ଆଜିଠୁ ଆରମ୍ଭ ହେଲା ଶ୍ରାବଣମାସ : ଏହି ମାସରେ ମହାଦେବଙ୍କୁ ପୂଜା କରିବା ସମୟରେ ଏହି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ମିଳିବ ଶୁଭ ଫଳ
ଶ୍ରାବଣମାସ ଆଜିଠୁ ଆରମ୍ଭ ହୋଇଗଲା, ଏହି ମାସରେ ମହାଦେବଙ୍କ ବିଶେଷ ପୂଜା କରାଯାଇ ଥାଏ l କେବଳ ଶ୍ରାବଣମାସ ସୋମବାର ନୁହେଁ ଏହି ମାସ ସାରା ମହାଦେବଙ୍କୁ ବିଶେଷ ଭାବରେ ପୂଜା କରାଯାଇ ଥାଏ l ଇନ୍ଦ୍ରଧନୁ ର ଯେଉଁ ୭ଟି ରଙ୍ଗ ରହିଛି ସେଥି ମଧ୍ୟରୁ ସବୁଜ ରଙ୍ଗଟି ମହାଦେବଙ୍କ ପ୍ରିୟ ରଙ୍ଗ ଅଟେ l ଏହାଛଡା ଶ୍ୱେତ, ହଳଦିଆ ଓ ନାରଙ୍ଗୀ ରଙ୍ଗକୁ ମଧ୍ୟ ଶୁଭ ବୋଲି କୁହାଯାଇ ଥାଏ l
– ମହାଦେବଙ୍କ ପୂଜା ସମୟରେ କଦାପି କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ l କାରଣ ମହାଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି l କାରଣ କଳା ରଙ୍ଗର ବସ୍ତ୍ର ତନ୍ତ୍ର ପୂଜା ପାଇଁ ପ୍ରୟୋଗ କରାଯାଇ ଥାଏ l
– ଶ୍ରବଣମାସ ସାରା ଯଦି ଆପଣ ବିଶେଷ ବ୍ରତ କରୁଛନ୍ତି ତେବେ ମାସ ଆରମ୍ଭରେ ମହାଦେବଙ୍କ ନିକଟରେ ସଂକଲ୍ପ କରି ବ୍ରତ କରନ୍ତୁ l ଏହି ସଂକଳ୍ପ ସମୟରେ ଆପଣ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ଅଟେ l
– ଆପଣ ଏହି ମାସ ସାରା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ ଓ ଜୀବନର ସମସ୍ତ ବାଧାବିଘ୍ନ ଦୂର ହେବ l ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସମୟରେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ଅଟେ l
– ଏହି ମାସରେ ମହାଦେବଙ୍କ ନିକଟରେ ବିଶେଷ ପୂଜା କରାଯାଉଥିବା କାରଣରୁ ଯଦି ଆପଣ ମାସ ସାରା ଶିବ ଲିଂଗରେ ଘିଅ ଓ ମହୁ ଅର୍ପଣ କରିବେ ତେବେ ଶିବ ଙ୍କ କୃପାରୁ ବୈବାହିକ ଜୀବନ ସୁଖମୟ ହେବ l
– ସନ୍ତାନ ମାନଙ୍କ ସୁଖ ସମୃଦ୍ଧି ପାଇଁ ଏହି ମାସରେ ଶିବ ପଞ୍ଚାକ୍ଷରୀ ପାଠ କରନ୍ତୁ l ଯାହା ସନ୍ତାନ ମାନଙ୍କ ଜୀବନରେ ସମସ୍ତ ବାଧାବିଘ୍ନ କୁ ଦୂର କରିବ l