Odisha news

ଯଦି ଅନ୍ତରିକ୍ଷ ରେ ଅକ୍ସିଜେନ ନାହିଁ ତେବେ କିପରି ଜଳୁଛନ୍ତି ସୂର୍ଯ୍ୟ , କଣ ରହିଛି ବୈଜ୍ଞାନିକ କାରଣ

0

ବିଜ୍ଞାନ ମଣିଷକୁ ଖୁବ ଦ୍ୱନ୍ଦ୍ୱ ରେ ପକାଇଥାଏ l ବିଜ୍ଞାନ କହିଥାଏ ଯଦି ନିଆଁ ଜଳିଥାଏ ତେବେ ଅକ୍ସିଜେନ ର ଆବଶ୍ୟକତା ପଡିଥାଏ l କିନ୍ତୁ ଅନ୍ୟପଟରେ ବିଜ୍ଞାନ କହିଥାଏ ଅନ୍ତରୀକ୍ଷ ରେ ଅକ୍ସିଜେନ ନଥାଏ l ଏବଂ ସେହି ବିଜ୍ଞାନ ଶିକ୍ଷକଙ୍କ ନିକଟରୁ ଛୋଟ ବେଳେ ଶୁଣିଛୁ ସୂର୍ଯ୍ୟ ଗୋଟିଏ ଅଗ୍ନି ପିଣ୍ଡୁଳା l ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଅନ୍ତରୀକ୍ଷ ରେ ଅକ୍ସିଜେନ ନାହିଁ ତେବେ ସୂର୍ଯ୍ୟ ଙ୍କର ଏତେବଡ଼ ଜ୍ୱଳନ୍ତ ପିଣ୍ଡ କିପରି ଜଳୁଛି l

ବିଜ୍ଞାନ ଅନ୍ୟ ପଟରେ କହୁଛି ଯେ ସୂର୍ଯ୍ୟ ପାଖାପାଖି ୪ .୬ ଆରବ ବର୍ଷରୁ ଏଭଳି ରହିଛି l ସବୁଠୁ ଆଶ୍ଚର୍ଯ୍ୟ କରୁଥିବା କଥା ଟି ହେଲା ସୂର୍ଯ୍ୟ ଙ୍କ ଚତୁର୍ପାର୍ଶ୍ୱ ରେ ଦେଖାଯାଉ ଥିବା ଏହି ନିଆଁ କୌଣସି ଜ୍ୱଳନ୍ତ ଅଗ୍ନି ପିଣ୍ଡ ନୁହେଁ l ଏବଂ ସୂର୍ଯ୍ୟ ରେ ନିଆଁ ଲାଗି ନଥାଏ, ଆମକୁ ପୃଥିବୀ ପୃଷ୍ଠରୁ ଯାହା ଦେଖାଦେଇ ଥାଏ ତାହା ସୂର୍ଯ୍ୟ ପୃଷ୍ଠରେ ରହିଥିବା ଗ୍ୟାସ ପିଣ୍ଡ ର ଗୋଟିଏ ପ୍ରକ୍ରିୟା ଅଟେ l ପୃଥିବୀ ର ବୈଜ୍ଞାନିକ ମାନେ ଏହି ପ୍ରକ୍ରିୟା କୁ ଷ୍ଟେଲର ନିୟୁକ୍ଲିୟର ସିନଥେସିସ କହି ଥାଆନ୍ତି l

ଆଉ ଗୋଟିଏ ମହତ୍ୱପୂର୍ଣ୍ଣ କଥା ହେଲା ସୂର୍ଯ୍ୟ ଙ୍କ ମଧ୍ୟରେ ପରମାଣୁ ମାନଙ୍କର ନିୟୁକ୍ଳିଅର ଫିୟୁଜନ ରହିଥାଏ l ଯାହାଦ୍ୱାରା ସୂର୍ଯ୍ୟ ଙ୍କ ଗ୍ରାଭିଟି କାରଣରୁ ହାଇଡ୍ରଯେନ ର ପରମାଣୁ ହିଲିୟମ ପରମାଣୁ ରେ ପରିବର୍ତନ ହୋଇଥାଏ l ଏବଂ ଏହି ପ୍ରକ୍ରିୟା ସମୟ ରେ ଉର୍ଜା ଉତ୍ପନ ହୋଇଥାଏ l ଏହା ସେହି ଆଲୋକ ଅଟେ ଯାହାକୁ ଆମେ ପୃଥିବୀ ରୁ ଦେଖିଥାଉ l ଏହି ପ୍ରସେସ କୁ ମଧ୍ୟ ହାଇଡ୍ରଯେନ ବର୍ନିଙ୍ଗ୍ କୁହାଯାଇ ଥାଏ l

Leave A Reply