ହାଇ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ କୁ ଖୁବ ସହଜ ରେ ନିୟନ୍ତ୍ରଣ କରିଥାଏ ରୋଷେଇ ଘରର ଏହି ୫ଟି ମସଲା
କୁହାଯାଏ ଯେ ଭାରତୀୟଙ୍କ ରୋଷେଇ ଘର ବିଭିନ୍ନ ରୋଗର ନିବାରକ l ଆମ ରୋଷେଇ ଘରେ ଏଭଳି ଅନେକ ମସଲା ରହିଥାଏ ଯାହାକୁ ଆମେ ଛୋଟମୋଟ ରୋଗ ପାଇଁ ବ୍ୟବହାର କରିଥାଏ, ଯେପରିକି ଏସିଡ଼ିଟି ହେଲେ ଜୀରା ଓ ଲୁଣ ସେବନ କରୁ, ଥଣ୍ଡା କାଶ ରେ ଗୋଲମରିଚ ହଳଦୀ ଇତ୍ୟାଦି ବ୍ୟବହାର କରୁ l ସେହିଭଳି କିଛି ମସଲା ରୋଷେଇ ଘରେ ରହିଛି ଯାହାକୁ ହାଇ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ ପାଇଁ ବ୍ୟବହାର କରାଯାଇ ଥାଏ l
* ଆୟୁର୍ବେଦ ଅନୁସାରେ ମେଥି ୫୦ ଗ୍ରାମ, ହଳଦୀ ୫୦ ଗ୍ରାମ, ଯୁଆଣି ୫୦ ଗ୍ରାମ, ପାନମଧୁରୀ ୫୦ ଗ୍ରାମ, ଡ଼ାଲିଚୀନୀ ୨୫ ଗ୍ରାମ ମିଶାଇ ଗୋଟିଏ ପାଉଡର ପ୍ରସ୍ତୁତ କରନ୍ତୁ l ଏହାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ସେବନ କରନ୍ତୁ l ଏହାଦ୍ୱାରା ଅନେକ ରୋଗରୁ ମୁକ୍ତି ପାଇବେ l ସର୍ବ ପ୍ରଥମେ ତ ହାଇ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହେବ l ତା ସହିତ ଅନ୍ୟ ରୋଗ ମଧ୍ୟ ନିୟନ୍ତ୍ରିତ ହେବ l ଆସନ୍ତୁ ଜାଣିବା କେଉଁସବୁ ରୋଗ ପାଇଁ ଏହି ମସଲା ଲାଭ ଦାୟକ l
* ଏହି ପାଉଡର ନିୟମିତ ଠିକ ସମୟରେ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ଓ ପେଟ ସମସ୍ୟା ଦୂର ହୋଇଥାଏ l ସକାଳେ ଓ ସନ୍ଧ୍ୟାରେ ଏହି ପାଉଡର ଗୋଟିଏ ଲେଖାଏଁ ଚାମଚ ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ l
* ଏହି ପାଉଡର ମେଟାବୋଲିଯିମ ରେଟ ବୃଦ୍ଧି କରିଥାଏ, ମୋଟାପା ସମସ୍ୟା ରେ ଅସୁବିଧାର ସମୁଖୀନ ହେଉଥିଲେ ଏହି ପାଉଡର ଦ୍ୱାରା ଓଜନ ହ୍ରାସ ହୋଇଥାଏ l ନିୟମିତ ୨ଓଲି ଉଷୁମ ପାଣି ସହିତ ସେବନ କରନ୍ତୁ l
* ଏହି ପାଉଡର ଟି ଖୁବ ଶକ୍ତି ବର୍ଧକ, ଏହାକୁ ନିୟମିତ ସେବନ ଦ୍ୱାରା ଶରୀରରେ ଜମି ରହିଥିବା କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ଜମି ଥିବା ବ୍ୟାଡ଼ କୋଲେଷ୍ଟ୍ରଲ ହ୍ରାସ ହୁଏ l ଏହାଦ୍ୱାରା ହାର୍ଟ ଆଟାକ ସମସ୍ୟା ଦୂର ହୋଇଥାଏ l
* ଯଦି ଆପଣ ଜଣେ ଉଚ୍ଚ ରକ୍ତଚାପ ରୋଗୀ ତେବେ ଆପଣଙ୍କ ପାଇଁ ଏହି ଦେଶୀ ଔଷଧ ଖୁବ ପ୍ରଭାବଶାଳୀ l ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ସେବନ କରିବା ଦ୍ୱାରା ରକ୍ତଚାପ ସନ୍ତୁଳନ ହୋଇଥାଏ l
* ମଧୁମେହ ରୋଗୀ ଙ୍କ ପାଇଁ ମଧ୍ୟ ଏହି ମସଲା ଖୁବ ଗୁଣକାରୀ l ଏହାକୁ ସେବନ କରିବା ଦ୍ୱାରା ମଧୁମେହ ସନ୍ତୁଳିତ ରହିଥାଏ l ମଧୁମେହ ରୋଗୀ ନିୟମିତ ଏହି ମଶାଳାର ଗୁଣ୍ଡଳୀ ସକାଳେ ଓ ସନ୍ଧ୍ୟାରେ ସେବନ କଲେ ଚମତ୍କାର ଲାଭ ପାଇବେ l
* ଯଦି କେହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରେ ପୀଡିତ ହେଉଛନ୍ତି କିମ୍ବା ଅର୍ଥାରଇଟିସ ସମସ୍ୟାରେ ଗତି କରୁଛନ୍ତି ତେବେ ଏହି ୫ଟି ମସଲା ର ସମିଶ୍ରଣ ଖୁବ ଚମତ୍କାରୀ l ଏହାକୁ ସେବନ ଦ୍ୱାରା ଖୁବ ଲାଭ ମିଳିଥାଏ ଓ ଖୁବ ଚମତ୍କାରୀ ଅଟେ l