Odisha news

” ବ୍ରା ଷ୍ଟ୍ରିପ ସିଣ୍ଡ୍ରୋମ୍ ” କଣ ଓ ଏହାଦ୍ୱାରା ମହିଳା ମାନଙ୍କର କେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ

0

ଅନ୍ତବସ୍ତ୍ର ଆମ ପରିଧାନ ର ଗୋଟିଏ ମୁଖ୍ୟ ପରିଧାନ ଅଟେ l ଯାହାକି ଆମ ପରିଧାନ କୁ ଝାଳ ଠାରୁ ସୁରକ୍ଷିତ ରଖିଥାଏ l ସେହିଭଲି ନିକଟରେ ମହିଳା ମାନେ ପରିଧାନ କରୁଥିବା ଅନ୍ତବସ୍ତ୍ର କୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା l ଯେଉଁଥିରେ ବିଶେଷ ଭାବେ କାନ୍ଧ ଜନିତ ଯନ୍ତ୍ରଣା ଉପରେ ଗୁରୁତ୍ୱ ଦିଆଯାଇ ଥିଲା l ଆମ ମାନଙ୍କ ମଧ୍ୟରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ଜାଣି ନଥାଆନ୍ତି କି ତାଙ୍କ ଦ୍ୱାରା ପରିଧାନ କରାଯାଉ ଥିବା ଅନ୍ତବସ୍ତ୍ର ସେମାନଙ୍କ ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟା ର କାରଣ ଅଟେ ବୋଲି l ଏହା ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ, କିନ୍ତୁ ବାସ୍ତବ ରେ ମହିଳା ଙ୍କ ଅନ୍ତବସ୍ତ୍ର ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ର କାରଣ ଅଟେ l ଏହାକୁ ଅଧ୍ୟୟନ ରେ ‘ ବ୍ରା ଷ୍ଟ୍ରାପ ସିଣ୍ଡ୍ରୋମ୍ ‘ ବୋଲି କୁହାଯାଇ ଥିଲା l ଏହାକୁ ଡାକ୍ତରୀ ଭାଷାରେ ” କଷ୍ଟୋ କ୍ଲେବିକୁଲର ସିଣ୍ଡ୍ରୋମ୍ ” ମଧ୍ୟ କୁହାଯାଇ ଥାଏ l ଏହି ଅଧ୍ୟୟନ ଅନୁସାରେ ମହିଳା ମାନଙ୍କ ର ସ୍ତନ ର ଭାର ତାଙ୍କ ଅନ୍ତବସ୍ତ୍ର ଉପରେ ପଡିଥାଏ l ଏହି କାରଣରୁ ଅନ୍ତ ବସ୍ତ୍ର ର କାନ୍ଧ ଫିତା ଉପରେ ଅଧିକ ଚାପ ପଡିଥାଏ ଓ କାନ୍ଧ ଏବଂ ପିଠି ଯନ୍ତ୍ରଣା ର କାରଣ ହୋଇଥାଏ l

ହୋଇଥାଏ ଏହିସବୁ ସମସ୍ୟା :-
* ଅନ୍ତ ବସ୍ତ୍ର ର କାନ୍ଧ ଫିତା ଯଦି ପତଳା ହୋଇଥାଏ ତେବେ କାନ୍ଧ , ପିଠି , ବେକ ଓ ବାହୁ ରେ ଗଭୀର ପ୍ରଭାବ ପଡିଥାଏ l

* ଏହି ଅସୁବିଧା ବିଶେଷ ଭାବେ ଅଧିକ ମୋଟା ମହିଳା ମାନେ ଅନୁଭବ କରି ଥାଆନ୍ତି l ବ୍ରା ଷ୍ଟ୍ରିପ ସିଣ୍ଡ୍ରୋମ୍ ରେ ପୀଡିତ ହେବା ଦ୍ୱାରା ଦୈନନ୍ଦିନ କାର୍ଯ୍ୟ କରିବାରେ ବାଧା ଉପୂଜିଥାଏ l

* ଏଥିପାଇଁ ଅତ୍ୟଧିକ ପୁରୁଣା ବ୍ରା ପିନ୍ଧିବା ମଧ୍ୟ ଉଚିତ ନୁହେଁ l ଏହାଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ଦେଖା ଯାଇଥାଏ l

* ବ୍ରା ଷ୍ଟ୍ରିପ ସିଣ୍ଡ୍ରୋମ୍ ରେ ପ୍ରଭାବିତ ହେବା ଦ୍ୱାରା ସ୍ପଣ୍ଡି ଲାଇଟିସ ସମସ୍ୟା ମଧ୍ୟ ଦେଖା ଯାଇଥାଏ l ତେଣୁ ଏହି ଅଧ୍ୟୟନ ଅନୁସାରେ ଅତ୍ୟଧିକ ଓଜନ ବୃଦ୍ଧି ହେଉଥିବା ମହିଳା ମାନେ ଚଉଡା କାନ୍ଧ ପଟି ଥିବା ବ୍ରା ପରିଧାନ କରିବା ଆବଶ୍ୟକ l

* ବ୍ରା ଷ୍ଟ୍ରିପ ସିଣ୍ଡ୍ରୋମ୍ ରେ ପୀଡିତ ମହିଳାଙ୍କ ମଧ୍ୟରେ ଅତ୍ୟଧିକ ପିଠି ଯନ୍ତ୍ରଣା ଦେଖା ଯାଇଥାଏ , ଯାହାକି ଭବିଷ୍ୟତ ରେ ଅଣ୍ଟା ଯନ୍ତ୍ରଣାର କାରଣ ହୋଇଥାଏ l

* ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଯେବେବି ମହିଳା ମାନେ ବ୍ରା ଚୟନ କରୁଛନ୍ତି ସେତେବେଳେ ନିଜ ଓଜନ କୁ ଦେଖି ଭଲ କ୍ଵାଲିଟି ବ୍ରା ଚୟନ କରନ୍ତୁ l

– ଖରାପ ଇଲାଷ୍ଟିକ ଯୁକ୍ତ ବ୍ରା କାନ୍ଧ ଯନ୍ତ୍ରଣାର କାରଣ l

– ଦୀର୍ଘ ଦିନ ଧରି ପୁରୁଣା ବ୍ରା ବ୍ୟବହାର କରୁଥିଲେ ସତର୍କ ରୁହନ୍ତୁ l

– ନଚେତ ଏହା ଦ୍ୱାରା ପିଠି କାନ୍ଧ ବେକ ଯନ୍ତ୍ରଣା ସମସ୍ୟାର କାରଣ ମଧ୍ୟ ହୋଇପାରେ l

Leave A Reply