Odisha news

ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଶାବାସୀଙ୍କୁ ସହାୟତା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ନିୟନ୍ତ୍ରଣ କକ୍ଷରେ ବାସ୍ତବ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର , 30.03.2020:
କୋଭିଡ୍‍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ (ଲକ୍‍ ଡାଉନ୍‍) ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତିା ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍‍ ନମ୍ବରର ବ୍ୟବସ୍ଥା କରାଯାଇଛିା ବିିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍‍ ଅଧିକାରୀ ଭାବେ ନିୟୋଜିତ କରାଯାଇଛିା ଏହି ନୋଡାଲ୍‍ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍‍ ରୁମ୍‍) ସହ ସଂଯୋଜିତ ରହିବୋ ନିୟନ୍ତ୍ରଣ କକ୍ଷର ଟେଲିଫୋନ୍‍ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍‍ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବୋ
ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରଖିଥିଲୋ ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, କୋଭିଡ୍‍-୧୯ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ବିଶାଲ ଦେବ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଅମିତାଭ୍‍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍‍ ଗ୍ରହଣ କରୁଥିବା ଅଧିକାରୀମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ ଆଲୋଚନା କରିଥିଲୋ ପରେ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍‍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍‍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛିା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱର୍ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତିା ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ପାଇଁ ନିମ୍ନୋକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍‍ ଅଧିକାରୀ ଭାବେ ନିୟୋଜିତ କରାଯାଇଛିା
ତେଲେଙ୍ଗାନା -ଡକଫର ୟେଦୁଲା ବିଜୟ, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୨୩୦୬୮

ଆନ୍ଧ୍ରପ୍ରଦେଶ -ବି. ପରମେଶ୍ୱରନ୍‍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୩୨୭୫

ପଶ୍ଚିମ ବଙ୍ଗ – ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୦୧୧୬

ଗୁଜରାଟ -ଡଃ ଜଓ୍ୱାଲେ ନିତିନ୍‍ ଭାନୁଦାସ୍‍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୪୩୪୬୧

ମହାରାଷ୍ଟ୍ର -ଶ୍ରୀ ରାଜେଶ ପ୍ରଭାକର ପାଟିଲ୍‍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୨୯୦୬

ତାମିଲନାଡ଼ୁ -ଶ୍ରୀମତୀ ଚିତ୍ରା ଅରୁମୁଗମ୍‍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୬୬୩୧

ବିହାର ଓ ଝାଡ଼ଖଣ୍ଡ – ମହମ୍ମଦ୍‍ ସାଦିକ୍‍ ଆଲାମ୍‍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୭୩୩୧୦

କେରଳ – ଡଃ ମୁଥୁକୁମାର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୫୫୩୨

ଦିଲ୍ଲୀ -ଶ୍ରୀ ସଞ୍ଜୀବ ମିଶ୍ର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୦୧୮୪୮୮

ଅନ୍ୟ ସମସ୍ତ ରାଜ୍ୟ -ଶ୍ରୀ ଅମିତାଭ୍‍ ଠାକୁର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୩୨୩୦

Leave A Reply