉତ୍ସବ ପାଳନ କରିଛନ୍ତି, ଏକ୍ସପିଡ଼ିଶାନ ୭୨ କ୍ରୁ ପୃଥିବୀ ର ପରିକ୍ରମା କରି ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିଥିଲେ, କାହିଁକିନା ୪୦୦ କିଲୋମିଟର ଉଚ୍ଚରେ ୨୦୨୫ ପ୍ରବେଶ କରିଥିଲା, ୨୦୨୪ ଜୁନ ମାସରେ ସୁନିତା ଉଇଲିୟମ ୮ଡିନ ର ମିଶନ ରେ ଯାତ୍ରା କରିଥିଲେ l
କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ସେ ଫେରିପାରି ନଥିଲେ, ଏହାର ୭ମାସ ପରେ କ୍ରିସମାସ ଆସିଥିଲା, ଓ ସ୍ପେସ ଷ୍ଟେସନ ରୁ ସୁନିତା ନିଜ ଟିମ ମେମ୍ବର ଙ୍କ ସହିତ ନାଲି ଟୋପି ପିନ୍ଧି କ୍ରିସମାସ ପାଳନ କରିବାର ଟୋପି ଭାଇରଲ ହୋଇଥିଲା l ଏବଂ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା l ଏହାପରେ ନୂଆବର୍ଷ ୨୦୨୫ ଆସିଥିଲା, ଏବଂ ସମସ୍ତ ଅନ୍ତରୀକ୍ଷ ଯାତ୍ରୀ ଅନ୍ତରୀକ୍ଷରେ ନୂତନ ବର୍ଷ ପାଳନ କରିଥିଲେ, ଅନ୍ତରୀକ୍ଷ ରେ ଅନ୍ତରୀକ୍ଷ ଯାତ୍ରୀ ଗୋଟିଏ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖି ଥାଆନ୍ତି l କାହିଁକିନା ପୃଥିବୀ ଘୁର୍ନାୟମାନ ସ୍ଥିତି ରେ ମଧ୍ୟ ଅନ୍ତରୀକ୍ଷ ରେ ରହିଥାଏ l ତେଣୁ ସୂର୍ଯ୍ୟ ଚାରି ପାଖରେ ପୃଥିବୀ ବୁଲୁଥିବା କାରଣରୁ ୧୬ ଥର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଦେଖି ଥାଆନ୍ତି l ଏବଂ ୧୬ ଥର ନୂତନ ବର୍ଷ ପାଳନ କରିଛନ୍ତି l