Odisha news

ମେଣ୍ଟାଲ ଷ୍ଟ୍ରେସ କାରଣରୁ ଶରୀରରେ ବୃଦ୍ଧି ହୋଇଥାଏ ଏହିସବୁ ହର୍ମୋନ, ଯାହାକି ଅନେକ ଗୁଡିଏ ରୋଗର କାରଣ

0

ମେଣ୍ଟାଲ ଷ୍ଟ୍ରେସ ସମସ୍ତ ରୋଗର ଗୋଟିଏ ବଡ କାରଣ ଭାବରେ ଆଜିକାଲି ଦେଖା ଦେଇଛି l ଖରାପ ଜୀବନଶୈଳୀ ଓ ଅତ୍ୟଧିକ ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ମଣିଷ ନିକଟରେ ମେଣ୍ଟାଲ ଷ୍ଟ୍ରେସ ଦିନକୁ ଦିନ ଅଧିକ ବୃଦ୍ଧି ପାଉଛି l ଯାହାକି ଆମ ଶରୀରରେ ଅନେକ ଗୁଡିଏ ହର୍ମୋନ କୁ ବୃଦ୍ଧି କରୁଛି , ଏବଂ ଏହିସବୁ ହର୍ମୋନ ବିଭିନ୍ନ ରୋଗର କାରଣ ଭାବରେ ଦେଖା ଦେଉଛି l ଆଜି ଆସନ୍ତୁ ଜାଣିବା ମେଣ୍ଟାଲ ଷ୍ଟ୍ରେସ ଯୋଗୁଁ କେଉଁସବୁ ହର୍ମୋନ ବୃଦ୍ଧି ହୋଇଥାଏ ଏବଂ ଏହିସବୁ ହର୍ମୋନ କେଉଁ ରୋଗ ଦ୍ୱାରା ଆକ୍ରାନ୍ତ କରି ଥାଆନ୍ତି l

* ଅତ୍ୟଧିକ ମେଣ୍ଟାଲ ଷ୍ଟ୍ରେସ ବୃଦ୍ଧି ହେବା କାରଣରୁ ଏଡ୍ରନଲ ଗ୍ଲାଣ୍ଡ ରେ ଖୁବ ଅଧିକ କାର୍ଟି ସୋଲ ପ୍ରସ୍ତୁତ ହୋଇଥାଏ, ଯାହାକି ଗୋଟିଏ ଷ୍ଟ୍ରେସ ହର୍ମୋନ ଅଟେ l ଏହାଦ୍ୱାରା ନିଦ୍ରା ହୀନତା ସମସ୍ୟା ଦେଖିବାକୁ ମିଳିଥାଏ l

* ଷ୍ଟ୍ରେସ କାରଣରୁ ଏପିନେଫ୍ରୀନ ହର୍ମୋନ ପ୍ରଡକ୍ସନ ବୃଦ୍ଧି ହୋଇଥାଏ l ଏହାଦ୍ୱାରା ଉଚ ରକ୍ତଚାପ ଓ ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ବଢି ଯାଇଥାଏ l

* ଶରୀରରେ ଷ୍ଟ୍ରେସ କାରଣରୁ ସିରୋଟୋନିନ ହର୍ମୋନ ସ୍ତର କମିବାକୁ ଲାଗିଥାଏ l ଏହି ହର୍ମୋନ କମିବା ଦ୍ୱାରା ବ୍ୟକ୍ତି ଦୁଖୀ ରହିବାକୁ ଲାଗିଥାଏ ଓ ମନୋବଳ କମିବାରେ ଲାଗିଥାଏ l

* ଷ୍ଟ୍ରେସ କାରଣରୁ ଇନ୍ସୁଲିନ ହର୍ମୋନ ର ବାଲାନ୍ସ ବିଗିଡ଼ିବାକୁ ଲାଗେ l ଯେଉଁ କାରଣରୁ ଶରୀରରେ ରକ୍ତ ଶର୍କରା ସ୍ତର ବଢିବାକୁ ଲାଗିଥାଏ l ଯାହାକି ମଧୁମେହ ର କାରଣ ହୋଇଥାଏ l

ମେଣ୍ଟାଲ ଷ୍ଟ୍ରେସ କାରଣରୁ ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ଦେଖିବାକୁ ମିଳିଥାଏ l ଏହାଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥାଏ l ଏହାର ଗୋଟିଏ ବଡ଼ କାରଣ ଗ୍ୟାସ ଓ ଏସିଡ଼ିଟି ଅଟେ l ଭୟଙ୍କର ବିଚାର, ନିଦ୍ରା ହୀନତା ସମସ୍ୟା, ମନରେ ହୀନ ଭାବନା ଆସିଥାଏ ଓ ଭୋକ ଲାଗି ନଥାଏ l ଏହାମଧ୍ୟ ମେଣ୍ଟାଲ ଷ୍ଟ୍ରେସ ର କାରଣ ହୋଇଥାଏ l

Nalco

Leave A Reply