Odisha news

ଗ୍ରୀଷ୍ମ ଋତୁରେ ହାଇଡ୍ରେଟ ଡ୍ରିଂକ୍ସ ଜଲଜୀରା : ଗ୍ୟାସ ଏସିଡ଼ିଟି ସମସ୍ୟାରୁ ଦେଇଥାଏ ଆରାମ

0

ଗରମ ଦିନ ଆସିବା ମାତ୍ରକେ ଶରୀରକୁ ଥଣ୍ଡା ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଉ l କାହିଁକିନା ଶରୀର କୁ ହାଇଡ୍ରେଟ ରଖିବା ନିହାତି ଜରୁରୀ l ସେଥିପାଇଁ ନ୍ୟୁଟ୍ରିସିଆନ ଙ୍କ ମତରେ ଜଲଜୀରା ଗୋଟିଏ ଉତ୍ତମ ମାଧ୍ୟମ ଅଟେ l ଜଲଜୀରା ପାଟିକୁ ସ୍ୱାଦ ଲାଗିବା ସହିତ ଶରୀର ପାଇଁ ମଧ୍ୟ ଚମତ୍କାର ଲାଭ ମିଳିଥାଏ l

– ଗରମ ଦିନରେ ବିଶେଷ ଭାବରେ ଅପଚ , ଗ୍ୟାସ, ଏସିଡ଼ିଟି , ବାନ୍ତି ଓ ଅନେକ ପେଟ ସମସ୍ୟା ଦେଖିବାକୁ ମିଳିଥାଏ l ଏପରିସ୍ଥିତି ରେ ଜଲଜୀରା ଗୋଟିଏ ଭଲ ମାଧ୍ୟମ ଅଟେ l  ଗରମ ଦିନରେ ଜଲଜୀରା ଗ୍ରୀଷ୍ମ ଉତ୍ତାପ ରୁ ଶରୀର କୁ ଆରାମ ଦେବା ସହିତ ପେଟ କୁ ମଧ୍ୟ ଠିକ ରଖିଥାଏ l

– ଗ୍ୟାସ ସମସ୍ୟାରେ ପୀଡିତ ବ୍ୟକ୍ତି ଯଦି ନିୟମିତ ଜଲଜୀରା ପାଣି ସେବନ କରିବେ ତେବେ ଗରମ ଦିନରେ ଏଥିରୁ ଆରାମ ମିଳିଥାଏ l ଏବଂ ଗ୍ୟାସ ଦୂର ହୋଇଥାଏ l

– ଜଲଜୀରା ପାଣି ନିୟମିତ ସେବନ କଲେ ଶରୀର ଗ୍ରୀଷ୍ମ ଋତୁରେ ହାଇଡ୍ରେଟ ରହିଥାଏ, ଏବଂ ଶରୀରର ଜଳୀୟ ଅଂଶ ମଧ୍ୟ ସନ୍ତୁଳିତ ରହିଥାଏ l

– ଶରୀରରୁ ଜଳୀୟ ଅଂଶ କମିବା ଦ୍ୱାରା ଅନେକ ସମୟ ରେ ମୁଣ୍ଡ ବୁଲାଇଥାଏ, ଏବଂ ବାନ୍ତି ସମସ୍ୟା ମଧ୍ୟ ଦେଖା ଯାଇଥାଏ l ଏପରି ସ୍ଥିତିରେ ଜଲଜୀରା ସେବନ କଲେ ଏହିସବୁ ସମସ୍ୟା ଦୂର ହୋଇଥାଏ l

– ଆମେ ସାଧାରଣ ଭାବରେ ମସଲା ଓ ତୈଳ ଯୁକ୍ତ ଭୋଜନ ଯଦି ଗରମ ଦିନରେ ଅଧିକ ସେବନ କରିଥାଉ ତେବେ ଏସିଡ଼ିଟି ର ଶିକାର ହୋଇଥାଉ , ଏପରି ସ୍ଥିତିରେ ଜଲଜୀରା ସେବନ ଖୁବ ଆରମ୍ଭ ଦାୟକ l

– ଗ୍ରୀଷ୍ମ ଋତୁରେ ନିୟମିତ କିଛି ମାତ୍ରାରେ ଯଦି ଆମେ ଜଲଜୀରା ପାଣି ସେବନ କରିବା ତେବେ ଥକାପଣ ଦୂର ହେବା ସହ ପାଚକ ଗ୍ରନ୍ଥୀ ଆକ୍ଟିଭ ହୋଇଥାଏ ଏବଂ ଶରୀରକୁ ଲାଭ ମିଳିଥାଏ l

Har Ghar Tiranga

Leave A Reply