ଇଣ୍ଡୋନେସିଆର ରୁଡ଼ି ହାର୍ଟୋନ୍ ଜଣେ କାଫେ କର୍ମଚାରୀ । ରାସ୍ତା ଓ ସମୁଦ୍ରକୂଳକୁ ପ୍ରଥମେ ସେ ଏକୁଟିଆ ସଫା କରୁଥିଲେ । ସେ ଚାହୁଁଥିଲେ ତାଙ୍କୁ ଅନ୍ୟମାନେ ବି ଏ କାମରେ ସହଯୋଗ କରନ୍ତୁ । ସେଥିପାଇଁ ଲୋକଙ୍କୁ ଆବର୍ଜନା ସଫେଇ ଦିଗରେ ପ୍ରୋତ୍ସାହିତ କଲେ ବି କିଛି ଫାଇଦା ମିଳିଲା ନାହିଁ । ସେଇଠୁ ସେ ସ୍ପାଇଡର୍ ମ୍ୟାନ୍ ରୂପ ନେଇ ଅଳିଆ ଆବର୍ଜନା ସଫା କଲେ । ୩୬ ବର୍ଷୀୟ ରୁଡ଼ି ସନ୍ଧ୍ୟା ୭ଟାରେ କାଫେକୁ ଯିବା ପୂର୍ବରୁ ସ୍ପାଇଡର ମ୍ୟାନ୍ ଡ୍ରେସ୍ ପିନ୍ଧି ଅଳିଆ ଉଠାନ୍ତି । ସ୍ପାଇଡରମ୍ୟାନ୍ ବେଶ ପରେ ତାଙ୍କୁ ଲୋକେ ସହଯୋଗ କରୁଥିବା କହନ୍ତି । ଭଣଜାକୁ ଖୁସି କରିବା ପାଇଁ ସେ ସ୍ପାଇଡର୍ ମ୍ୟାନ୍ ଡ୍ରେସ୍ କିଣିଥିଲେ । ଇଣ୍ଡୋନେସିଆରେ ପ୍ରତିବର୍ଷ ୩.୭ମିଲିଅନ୍ ଅଳିଆ ଆବର୍ଜନା ଉକ୍ସଊନ୍ନ ହୋଇଥାଏ । ଚୀନ୍ ପରେ ଇଣ୍ଡୋନେସିଆ ସମୁîଦ୍ର କୂଳରେ ପ୍ଲାଷ୍ଟିକ୍ ଆର୍ବଜନା ଅଧିକ ।