Odisha news

ଆଶ୍ଚର୍ଯ୍ୟ ହେଲେବି ସତ୍ୟ : ଦେଢ଼ ଲକ୍ଷ ବର୍ଷ ତଳର ମନ୍ଦିର ବର୍ତମାନ ମଧ୍ୟ ରହିଛି ଏହି ପୃଥିବୀ ପୃଷ୍ଠରେ

0

ଭଗବାନ ବିଶ୍ୱକର୍ମା ସୃଷ୍ଟିକୁ ଗଢ଼ିଛନ୍ତି ଓ ଭଗବାନ ବ୍ରହ୍ମାଙ୍କର ସପ୍ତମ ପୁତ୍ର ଅଟନ୍ତି l ମାନ୍ୟତା ଅନୁସାରେ ସୃଷ୍ଟିରେ ଜିବନର ସଂଚାଳନ ପାଇଁ ଯେ କୌଣସି ବସ୍ତୁ ମନକୁ ଛୁଇଁ ଥାଏ ତାହା ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ l ବିଶ୍ୱକର୍ମାଙ୍କୁ ସୃଷ୍ଟିର ପ୍ରଥମ ଶିଲ୍ପକାର, ବାସ୍ତୁକାର ଓ ସୃଜନକାର କୁହାଯାଇଥାଏ l

ପୁରାଣର ବର୍ଣନା ଅନୁସାରେ ଭଗବାନ ବିଶ୍ୱକର୍ମା ସ୍ୱୟଂ ମନ୍ଦିର, ନଗର, ଆଦିର ନିର୍ମାଣକାର୍ତ୍ତା ଅଟନ୍ତି l ଆସନ୍ତୁ ଜାଣିବା ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ଗୋଟିଏ ପ୍ରସିଦ୍ଧ ମନ୍ଦିର ବିଷୟରେ l

ବିହାରର ଔରଙ୍ଗlବାଦ ଜିଲ୍ଲାରେ ଭଗବାନ ସୂର୍ଯ୍ୟଙ୍କର ରହିଛି ଗୋଟିଏ ପ୍ରାଚୀନ ଓ ବିଶାଳ ମନ୍ଦିର l ମାନ୍ୟତା ରହିଛି ଯେ ଏହି ମନ୍ଦିରଟିକୁ ସ୍ୱୟଂ ଭଗବାନ ବିଶ୍ୱକର୍ମା କେବଳ ଗୋଟିଏ ରାତିରେ ନିର୍ମାଣ କରିଥିଲେ l ଏହା ଗୋଟିଏ ଏଭଳି ସୂର୍ଯ୍ୟ ମନ୍ଦିର ଥିଲା ଯାହାର ଦ୍ୱାର ପଶ୍ଚିମ ଦିଗକୁ ଖୋଲିଥାଏ l

ଏହି ମନ୍ଦିରରେ ସୂର୍ଯ୍ୟ ଭଗବାନ ଙ୍କ ମୂର୍ତି ୭ଟି ରଥ ଉପରେ ସବାର ହୋଇଛି l ଏହାଛଡା ଏହି ମନ୍ଦିରରେ ପ୍ରାତଃ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅସ୍ତ ସୂର୍ଯ୍ୟ ବିଦ୍ୟମାନ ହୋଇଛନ୍ତି l ସାରା ଭାରତରେ ଏହା ଏକମାତ୍ର ମନ୍ଦିର ଯାହାକି ପୂର୍ବାଭିମୁଖୀ ନହୋଇ ପଶ୍ଚିମାଭିମୁଖୀ ହୋଇ ରହିଛି l

ମିଳିଥିବା ତଥ୍ୟ ଆଧାରରେ କୁହାଯାଇଛି ଯେ ପାଖାପାଖି ଏହି ମନ୍ଦିରଟି ଦେଢ଼ ଲକ୍ଷ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା l ଏହି ମନ୍ଦିରରେ ବିଭିନ୍ନ ଆକାର ଓ ପ୍ରକାରର ପଥରର ବ୍ୟବହାର ହୋଇଛି l ଏହି ମନ୍ଦିରର ଉଚତା ଶହେ ଫୁଟ ଅଟେ, ଏବଂ କଳା ଓ ଧୂସର ରଙ୍ଗର ପଥରରେ ନିର୍ମିତ ହୋଇଥିବା ମନ୍ଦିର ଟିର ସାମଞ୍ଜସ୍ୟ କିଛି ମାତ୍ରାରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ଭଳି ଦେଖାଯାଇ ଥାଏ l ଏହି ମନ୍ଦିର ରେ ଲିଖିତ ଗୋଟିଏ ଶ୍ଳୋକ ଅନୁସାରେ ୧୨ଲକ୍ଷ ୧୬ ହଜାର ବର୍ଷ ତ୍ରେତୟା ଯୁଗ ଅତିବାହିତ ହୋଇଯିବ ପରେ ଝଳାପୁତ୍ର ପୂରୁଁରବା ଏଲେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ l ଏହି ମନ୍ଦିରର ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ଯିଏ ମଧ୍ୟ ସୂର୍ଯ୍ୟ ଦେବଙ୍କୁ ପୂଜା କରିଥାଏ ତାର ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ l

ସୂର୍ଯ୍ୟ ପୁରାଣ ଅନୁସାରେ ସର୍ବାଧିକ ପ୍ରଚାରିତ ଜନଶ୍ରୁତି ଅନୁସାରେ ପୂରୁଁରବା ଏଲେ ଜଣେ ରାଜା ଥିଲେ ଯିଏକି କୁଷ୍ଠ ବ୍ୟାଧିରେ ପୀଡିତ ଥିଲେ l ସେ ଏକଦା ଶିକାର କରିବାକୁ ଯାଇ ଜଙ୍ଗଲରେ ହଜି ଯାଇଥିଲେ l ଏହାପରେ ସେ ଗୋଟିଏ ସରୋବର ଦେଖିଥିଲେ, ଓ ସେଠାକୁ ଯାଇ ନିଜ ଆଞ୍ଜୁଳି ରେ ଭରି ପାଣି ପିଇଥିଲେ l ସେ ପାଣି ପିଇବା ପରେ ଆଶ୍ଚର୍ଯ୍ୟ ହେଲେ ଯେ ନିଜ ଆଞ୍ଜୁଳି ରେ ଭରି ପିଉଥିବା ପାଣିରୁ ଯେଉଁ ଛିଟା ତାଙ୍କ ଶରୀରରେ ପଡିଥିଲା ସେଠାରୁ କୁଷ୍ଠ ରୋଗ ବିଲୁପ୍ତ ହୋଇଯାଇ ଥିଲା l ଏହାପରେ ସେ ସେହି ସରୋବର ପାଣି ମଧ୍ୟକୁ ଚାଲିଗଲେ ଓ ତାଙ୍କ ଶରୀର ରୁ କୁଷ୍ଠ ରୋଗ ଅପସରି ଯାଇଥିଲା l

ଏହାପରେ ରାଜା ସେହି ସ୍ଥାନରେ ରାତ୍ରି ଯାପନ କରିଥିଲେ ଏବଂ ତାଙ୍କୁ ରାତିରେ ସ୍ୱପ୍ନାଦେଶ ହୋଇଥିଲା ଯେ ସେହି ସରୋବର ରେ ସୂର୍ଯ୍ୟ ଦେବଙ୍କ ଗୋଟିଏ ମୂର୍ତି ଦବି ରହିଛି, ଏବଂ ସେହି ସ୍ଥାନରେ ସୂର୍ଯ୍ୟ ଦେବଙ୍କ ମନ୍ଦିର ସ୍ଥାପନା କରାଯାଉ l କୁହାଯାଏ ଯେ ଏଲେ ସୂର୍ଯ୍ୟ ଭଗବାନ ଙ୍କ ନିର୍ଦେଶ ଅନୁସାରେ ସରୋବର ରେ ଦବି ରହିଥିବା ସୂର୍ଯ୍ୟ ଙ୍କ ମୂର୍ତି କାଢି ସ୍ଥାପନା କରିଥିଲେ ଓ ସୂର୍ଯ୍ୟ କୁଣ୍ଡର ସ୍ଥାପନା କରିଥିଲେ l କିନ୍ତୁ ମନ୍ଦିର ଟି ସେହିଭଳି ରହିଥିବା ସତ୍ୱେ ମୂର୍ତି ଟିର ଦେଖା ମିଳୁନାହିଁ l ମାନ୍ୟତା ରହିଛି ସ୍ଵର୍ଗପୁରୀ ର ଦେବତା ମାନେ ମଧ୍ୟ ଏଠାରେ ପୂଜା କରି ଥାଆନ୍ତି l

Har Ghar Tiranga

Leave A Reply