Odisha news

ସଫଳତାର ପୁଞ୍ଜି : ନିଜ ଜୀବନ ରେ ସଫଳତା ଲାଭ କରିବା ପାଇଁ ଏହି ୧୦ ଟି ନିୟମ କୁ ନିହାତି ଧ୍ୟାନ ରଖିବା ଜରୁରୀ 

0
ସଫଳତାର ପୁଞ୍ଜି ଆମକୁ ଜୀବନ ରେ ସଫଳତା ଲାଭ କରିବା ଓ ତାହାକୁ ହାସଲ କରିବାର ସଠିକ ଦିଗଦର୍ଶନ କରାଇଥାଏ l କିନ୍ତୁ ଏହି ସଫଳତା କିଛିଟା ମାଧ୍ୟମ ଦେଇ ଯାଇଥାଏ, ଯାହାକୁ ଆମେ ଜାଣି ରଖିବା ନିହାତି ଜରୁରୀ l ତେବେ ଆସନ୍ତୁ ଜାଣିବା ଜୀବନ ରେ ସଫଳତାର ପାହାଚ ଚଢିବା ପାଇଁ କେଉଁ ସବୁ ପାହାଚ କୁ ଦେଇ ଯିବାକୁ ପଡିବ l
– ଜୀବନରେ ସର୍ବଦା ଉଚ୍ଚ ଅଭିଳାଷ ରଖିବା ଜରୁରୀ, ଯାହାକି ଆଗକୁ ବଢ଼ିବାରେ ଆଗେଇ ନେବ l କାହିଁକି ନା ଏଭଳି ଅନେକ ଲୋକ ଅଛନ୍ତି ସଫଳତା ପାଇବାକୁ ଚାହିଁ ଥାଆନ୍ତି, କିନ୍ତୁ ଲକ୍ଷ ଖୁବ ଛୋଟ ରଖନ୍ତି ଯାହାକୁ ପାଇ ସେମାନେ ଖୁସି ତ ହୋଇ ଯାଆନ୍ତି କିନ୍ତୁ ଅଧିକ ଆଗକୁ ବଢି ପାରନ୍ତି ନାହିଁ l
– ନିଜ ଲକ୍ଷରେ ପହଂଚିବା ପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରନ୍ତୁ l ବିନା ଯୋଜନା ରେ ଲକ୍ଷ ସ୍ଥଳରେ ପହଂଚିବା ସମ୍ଭବ ନୁହେଁ l
-ପରିସ୍ଥିତି ଯାହା ହୋଇଥାଉ ନା କାହିଁକି ସଫଳତା ପାଇବା ପାଇଁ ନିଜର ଲକ୍ଷକୁ ପ୍ରାଥମିକତା ଦେବା ସବୁଠୁ ଜରୁରୀ l ସମୟର ଅଭାବ ସତ୍ୱେ ମଧ୍ୟ ନିଜ ଲକ୍ଷକୁ ହାସଲ କରିବା ପାଇଁ ଚେଷ୍ଟା ରଖିବା ଜରୁରୀ ଅଟେ l ଯେପରିକି ଆପଣ ଟାଇମ ମ୍ୟାନେଜମେଣ୍ଟ ଦ୍ୱାରା ନିଜ ଲକ୍ଷକୁ ହାସଲ କରିବାରେ ସାମାନ୍ୟ ଚେଷ୍ଟା କରିବେ l
– ନିଜ ମଧ୍ୟରେ ଭଲ ଅଭ୍ୟାସ ର ବିକାଶ କରନ୍ତୁ l କାହିଁକି ନା ବେଳେବେଳେ ଅନେକ ଖରାପ ଅଭ୍ୟାସ ମଣିଷ ର ଲକ୍ଷ ହାସଲ କରିବାରେ ବାଧା ଆଣିଥାଏ l ଭଲ ଅଭ୍ୟାସ ଆପଣଙ୍କୁ ଆପଣଙ୍କ ଲକ୍ଷରେ ପହଞ୍ଚିବାରେ ସାହାଯ୍ୟ କରିଥାଏ l
– ଯଦି ସଫଳତା ହେବାକୁ ଚାହୁଁଛନ୍ତି ଜୀବନ ରେ କଦାପି ଶିଖିବା ଛାଡିବା ଉଚିତ ନୁହେଁ l କାହିଁକି ନା ଶିଖିବା ହେଉଛି ଉନ୍ନତିର ଗୋଟିଏ ପାହାଚ l ଶିଖିବା ଦ୍ୱାରା ଅନୁଭବ ବଢିଥାଏ l
– ମଣିଷ ମାତ୍ରକେ ଭୁଲ ରହିଛି l ନିଜ ଭୁଲ ରୁ ମଣିଷ ଶିଖିବା ଦ୍ୱାରା ଜୀବନ ରେ ଆଗକୁ ବଢିଥାଏ l କୌଣସି ସଫଳ ବ୍ୟକ୍ତି ସବୁବେଳେ ଭୁଲ କାର୍ଯ୍ୟ କରି ନଥାଏ , ଭୁଲ କଲେ ହିଁ ମଣିଷ ଠିକ କରିଥାଏ l କାହିଁକି ନା ଜୀବନ ରେ ଭୁଲ ହିଁ ଶିକ୍ଷା ଦେଇଥାଏ l
– ସାଧାରଣ ଭାବରେ ଲୋକେ ସଫଳତା ନମିଳିବା ଦ୍ୱାରା ହାର ମାନି ଯାଇ ଥାଆନ୍ତି ଓ ନିଜର ଲକ୍ଷରୁ ହଟି ଯାଇ ଥାଆନ୍ତି l ଆଉକିଛି ଲୋକ ସାହସ ସଂଚୟ କରି ନିଜ ଲକ୍ଷରେ ଆଗକୁ ମାଡି ଚାଲନ୍ତି l
– ଆପଣ ଇତିହାସ ପଢନ୍ତୁ, ଦେଖିବେ ପ୍ରତ୍ୟେକ ସଫଳ ବ୍ୟକ୍ତି ଜୀବନ ରେ ବିପଦ କୁ ସମୁଖୀନ କରିଛନ୍ତି l ଯଦି ସଫଳତା ପାଇବାର ଆଗ୍ରହ ରଖିଛନ୍ତି ତେବେ ଅସୁବିଧାର ସମୁଖୀନ ହୋଇ ଆଗକୁ ମାଡି ଯିବାକୁ ପଡିବ l
– କୁହାଯାଏ ଯେ ଜ୍ଞାନ ଯେଉଁଠୁ ମଧ୍ୟ ମିଳୁଛି ତାହାକୁ ଗ୍ରହଣ କରିନିଅ l କିନ୍ତୁ ସବୁବେଳେ ଜୀବନ ରେ ଅନୁଭବି ଲୋକ ଙ୍କ ନିକଟରୁ କିଛିଟା ଶିଖିବା ନିହାତି ଜରୁରୀ l କାହିଁକି ଏଭଳି ବ୍ୟକ୍ତି ନିଜ ଜୀବନ ର ଅନେକ ଅସୁବିଧାର ସମୁଖୀନ ହୋଇ ସଫଳତା ଲାଭ କରି ଥାଆନ୍ତି l
– ପ୍ରତ୍ୟେକ ମଣିଷ ନିଜ ଉପରେ ଭରସା ରଖିବା ଜରୁରୀ l ଆତ୍ମବିଶ୍ୱାସ ଗୋଟିଏ ପ୍ରକାରର ମାନସିକତା ଯାହାକୁ ନିଜ ମଧ୍ୟରେ ଜାଗ୍ରତ କରିବା ଆବଶ୍ୟକ l ଆତ୍ମବିଶ୍ୱାସ କୁ ନେଇ ଆଗକୁ ଆଗେଇ କାର୍ଯ୍ୟ କରିବା ଦ୍ୱାରା ସଫଳତା ଲାଭ କରିବେ l

Leave A Reply