Odisha news

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେଉଁ ମାସରେ ପାଳିତ ହେବ ଏବଂ ପୂଜା କରିବାର ଶୁଭ ସମୟ କଣ ରହିଛି

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ, କୃଷ୍ଣପକ୍ଷ ର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇ ଥାଏ l ମାନ୍ୟତା ଅନୁସାରେ ଭାଦ୍ରବ ମାସ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ଅର୍ଧ ରାତ୍ରିରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ହୋଇଥିଲା l ଏହିଦିନ ଭଗବାନ ଶ୍ରୀକୃଷ୍ନ ଙ୍କୁ ବିଧିବିଧାନ ଅନୁସାରେ ପୂଜାର୍ଚନା କରାଯାଇ ଥାଏ ଏବଂ ବ୍ରତ ରଖ ଯାଇଥାଏ l କୃଷ୍ଣ ଜନ୍ମାଷ୍ଟମୀ କୁ ଗୋକୁଳାଷ୍ଟମୀ, କୃଷ୍ନାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ ବୋଲି ମଧ୍ୟ କୁହାଯାଇ ଥାଏ l

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେବେ ?
ଅଷ୍ଟମୀ ତିଥି ଅଗଷ୍ଟ ୨୬ ତାରିଖର ସକାଳ ୩ଟା ୩୯ ମିନିଟ ରେ ଆରମ୍ଭ ହେଉଛି ଏବଂ ଅଗଷ୍ଟ ୨୭ ରାତ୍ରି ୨ଟା ୧୯ ମିନିଟ ରେ ସମାପ୍ତି ହେଉଛି l ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ଅଗଷ୍ଟ ୨୬ ତାରିଖ ସୋମବାର ରେ ପାଳନ ହେବ l

ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ର – ରୋହିଣୀ ନକ୍ଷତ୍ର ଅଗଷ୍ଟ ୨୬ ତାରିଖ ଦ୍ବିପ୍ରହର ୩ଟା ୫୫ ମିନିଟ ରୁ ଆରମ୍ଭ ହୋଇ ଅଗଷ୍ଟ ୨୭ ତାରିଖ ଦ୍ବିପ୍ରହର ୩ଟା ୩୮ ମିନିଟ ରେ ସମାପ୍ତ ହେବ l

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ପୂଜନ ମୁହୂର୍ତ୍ତ – ଚଳିତ ବର୍ଷ ଭଗବାନ ଶ୍ରୀକୃଷ୍ଣ ଙ୍କ ୫୨୫୧ତମ ଜନ୍ମଉତ୍ସବ ପାଳିତ ହେବ, କୃଷ୍ଣ ଜନ୍ମାଷ୍ଟମୀ ର ପୂଜା ପାଇଁ ଶୁଭ ମୁହୂର୍ତ୍ତ ଦିନ ୧୨ ଟା ରୁ ଆରମ୍ଭ ହେଉଛି l

ବ୍ରତ ପାଳନ ପାଇଁ ଶୁଭ ସମୟ – ଧର୍ମ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀ ରେ ବ୍ରତ କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l ତେଣୁ ଏହିଦିନ ଆପଣ ୨୬ ତାରିଖ ଦ୍ବିପ୍ରହର ୧୨ଟା ସମୟ ରେ ବ୍ରତ ରଖି ପାରିବେ, l କିନ୍ତୁ ବାଙ୍କେବିହାରୀ ବୃନ୍ଦାବନ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ୨୭ ତାରିଖରେ ପାଳନ ହେବ l

Har Ghar Tiranga

Leave A Reply