କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି “ଧରିତ୍ରୀ ଦିବସ’ ଅବସରରେ କହିଛନ୍ତି ଯେ କରୋନା ମହାମାରୀ ମାନବ ଜାତି ଏବଂ ଆମର ପୃଥିବୀର ସମ୍ବେଦନଶୀଳତା ବାବଦରେ ଆମକୁ ସ୍ମରଣ କରାଇଛିା ଆମ ଦ୍ୱାରା ସୃଷ୍ଟି ହେଉଥିବା କାର୍ବନ ପଦଚିହ୍ନ (କାର୍ବନ ଫୁଟପି୍ରଣ୍ଟ) ହ୍ରାସ କରି ପୃଥିବୀକୁ ସୁସ୍ଥ ଓ ସବୁଜ ରଖିବା ନିମନ୍ତେ ଆମେ ସମସ୍ତେ ଶପଥ ନେବା ସହ ଘରେ ରହିବା ଓ ଆମର ପ୍ରିୟ ପୃଥିବୀର ଉଦାରତା ପ୍ରତି କୃତଜ୍ଞତା ସ୍ୱୀକାର କରବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତିା
ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଜି ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚମାନଙ୍କୁ ପୁର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ପାଇଁ ଶପଥ ପାଠ କରାଇଛନ୍ତିା ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କୁ କ୍ୱରାଣ୍ଟାଇନ୍ରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହିତ ଗାଁରେ କରୋନାକୁ ପଶିବାକୁ ନଦେବା ପାଇଁ ମଧ୍ୟ ସେମାନେ ଶପଥ ନେଇଛନ୍ତିା ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ୍ ସ୍ତରରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇଥିଲୋ
ଲକ୍ ଡାଉନ୍ କୋହଳ ହେବା ପରେ ଓଡ଼ିଶା ବାହାରୁ ପ୍ରାୟ ୫ ଲକ୍ଷ ଓଡ଼ିଆ ନିଜ ନିଜ ଗାଁକୁ ଫେରିବାର ସମ୍ଭାବନା ରହିଛିା ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ପୋର୍ଟାଲ୍ ଖୋଲାଯିବ ଏବଂ ଆସନ୍ତା ଅପ୍ରେଲ ୨୪ ତାରିଖରୁ ଏହି ପୋର୍ଟାଲ୍ରେ ପଞ୍ଜୀକରଣ ଆରମ୍ଭ କରାଯିବା ବାହାରୁ ଆସୁଥିବା ଲୋକଙ୍କ ଆତ୍ମୀୟ ଓ ପରିବାର ଏହି ପୋର୍ଟାଲ୍ରେ ନିଶ୍ଚିତ ପଞ୍ଜୀକରଣ କରାଇବୋ ପ୍ରତି ପଞ୍ଚାୟତ ପାଇଁ ଜଣେ ନୋଡାଲ୍ ଅଫିସର ରହିବେ ଓ ବିଡ଼ିଓମାନେ ପ୍ରତି ପଞ୍ଚାୟତରେ ତଦାରଖ ପାଇଁ ୫ ଜଣିଆ ଟିମ୍ ଗଠନ କରିବୋ ଫେରୁଥିବା ଲୋକମାନେ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ ରହିବୋ କୌଣସି ପରିସ୍ଥିତିିରେ ମଧ୍ୟ ସେମାନେ ଘରକୁ ସିଧାସଳଖ ଯାଇପାରିବେ ନାହିାଁ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ସରକାରଙ୍କ ହ୍ୱାଟସ୍ଆପ୍ ଇନ୍ଫୋଡେସ୍କ-୯୩୩୭୯୨୯୦୦୦ର ଶୁଭାରମ୍ଭ କରିଛନ୍ତିା ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ସରକାରଙ୍କ କରୋନା ପ୍ରତିରୋଧ ପଦକ୍ଷେପଗୁଡ଼ିକ ବିଷୟରେ ତୁରନ୍ତ ସୂଚନା ପାଇବା ନିମନ୍ତେ hଟ୍ଟଟ୍ଟଞ୍ଛଟ://ଟ୍ଟ.cଞ୍ଚ/cଓଫଗhnଠ୩ଝh ରେ “ଓiଦ୍ଦ ଟାଇପ୍ କରି ପଠାଇବା କିମ୍ବା କ୍ଲିକ୍ କରିବା ପାଇଁ ସମସ୍ତଙ୍କୁ ଅବଗତ କରାଯାଉଛିା
ଓଡ଼ିଶା ରାଜ୍ୟ ସରକାର କୋଭିଡ୍-୧୯ ମୁକାବିଲା ନିମନ୍ତେ ସରକାରୀ କର୍ମଚାରୀ, ବେସରକାରୀ ବ୍ୟକ୍ତିବିଶେଷ, ସେ୍ୱଚ୍ଛାସେବୀ, ସହର ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଏବଂ ବୃତ୍ତିଗତ ସଂସ୍ଥାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛନ୍ତିା କର୍ତ୍ତବ୍ୟ ସଂପାଦନ ସମୟରେ ଉପରୋକ୍ତ ଲୋକମାନଙ୍କର ସଂକ୍ରମଣର ଆଶଙ୍କା ରହିଛିା କରୋନା ଭୂତାଣୁ ସଂକ୍ରମଣରେ ମୃତୁ୍ୟବରଣ କଲେ ତାଙ୍କ ପନିୀ/ପତି ଅବା ପରବର୍ତ୍ତୀ ନିକଟ ସଂପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତିା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ୱାରା କୋଭିଡ୍-୧୯ ସଂପୃକ୍ତ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଲୋକମାନଙ୍କୁ ୯୦ ଦିନ ନିମନ୍ତେ ୫୦ ଲକ୍ଷ ଟଙ୍କାର ବୀମାଭୁକ୍ତ କରିବା ପାଇଁ ଯୋଜନା କରାଯାଇଛିିା
ଆଜି ସମ୍ବଲପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଉଦ୍ଘାଟିତ ହୋଇଛିା ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ୩୧ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ସହ ମୋଟ ଶଯ୍ୟା ସଂଖ୍ୟା ୫୧୭୬କୁ ବୃଦ୍ଧି ପାଇଛିା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିକଟରେ ଓଡ଼ିଶାକୁ ଫେରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ୱତଃପ୍ରବୃତ୍ତ ଆଗେଇ ଆସି ନିଜ ନିଜର କୋଭିଡ୍-୧୯ ପରୀକ୍ଷା କରାଇନେବା ପାଇଁ ନିବେଦନ କରାଯାଇଛିା ଶତକଡ଼ା ୮୦ ପ୍ରତିଶତ ଲୋକଙ୍କ ନିକଟରେ କୌଣସି ଲକ୍ଷଣ ପ୍ରକାଶିତ ହେଉ ନଥିବାରୁ ସେମାନେ ନିଜର ଏବଂ ନିଜ ପରିବାରର ସୁରକ୍ଷା ପାଇଁ କୋଭିଡ୍ ପରୀକ୍ଷଣ କରାଇନେବା ଆବଶ୍ୟକା ଏହି ପରୀକ୍ଷା ଏବଂ ଚିକିତ୍ସା ସରକାରଙ୍କ ତରଫରୁ ବିନାମୂଲ୍ୟରେ ଉପଲବ୍ଧ ହେଉଛିା
କୋଭିଡ୍-୧୯ ବିରୁଦ୍ଧରେ ଆମର ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ୫୫୪୨ ଜଣ ନର୍ସିଂ ଛାତ୍ରୀଙ୍କୁ କୋଭିଡ୍-୧୯ ପରିଚାଳନା ସଂପର୍କରେ ଅନ୍ଲାଇନ୍ ତାଲିମ ପ୍ରଦାନ କରାଯାଇଛିା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ, ନର୍ସିଂ ନିର୍ଦ୍ଦେଶାଳୟ ଏବଂ ଏସ୍ସିବି ମେଡିକାଲ୍ କଲେଜର ବିଶେଷଜ୍ଞମାନଙ୍କ ଦ୍ୱାରା ଏହି ତାଲିମ ପ୍ରଦାନ କରାଯାଇଛିା
ଲକ୍ ଡାଉନ୍ ଜାରି ରହିଥିବାବେଳେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୮୨,୦୯,୦୪୨ ଜଣ ରାସନ୍ କାର୍ଡଧାରୀ ପରିବାରକୁ ଆଗୁଆ ଅପ୍ରେଲ୍, ମଇ ଓ ଜୁନ୍ ତିନିମାସ ପାଇଁ ଚାଉଳ ଓ ଗହମ ଦିଆଯାଇଛିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି ସୁଦ୍ଧା ୮୭ ଲକ୍ଷ ୭୭ ହଜାର ୭୯୬ ଜଣ କାର୍ଡଧାରୀ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ନଗଦ ରିଲିଫ୍ ଆକାରରେ ୮୭୭ କୋଟି ୭୭ ଲକ୍ଷ ୯୬ ହଜାର ଟଙ୍କା ଦିଆଯାଇଛିା ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ୨୮,୪୯୨ ପରିବାରର ୭୭,୭୬୨ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛିା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପିଲାମାନଙ୍କୁ ସେମାନଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଇଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳମାନଙ୍କଠାରୁ ଅନୁମତି ନେଇ ଶିକ୍ଷକମାନେ ପିତାମାତାଙ୍କୁ ସ୍କୁଲ କିମ୍ବା ଘରେ ନେଇ ପାଠ୍ୟପୁସ୍ତକ ପହଞ୍ଚାଇବେ । ହଟ୍ସ୍ପଟ୍/କଣ୍ଟେନମେଣ୍ଟ ଇଲାକା/ବଫର ଜୋନ୍ରେ ଏହି ପୁସ୍ତକ ବିତରଣ କରାଯିବ ନାହିଁ । ପୁସ୍ତକ ବଣ୍ଟନ ସମୟରେ ସାମାଜିକ ଦୂରତ୍ୱ ଏବଂ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୪,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୮୬ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ େସଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୫୦୨ ଗ୍ରାମ ପଞ୍ଚାୟତରେ ୩,୫୦,୮୪୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୪୧,୯୩୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୧ରୁ ଅପ୍ରେଲ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୮ଟି ମାମଲା ଦାୟର
କରାଯାଇଛିା ସେଥିରୁ ୫୫ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ୱରାଣ୍ଟାଇନ୍ ଉଲ୍ଲଂଘନ ଏବଂ ୨ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୭୦ ଜଣଙ୍କୁ ଗିରଫ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୮୧ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୩,୭୭୫ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୮୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୩୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୦ ରହିଛିା
୧୪୫ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା