Odisha news

ଗବେଷକ ଙ୍କ ମତ : ଶୀତ ଋତୁରେ ଷ୍ଟିମ ନେବା ଆସ୍ଥମା ରୋଗୀଙ୍କ ପାଇଁ ଅମୃତ ସମାନ ଅଟେ 

0
ଶୀତଋତୁ ଆସିବା ମାତ୍ରକେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ଥାଏ, ଯାହାକି ଥଣ୍ଡା ପ୍ରକୋପ ରୁ ଅତ୍ୟଧିକ ବଢ଼ିଯାଇ ଥାଏ l ଯେପରିକି ସର୍ଦି, କାଶ, ମୁଣ୍ଡବିନ୍ଧା, ଛାତିରେ କଫ ଜମିବା ଇତ୍ୟାଦି l କିନ୍ତୁ ଏହି ସମସ୍ତ ସମସ୍ୟା ପାଇଁ ମାତ୍ର ଗୋଟିଏ ଚିକିତ୍ସା, ତାହା ହେଉଛି ଷ୍ଟିମ ନେବା l ଷ୍ଟିମ ବା ବାମ୍ଫ ନେବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l ଆଜି ଆସନ୍ତୁ ଜାଣିବା ଶୀତଋତୁ ରେ ବାମ୍ଫ ନେବାର ଚମତ୍କାର ଲାଭ ବିଷୟରେ l
* ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ଦୂର –
ଶୀତଋତୁ ରେ ପ୍ରଶ୍ୱାସ ଓ ଫୁସଫୁସ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ l ଯେପରିକି ଆସ୍ଥମା, ବ୍ରୋଙ୍କାଇଟିସ, କଫ ଜମା ହେବା ପ୍ରଶ୍ୱାସ ନେବାକୁ କଷ୍ଟ ହେବା ଇତ୍ୟାଦି l କିନ୍ତୁ ଷ୍ଟିମ ନେବା ଦ୍ୱାରା ଏହିସବୁ ସମସ୍ୟାରୁ ଆରାମ ମିଳିଥାଏ l ବାମ୍ଫ ନେଲେ ଫୁସଫୁସ ରେ ଜମା ହୋଇଥିବା କଫ କ୍ଳିଅର ହୋଇଯାଇ ଥାଏ l ଏବଂ ପ୍ରଶ୍ୱାସ ନେବାକୁ ସୁବିଧା ହୋଇଥାଏ l ଏବଂ ଉପରୋକ୍ତ ରୋଗରୁ ଆରାମ ମିଳିଥାଏ l
* ମୁଣ୍ଡ ବିନ୍ଧାରୁ ଆରାମ –
ଶୀତଋତୁ ରେ ବିଶେଷ ଭାବରେ ମୁଣ୍ଡବିନ୍ଧା ଯନ୍ତ୍ରଣା ଦେଖାଯାଇ ଥାଏ l ଷ୍ଟିମ ନେବା ଦ୍ୱାରା ନାକ ଖୋଲି ଯାଇଥାଏ ଓ ଶରୀର କୁ ଗରମ ମିଳିଥାଏ l ଏହାଛଡା ମସ୍ତିଷ୍କ କୁ ବ୍ଲଡ଼ ସ୍ରକୁଲେସନ ଭଲରେ ମିଳିପାରେ l ମାଂସପେଶୀ କୁ ଆରାମ ମିଳିଥାଏ l
* ମାନସିକ ଉତେଜନା ଦୂର ହୋଇଥାଏ –
ମାନସିକ ଚାପ ମଣିଷ କୁ ଅନେକ ସମୟରେ ଭାରାକ୍ରାନ୍ତ କରି ପକାଇଥାଏ l ଯାହାକି ଆଜିକାଲି ଗୋଟିଏ ସାଧାରଣ ସମସ୍ୟା l ଷ୍ଟିମ ନେବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ ଓ ଆମେ ମେଂଟାଳୀ ରିଲାକ୍ସ ହୋଇଥାଉ l  ଶରୀର ର ଅକ୍ସିଜେନ ସ୍ତର ବଢ଼ିଯାଇ ଥାଏ l ଷ୍ଟିମ ରେ ହାଇଡ୍ରୋଜେନ ପାରକସାଇଡ ଶରୀର କୁ ମିଳିଥାଏ ଓ ଭଲ ନିଦ ହୋଇଥାଏ l

Leave A Reply